ହତ୍ୟାର ୧୦ ଦିନ ପୂର୍ବରୁ ଶ୍ରଦ୍ଧାଙ୍କୁ ଶେଷ କରିବାକୁ ଯୋଜନା କରିଥିଲା ଅଫତାବ, କିନ୍ତୁ...

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଞ୍ଚଲ୍ୟକର ଶ୍ରଦ୍ଧା ହତ୍ୟାକାଣ୍ଡର ଗୁମର ଦିନକୁ ଦିନ ଅଧିକ ଫିଟିବାରେ ଲାଗିଛି। ପ୍ରେମିକା ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରି ୧୮ ଖଣ୍ଡ କରିଥିବା ସୈତାନ ପ୍ରେମିକ ଅଫ୍‌ତାବ ଅମିନ୍ ପୁନାୱାଲା ଗୋଟିଏ ପରେ ଗୋଟିଏ ରହସ୍ୟ ଉଗାଳୁଛନ୍ତି। ଅଫ୍‌ତାବଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶ୍ରଦ୍ଧା ହତ୍ୟାକାଣ୍ଡର ୧୦ ଦିନ ପର୍ବୂରୁ ତାଙ୍କୁ ମାରିବାକୁ ଯୋଜନା କରିଥିଲେ ଅଫତାବ। କିନ୍ତୁ […]

iop

  • Published: Wednesday, 16 November 2022
  • , Updated: 16 November 2022, 11:19 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଞ୍ଚଲ୍ୟକର ଶ୍ରଦ୍ଧା ହତ୍ୟାକାଣ୍ଡର ଗୁମର ଦିନକୁ ଦିନ ଅଧିକ ଫିଟିବାରେ ଲାଗିଛି। ପ୍ରେମିକା ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରି ୧୮ ଖଣ୍ଡ କରିଥିବା ସୈତାନ ପ୍ରେମିକ ଅଫ୍‌ତାବ ଅମିନ୍ ପୁନାୱାଲା ଗୋଟିଏ ପରେ ଗୋଟିଏ ରହସ୍ୟ ଉଗାଳୁଛନ୍ତି। ଅଫ୍‌ତାବଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶ୍ରଦ୍ଧା ହତ୍ୟାକାଣ୍ଡର ୧୦ ଦିନ ପର୍ବୂରୁ ତାଙ୍କୁ ମାରିବାକୁ ଯୋଜନା କରିଥିଲେ ଅଫତାବ। କିନ୍ତୁ ଶ୍ରଦ୍ଧା ଭାବବିହୂଳ ହୋଇପଡ଼ିବାରୁ ସେ ତାଙ୍କୁ ଛାଡ଼ି ଦେଇଥିଲେ। ଏକଥା ଜେରା ବେଳେ ଅଫତାବ ପୁଲିସକୁ କହିଥିବା ଜଣାପଡ଼ିଛି। ଶ୍ରଦ୍ଧାଙ୍କୁ ସେ ଗତ ମେ ୧୮ ତାରିଖରେ ହତ୍ୟା କରିଥିଲେ। କିନ୍ତୁ ଏହାର ୧୦ ଦିନ ପୂର୍ବରୁ ତାଙ୍କ ରାସ୍ତାରେ ସଫା କରିବାକୁ ଯୋଜନା କରିଥିଲେ। କିନ୍ତୁ ଷଡ଼ଯନ୍ତ୍ର ଫେଲ ମାରିଥିଲା। ଉଭୟେ ପ୍ରାୟ ୩ ବର୍ଷ ହେବ ଦିଲ୍ଲୀର ମେହରୁଲିରେ ଲି‍ଭଇନରେ ରହୁଥିଲେ। କିନ୍ତୁ ଅଫତାବଙ୍କର ଅନ୍ୟ ଜଣେ ଝିଅ ସହ ସମ୍ପର୍କ ଥିବା ସନ୍ଦେହ କରିଥିଲେ ଶ୍ରଦ୍ଧା। ଏହାକୁ ନେଇ ଦୁହିଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଥିଲା। ଅଫତାବ ଅନ୍ୟ ଜଣେ ଯୁବତୀଙ୍କ ସହ ଗପିବା ଶ୍ରଦ୍ଧାଙ୍କୁ ଚିନ୍ତିତ କରିଥିଲା। ସେ ତାଙ୍କୁ ଠକିଥିବା ଶ୍ରଦ୍ଧାଙ୍କ ସନ୍ଦେହ ହୋଇଥିଲା।  ଅନେକ ସମୟରେ ଶ୍ରଦ୍ଧା ତାଙ୍କୁ ଗାଳିଗୁଲଜ କରୁଥିବା ଅଫତାବ କହିଛନ୍ତି।

ଫଳରେ ଦୁହିଙ୍କ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଲା। ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇ ତୀବ୍ର ରୂପ ନେଉଥିଲା। ତେଣୁ ସେ ଶ୍ରଦ୍ଧାଙ୍କୁ ଜୀବନରୁ ମାରିଦେବା ନପାଇଁ ଅଫତାବ ନିଷ୍ପତ୍ତି ନେଇଥିଲେ। ତେଣୁ ଗତ ମେ ୧୮ ତାରିଖରେ ଅଫତାବ ଶ୍ରଦ୍ଧାଙ୍କ ଛାତି ଉପରେ ଚଢ଼ି ତାଙ୍କ ଗଳା କାଟି ହତ୍ୟା କରିଥିବା କହିଛନ୍ତି। ପରେ ତାଙ୍କ ଶରୀରରୁ ସେ ୩୫ ଖଣ୍ଡ କରିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଜଙ୍ଗଲରୁ ଶ୍ରଦ୍ଧାଙ୍କ ଶରୀରର ୧୩ଟି ଅଂଶ ମିଳିଛି ଏବଂ ଏହାକୁ ଫରେନ୍‌ସିକ ଟିମ୍‌ ପରୀକ୍ଷା କରୁଛି ।

ଫରେନ୍ସିକ ରିପୋର୍ଟ ଆସିବା ପରେ ଏ ବାବଦରେ ସବୁକିଛି ସ୍ପଷ୍ଟ ହେବ। ପୁଲିସ ଏଯାବତ ହତ୍ୟାରେ ବ୍ୟବହୃତ ଅସ୍ତ୍ର ପାଇନାହିଁ। ପୁଲିସ ଅଫତାବକୁ ସହରର ବିଭିନ୍ନ ସ୍ଥାନକୁ ନେଇ ତଦନ୍ତ ଜାରି ରଖିଛି। ଦିଲ୍ଲୀରେ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ଅଫତାବ ଆମିନ ପୁନାୱାଲା ତା’ର ପ୍ରେମିକା ଶ୍ରଦ୍ଧା ୱାକର୍‌ଙ୍କୁ ୩୫ ଖଣ୍ଡ କରି କାଟିବା ଓ କଟା ଅଂଶଗୁଡ଼ିକୁ ଦୀର୍ଘଦିନ ଧରି ସଂରକ୍ଷିତ ରଖିବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଆଜି ଅଫ୍‌ତାବ ସଂପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଡେଟିଂ ଆପ୍‌ରେ ଅଫ୍‌ତାପ ଅନେକ ଯୁବତୀଙ୍କୁ ଫସାଇଥିବା ନେଇ ସୁରାକ୍‌ ମିଳିଛି। ଅଫ୍‌ତାବକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାପାଇଁ ଶ୍ରଦ୍ଧାଙ୍କ ବାପା ଦାବି କରିଛନ୍ତି।

ଶ୍ରଦ୍ଧାଙ୍କ ବାପା ବିକାଶ ୱାକର ଏହି ଘଟଣାରେ ‘ଲଭ୍‌ ଜିହାଦ’ ସନ୍ଦେହ କରୁଛନ୍ତି। ସେ କହିଛନ୍ତି, ଆମେ ଅଫ୍‌ତାବ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଛୁ। ଦିଲ୍ଲୀ ପୁଲିସ ଉପରେ ମୋର ଭରସା ଅଛି ଏବଂ ତଦନ୍ତ ସଠିକ୍‌ ଦିଗରେ ଚାଲିଛି। ଶ୍ରଦ୍ଧାଙ୍କ ବାପା କହିଛନ୍ତି, ଅଫତାବ ଏବଂ ଶ୍ରଦ୍ଧା ୨୦୧୯ରୁ ସମ୍ପର୍କ‌ରେ ଥିଲେ। ଚଳିତ ବର୍ଷ ଦିଲ୍ଲୀ ଆସିବା ପୂର୍ବରୁ ‌ସେମାନେ ମହାରାଷ୍ଟ୍ରରେ ରହୁଥିଲେ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ବୁଲିଥିଲେ। ମାର୍ଚ୍ଚ, ଏପ୍ରିଲରେ ସେମାନେ କିଛି ହିଲ୍‌ ଷ୍ଟେସନ୍‌ ବୁଲିଥିଲେ ଏବଂ ମେ’ରେ ସେମାନେ ହିମାଚଳପ୍ରଦେଶ ଯାଇଥିଲେ। ହିମାଚଳରେ ସେମାନେ ଜଣେ ଲୋକଙ୍କୁ ଭେଟିଥିଲେ ଯିଏ କି ଛତ୍ରପୁରରେ ରହନ୍ତି। ଦିଲ୍ଲୀ ଆସିବାପରେ ସେମାନେ ଏହି ବ୍ୟକ୍ତିଙ୍କ ଫ୍ଲାଟ୍‌ରେ ରହିଥିଲେ। ସେଠାରେ ଅଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା।

Related story