କୋଲକାତା: ଏଥିର ଟିଏମ୍ସି ଟିକେଟ୍ରେ ଉପନିର୍ବାଚନ ଲଢ଼ିବେ ଅଭିନେତାରୁ ନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା। ତ୍ରୁଣମୂଳ କଂଗ୍ରେସ ତାଙ୍କୁ ଆସନସୋଲ ଆସନରୁ ଟିକେଟ୍ ଦେଇଛି। ସେହିପରି ବାବଲୁ ସୁପ୍ରିଓ ବାଲିଙ୍ଗଜ ଆସନରୁ ବିଧାନସଭା ଉପନିର୍ବାଚନ ଲଢ଼ିବେ। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଖୋଦ୍ ଘୋଷଣା କରିଛନ୍ତି।
https://twitter.com/MamataOfficial/status/1502898365692280832?s=20&t=pJhzzH3td2dJgJEDAu45Kw
ଉପନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗର ୨ ଆସନ ଆସନସୋଲ ଏବଂ ବାଲିଗଞ୍ଜ ଲାଗି ଟିଏମ୍ସି ସୁପ୍ରିମୋ ପ୍ରାର୍ଥୀ ଭାବେ ଏହି ୨ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି।
ସୂଚନା ମୁତାବକ, ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନରେ ଆସନ୍ତା ଏପ୍ରିଲ ୧୨ ତାରିଖରେ ଉପନିର୍ବାଚନ ହେବ। ଏଥିରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ମଧ୍ୟ ସାମିଲ ଅଛନ୍ତି, ଯାହା ବାବୁଲ ସୁପ୍ରିଓଙ୍କ ଲାଗି ଖାଲି ପଡିଥିଲା। ଗତବର୍ଷ ବାବୁଲ ସୁପ୍ରିଓ ନିଜ ଲୋକସଭା କ୍ଷେତ୍ର ଆସନସୋଲ୍ରେ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପି ଛାଡି ଟିଏମ୍ସିରେ ମିଶିଥିଲେ।
ବର୍ତ୍ତମାନ କୁହାଯାଉଛି ଯେ ମମତା ବାନାର୍ଜୀ ବିଧାନସଭାରେ ବାବୁଲ ସୁପ୍ରିଓଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରନ୍ତି। ଗୋଆ ବିଧାନସଭା ନିର୍ବାଚନ ଏବଂ ତ୍ରିପୁରାରେ ବାବୁଲ ସୁପ୍ରିଓଙ୍କୁ ଦଳ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା। ଉଭୟ ସ୍ଥାନରେ ବାବିଲକୁ ଏକ ନୂତନ ମନୋଭାବରେ ଦେଖିବାକୁ ମିଳିଥିଲା।
ସେପଟେ ଶତ୍ରୁଘ୍ନ ସିହ୍ନା ୨୦୧୯ରେ କଂଗ୍ରେସରୁ ଟିକେଟ ପାଇଁ ପାଟନା ସାହିବରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେଠାରେ ସେ ପରାଜୟ ହୋଇଥିଲା। ଏହାପରେ ଗତ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ପୁଅକୁ କଂଗ୍ରେସ ପକ୍ଷରୁ ଟିକେଟ୍ ମିଳିଥିଲା। ତାଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। କଂଗ୍ରେସରେ ଥିବାବେଳେ କ୍ରମାଗତ ପରାଜୟ ମିଳିବା ପରେ ଶତ୍ରୁଘ୍ନ ସିହ୍ନା ଟିଏମସିରେ ଯୋଗ ଦେଇଥିଲେ। ବର୍ତ୍ତମାନ ଶତ୍ରୁଘ୍ନ ସିହ୍ନା ଆସାନସୋଲରେ କ’ଣ ଚମତ୍କାର କରୁଛନ୍ତି ତାହା ଦେଖିବା ବାକି ରହିଲା।