ରାହୁଲ ଶେୱାଲେ ଶିବସେନାର ଲୋକସଭା ନେତା: ଏକନାଥ ସିନ୍ଦେ

ମୁମ୍ବାଇ: ଉଦ୍ଧବ ସେନା ଓ ଏକନାଥ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ତୀବ୍ର ରୂପ ଧାରଣ କରିଛି। ଶିବସେନାର ୧୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ଉଦ୍ଧବ ଠାକରେଙ୍କ ହାତ ଛାଡ଼ି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପ ମୁହାଁ ହୋଇଛନ୍ତି। ପୂର୍ବରୁ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିବା ବେଳେ ଏବେ ୧୨ ସାଂସଦଙ୍କ ଏପରି ଆଭିମୁଖ୍ୟ ଉଦ୍ଧବଙ୍କୁ ଚିନ୍ତାରେ ପକାଇଛି। ସେ କିଛି କରିବା ପୂର୍ବରୁ […]

Eknath-shinde

Hemant Lenka
  • Published: Tuesday, 19 July 2022
  • , Updated: 19 July 2022, 07:57 PM IST

ମୁମ୍ବାଇ: ଉଦ୍ଧବ ସେନା ଓ ଏକନାଥ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ତୀବ୍ର ରୂପ ଧାରଣ କରିଛି। ଶିବସେନାର ୧୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ଉଦ୍ଧବ ଠାକରେଙ୍କ ହାତ ଛାଡ଼ି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପ ମୁହାଁ ହୋଇଛନ୍ତି। ପୂର୍ବରୁ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିବା ବେଳେ ଏବେ ୧୨ ସାଂସଦଙ୍କ ଏପରି ଆଭିମୁଖ୍ୟ ଉଦ୍ଧବଙ୍କୁ ଚିନ୍ତାରେ ପକାଇଛି।

ସେ କିଛି କରିବା ପୂର୍ବରୁ ରାହୁଲ ଶେୱାଲେ ଶିବସେନାର ଲୋକସଭା ନେତା ଭାବେ ନିଯୁକ୍ତି ପାଇଥିବା ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ରାହୁଲଙ୍କୁ ଶିବସେନା ସଂସଦୀୟ ଦଳ ନେତାର ମାନ୍ୟତା ଦେଇଥିବା ଶ୍ରୀ ସିନ୍ଦେ ଦାବି କରିଛନ୍ତି।

ବାଚସ୍ପତି ଓମ ବିର୍ଲାଙ୍କ ସିନ୍ଦେଙ୍କ କ୍ୟାମ୍ପର ୧୨ ଜଣ ସାଂସଦ ସୋମବାର ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଦଳର ଲୋକସଭା ନେତା କରିବାକୁ ଅନୁରୋଧ କରିଥିଲେ। ସେହିପରି ଭାବନା ଗାୱାଲିଙ୍କୁ ଦଳ ମୁଖ୍ୟ ସଚେତକ ପଦରେ ପୂର୍ବ ଭଳି ରହିବା ପାଇଁ ଅନୁମତି ଦେବାକୁ କହିଥିଲେ। ଆଜି ଶିବସେନାର ଚିଠି ଲେଖିଥିବା ୧୨ ଜଣ ସାଂସଦ ଏକାଠି ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରେ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ମଧ୍ୟ ରହିଥିଲେ। ସେମାନେ ସମସ୍ତେ ଦଳର ଲୋକସଭା ନେତା ବଦଳାଇବାକୁ ଶ୍ରୀ ବିର୍ଲାଙ୍କ ଆଗରେ ଅନୁରୋଧ କରିଥିଲେ।

ଏହି ଭେଟଘାଟ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଶିବସେନାର ସାଂସଦମାନେ ବାଲା ସାହେବ ଠାକରେଙ୍କ ଆଦର୍ଶକୁ ସୁରକ୍ଷିତ ରଖିବା ପାଇଁ ମୁଁ ନେଇଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି। ଏଥିସହ ରାହୁଲ ଶେୱାଲେଙ୍କୁ ବାଚସ୍ପତି ଓମ ବିର୍ଲା ଶିବସେନାର ଲୋକସଭା ନେତା ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।”

ତେବେ ଏନେଇ ଲୋକସଭା ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି। ଆସନ୍ତାକାଲି ଅର୍ଥାତ ବୁଧବାର ବାଚସ୍ପତି ନିଜର ନିଷ୍ପତ୍ତି ସମ୍ପର୍କରେ ଜଣାଇବା ବେଳେ ବିଶେଷସୂତ୍ରରୁ ଜଣାପଡ଼ିଛି। ଲୋକସଭା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶିବସେନା ଦୁଇ ଗୋଷ୍ଠୀ ଦେଇଥିବା ଚିଠି ବାଚସ୍ପତିଙ୍କ ପାଖରେ ପହଞ୍ଚିଛି। ଏହି ଚିଠିକୁ ଯାଞ୍ଚ କରିବା ପରେ ଆସନ୍ତାକାଲି ସେ ଦୁଇ ଗୋଷ୍ଠୀ ଲେଖିଥିବା ଚିଠି ଉପରେ ନିଷ୍ପତ୍ତି ନେବେ।

ଉଦ୍ଧବଙ୍କ କ୍ୟାମ୍ପରେ ଥିବା ସାଂସଦ ବିନାୟକ ରାଉତ ଶବିସେନାର ଲୋକସଭା ନେତା ଭାବେ କାର୍ଯ୍ୟ କରୁଛନ୍ତି। ଦିନକ ପୂର୍ବରୁ ସେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ବିଦ୍ରୋହୀ ଗୋଷ୍ଠୀଙ୍କର କୌଣସି ଚିଠି ଉପରେ ପଦକ୍ଷେପ ଗ୍ରହଣ ନ କରିବାକୁ କହିଥିଲେ। ଏହି ଚିଠିର ଦିନକ ପରେ ହିଁ ସିନ୍ଦେଙ୍କ କ୍ୟାମ୍ପର ସାଂସଦମାନେ ବାଚସ୍ପତିଙ୍କୁ ଭେଟିଛନ୍ତି।

Related story