ଶରଦ ପାୱାରଙ୍କୁ ରିମୋଟ କଣ୍ଟ୍ରୋଲ କହି ତେର୍ଚ୍ଛାବାଣ ମାରିଲା କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ରରେ ଏକାଠି ସରକାର ଗଠନ କରିଥିଲେ ହେଁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ରିମୋଟ କଣ୍ଟ୍ରୋଲ କହି ତେର୍ଚ୍ଛାବାଣ ମାରିଛି କଂଗ୍ରେସ। କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ନାନା ପାଟୋଲେ ଏପରି ବୟାନ ଦେଇଥିଲେ ହେଁ ସକାରାତ୍ମକ ଭାବେ ଏହାକୁ ନେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ସରକାରରେ ଶରଦ ପାୱାର ଜଣେ ରିମୋଟ କଣ୍ଟ୍ରୋଲ। ଏଥିରେ କୌଣସି ସନ୍ଦେହ ନାହିଁ। ଆମେ(କଂଗ୍ରେସ) କୌଣସି ବଡ଼ ନେତାଙ୍କ ବିରୋଧରେ କିଛି ବି ବୟାନ ଦେଇ ନଥାଉ। […]

Sharad-Pawar

Hemant Lenka
  • Published: Thursday, 15 July 2021
  • , Updated: 15 July 2021, 05:24 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଏକାଠି ସରକାର ଗଠନ କରିଥିଲେ ହେଁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ରିମୋଟ କଣ୍ଟ୍ରୋଲ କହି ତେର୍ଚ୍ଛାବାଣ ମାରିଛି କଂଗ୍ରେସ। କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ନାନା ପାଟୋଲେ ଏପରି ବୟାନ ଦେଇଥିଲେ ହେଁ ସକାରାତ୍ମକ ଭାବେ ଏହାକୁ ନେବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ମହାରାଷ୍ଟ୍ର ସରକାରରେ ଶରଦ ପାୱାର ଜଣେ ରିମୋଟ କଣ୍ଟ୍ରୋଲ। ଏଥିରେ କୌଣସି ସନ୍ଦେହ ନାହିଁ। ଆମେ(କଂଗ୍ରେସ) କୌଣସି ବଡ଼ ନେତାଙ୍କ ବିରୋଧରେ କିଛି ବି ବୟାନ ଦେଇ ନଥାଉ। କିନ୍ତୁ ଜଣେ ବାହାର ଲୋକ ମନ୍ତବ୍ୟ ଦେବା ପୂର୍ବରୁ ଥରେ ନିଜର ପାର୍ଟି ବିଷୟରେ ଚିନ୍ତା କରିବା ଦରକାର ବୋଲି ନାନା କହିଛନ୍ତି।

ନାନାଙ୍କ ଏଭଳି ବୟାନ ବିବାଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ କରିବାରୁ ସେ ତୁରନ୍ତ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ରିମୋଟ କଣ୍ଟ୍ରୋଲ ଶବ୍ଦକୁ ନକାରାତ୍ମକ ଭାବେ ଗ୍ରହଣ ନ କରିବାକୁ ସେ କହିଛନ୍ତି। ନାନା କହିଛନ୍ତି, “ଶରଦ ପାୱାର ହେଉଛନ୍ତି ଏନସିପି ମୁଖ୍ୟ। ମୁଁ କଂଗ୍ରେସ ମୁଖ୍ୟ। ତେଣୁ ଆମେ ଆମ ଦଳକୁ ସଶକ୍ତ କରିବାକୁ ଉଦ୍ୟମ କରିବୁ। ସେ ଜଣେ ରିମୋଟ କଣ୍ଟ୍ରୋଲ। କିନ୍ତୁ ଏହି ମହା ବିକାଶ ଅଘାଡ଼ି ସରକାର ଗଠନ କରିବାରେ ସେ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି। ଶରଦ ପାୱାର ଆମକୁ ଗାଇଡ କରନ୍ତି। ତେଣୁ ସେ ଜଣେ ରିମୋଟ କଣ୍ଟ୍ରୋଲ।”

୨୦୧୯ରେ କଂଗ୍ରେସ-ଶିବସେନା ଓ ଏନସିପି ଏକାଠି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ। ତେବେ ନିକଟରେ ନାନା କହିଥିଲେ ଯେ କଂଗ୍ରେସ ଆଗକୁ ଏକାକୀ ନିର୍ବାଚନ ଲଢ଼ିବ। ଏହାକୁ ନେଇ ସେବେଠାରୁ ବିବାଦ ଦେଖାଦେଇଛି। ମେଣ୍ଟରେ ସବୁ କିଛି ଠିକ୍‌ ଠାକ ଚାଲି ନଥିବାରୁ ସେ ଏପରି ବୟାନ ଦେଇଥିବା କୁହାଯାଉଥିଲା।

ଶିବସେନା ଓ ଏନସିପି ଏହାକୁ ଖଣ୍ଡନ କରିଥିଲେ। ହେଲେ ନାନା ବାରମ୍ବାର ଏପରି ବୟାନ ଦେଇ ଚାଲିଛନ୍ତି। ସେ କହିଥିଲେ, ମହାରାଷ୍ଟ୍ରରେ କଂଗ୍ରେସ ଆଗକୁ ବଢ଼ୁଛି ଓ ନିଜ ବଳରେ ପୁଣିଥରେ କ୍ଷମତାକୁ ଫେରିବ। ଗତ ସପ୍ତାହରେ ସେ ନିଜ ସରକାର ତାଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ବୋଲି ମଧ୍ୟ କହିଥିଲେ।

Related story