ପୁଣି ଏନ୍‌ସିବିରେ ଆର୍ଯ୍ୟନ୍‌ ଖାନ୍‌, ଶାହରୁଖଙ୍କ ମ୍ୟାନେଜର ହାଜର ହେଲେ

ମୁମ୍ବାଇ: ପୁଣି ଏନ୍‌ସିବି ଅଫିସ୍‌ରେ ଡେରା ପକାଇଲେ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଡ୍ରଗ୍ସ ମାମଲାରେ ଧରାପଡିବା ପରେ ତାଙ୍କୁ ଆଜି ପୁଣିଥରେ ଏନ୍‌ସିବି ଅଫିସ୍‌ ଆସିବାକୁ ପଡିଛି। ତେବେ ଜେରା ପାଇଁ ନୁହେଁ, ହାଜିରା ପକାଇବାକୁ ଆସିଛନ୍ତି ଆର୍ଯ୍ୟନ୍‌। ମାସରେ ଚାରିଥର ଅର୍ଥାତ୍‌ ପ୍ରତି ଶୁକ୍ରବାର ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସ ଆସିବାକୁ ପଡିବ। ଜାମିନ ମିଳିବା ପରେ କୋର୍ଟ ଏହି ସର୍ତ୍ତ ରଖିଥିଲେ। ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବା […]

Puja And aryan

Madhupriya Mistry
  • Published: Friday, 19 November 2021
  • , Updated: 19 November 2021, 07:30 PM IST

ମୁମ୍ବାଇ: ପୁଣି ଏନ୍‌ସିବି ଅଫିସ୍‌ରେ ଡେରା ପକାଇଲେ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଡ୍ରଗ୍ସ ମାମଲାରେ ଧରାପଡିବା ପରେ ତାଙ୍କୁ ଆଜି ପୁଣିଥରେ ଏନ୍‌ସିବି ଅଫିସ୍‌ ଆସିବାକୁ ପଡିଛି। ତେବେ ଜେରା ପାଇଁ ନୁହେଁ, ହାଜିରା ପକାଇବାକୁ ଆସିଛନ୍ତି ଆର୍ଯ୍ୟନ୍‌।

ମାସରେ ଚାରିଥର ଅର୍ଥାତ୍‌ ପ୍ରତି ଶୁକ୍ରବାର ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସ ଆସିବାକୁ ପଡିବ। ଜାମିନ ମିଳିବା ପରେ କୋର୍ଟ ଏହି ସର୍ତ୍ତ ରଖିଥିଲେ। ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ , ନିଜ ଉପସ୍ଥିତି ଜାହିର କରିବା ପାଇଁ  ପ୍ରତି ଶୁକ୍ରବାର  ଏନସିବି କାର୍ଯ୍ୟାଳୟରେ ଆର୍ଯ୍ୟନଙ୍କୁ ହାଜିରା ପକାଇବାକୁ କୋର୍ଟର ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶାନୁସାରେ ଆଜି ପୁଣି ଆର୍ଯ୍ୟନ୍‌ ଏନ୍‌ସିବି ଅଫିସ୍‌ରେ ରେଜିଷ୍ଟାରରେ ଦସ୍ତଖତ ମାରି ହାଜିରା ପକାଇଛନ୍ତି। ଏହି ସମୟରେ ତାଙ୍କ ସହ ବଡିଗାର୍ଡ ରବି ଓ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନି ମଧ୍ୟ ଉପସ୍ଥିତ ଥିବା ସୂଚନା ରହିଛି।

ଏନ୍‌ସିବିର ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କ ବିରୋଧରେ ବୟାନ ରେକର୍ଡ ପାଇଁ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଡାକିଥିଲା। ୧୮ କୋଟି ଟଙ୍କାର ଲାଞ୍ଚ ମାମଲାରେ ସେ ନିଜ ବୟାନ ଦେଇଥିବା ଜଣାପଡିଛି। ୩ ଥର ସମନ ପରେ ପୂଜା ଦାଦଲାନି ଆଜି ଏନ୍‌ସିବିରେ ହାଜର ହୋଇଛନ୍ତି। ପୂର୍ବର ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ହାଜର ହୋଇନଥିଲେ।

ଏହାପୂର୍ବରୁ ନିଜ ଜନ୍ମଦିନ ଅବସରେ ମଧ୍ୟ ଆର୍ଯ୍ୟନ୍‌ଙ୍କୁ ଏନ୍‌ସିବି ଅଫିସ୍‌ ଆସିବାକୁ ପଡିଥିଲା। ସେ ନିଜ ଜନ୍ମ ଦିନ ପାଳିବା ସୁଯୋଗ ମଧ୍ୟ ପାଇନଥିଲେ। ତାଙ୍କୁ ଏନ୍‌ସିବି ଅଫିସ୍‌ରେ ଦୀର୍ଘ ୬ ଘଣ୍ଟା ବିତାଇବାକୁ ପଡିଥିଲା। ମଧ୍ୟାହ୍ଣରେ ଆସି ସେ ବିଳମ୍ବିତ ରାତିରେ ଘରକୁ ଫେରିବାକୁ ପଡିଥିଲା। ଫଳରେ ତାଙ୍କ ଜନ୍ମଦନ ସେଲିବ୍ରେସନ୍‌ ଫିକା ପଡିଯାଇଥିଲା।

ଗତ ଅକ୍ଟୋବର ୨  ତାରିଖରେ  ମୁମ୍ବାଇର ଏକ କ୍ରୁଜ ଉପରେ ଚଢ଼ାଉ କରି  ଡ୍ରଗ୍ସ କାରାବାର ଏନସିବି ବଲିଉଡ  ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା। ଦୀର୍ଘ  ୨୬ ଦିନ ପରେମୁମ୍ବାଇ ହାଇକୋର୍ଟରୁ ଅର୍ଯ୍ୟନ୍‌ଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

Related story