ଆଉ ୪ ବର୍ଷ ପାଇଁ ଏନସିପିର ମୁଖିଆ ଭାବେ ନିର୍ବାଚିତ ହେଲେ ଶରଦ ପାୱାର

ମୁମ୍ବାଇ: ପୁଣିଥରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ରାଜନେତା ଶରଦ ପାୱାର। ଆଜି ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ଏନସିପିର ସଭାପତି ଦାୟିତ୍ୱ ମିଳିଛି। ଦିଲ୍ଲୀରେ ଆୟୋଜିତ ଏନସିପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତିକ୍ରମେ ୮୧ ବର୍ଷୀୟ ପାୱାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାଇଁ ଶିବସେନା ଓ କଂଗ୍ରେସ ଏକାଠି ହୋଇପାରିଥିଲେ। ଏମାନଙ୍କ ସହ ଏନସିପି ମିଶି ୨୦୧୯ରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା। […]

NCP

  • Published: Saturday, 10 September 2022
  • , Updated: 10 September 2022, 08:45 PM IST

ମୁମ୍ବାଇ: ପୁଣିଥରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ରାଜନେତା ଶରଦ ପାୱାର। ଆଜି ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ଏନସିପିର ସଭାପତି ଦାୟିତ୍ୱ ମିଳିଛି। ଦିଲ୍ଲୀରେ ଆୟୋଜିତ ଏନସିପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତିକ୍ରମେ ୮୧ ବର୍ଷୀୟ ପାୱାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାଇଁ ଶିବସେନା ଓ କଂଗ୍ରେସ ଏକାଠି ହୋଇପାରିଥିଲେ। ଏମାନଙ୍କ ସହ ଏନସିପି ମିଶି ୨୦୧୯ରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା। ଅବଶ୍ୟ ଏବେ ଏହି ମେଣ୍ଟ ସରକାର ଭାଙ୍ଗି ଯାଇଛି। ବିଜେପି ସହ ମିଶି ଶିବସେନାର ବିଦ୍ରୋହୀ ବିଧାୟକମାନେ ରାଜ୍ୟରେ ସରକାର ଗଠନ କରିଛନ୍ତି।

ତଥାପି ମହାରାଷ୍ଟ୍ର ଠାରୁ ଆରମ୍ଭ କରି ଦେଶ ରାଜନୀତିରେ ପାୱାରଙ୍କ ଦବଦବା ରହିଛି। ସେ ବିରୋଧୀ ଦଳଗୁଡ଼ିକର ପ୍ରମୁଖ ଚେହେରା। ନିକଟରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଦିଲ୍ଲୀରେ ଶରଦ ପାୱାରଙ୍କୁ ଭେଟି ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ତେଣୁ ବିଜେପି ବିରୋଧରେ ଶରଦ ପାୱାର ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆସନ୍ତାକାଲି ଏନସିପିର କାର୍ଯ୍ୟକାରିଣୀରେ ଶରଦ ପାୱାର ନିଜର ଶକ୍ତି ପ୍ରଦର୍ଶନ କରିବେ ବୋଲି ମଧ୍ୟ ଜଣାପଡ଼ିଛି।

Related story