‘ଶୁଟର ଦାଦି’ଙ୍କ ଜୀବନ ନେଇଗଲା କରୋନା

ନୂଆଦିଲ୍ଲୀ: ଦେଶର ଭେଟରାନ ଶୁଟର ତଥା ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚଳିତ ସପ୍ତାହରେ ଉତ୍ତର ପ୍ରଦେଶର ମୀରଟରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। मेरा साथ छूट गया […]

shoot

Hemant Lenka
  • Published: Friday, 30 April 2021
  • , Updated: 30 April 2021, 05:30 PM IST

ନୂଆଦିଲ୍ଲୀ: ଦେଶର ଭେଟରାନ ଶୁଟର ତଥା ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚଳିତ ସପ୍ତାହରେ ଉତ୍ତର ପ୍ରଦେଶର ମୀରଟରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।


ଉତ୍ତର ପ୍ରଦେଶର ବାଘପଟରେ ରହୁଥିବା ଚନ୍ଦ୍ରୋ ତୋମାର ୬୫ ବର୍ଷ ବୟସରେ ପ୍ରତିଯୋଗିତାମୂଳକ ଶୁଟିଂ ଆରମ୍ଭ କରିଥିଲେ। ସେ ତାଙ୍କ ବନ୍ଧୁକ ଚାଳନା କ୍ୟାରିୟର୍‌ରେ ୩୦ରୁ ଅଧିକ ଜାତୀୟ ପଦକ ଓ ଅନେକ ପ୍ରତିଯୋଗିତା ଜିତିଛନ୍ତି। ତାଙ୍କ ଯା ପ୍ରକାଶୀ ତୋମାର ମଧ୍ୟ ବିଶ୍ୱର ସବୁଠାରୁ ବୟସ୍କ ସାର୍ପଶୁଟର।

ଚନ୍ଦ୍ରୋ ଓ ପ୍ରକାଶୀଙ୍କ ବନ୍ଧୁକ ଚାଳନା କଳାକୁ ଆଧାର କରି ୨୦୧୯ରେ ବଲିଉଡ ଫିଲ୍ମ ସାଣ୍ଡ କି ଆଖେଁ ରିଲିଜ୍‌ ହୋଇଥିଲା। ଏଥିରେ ତାପସୀ ପନ୍ନୁ ଓ ଭୂମି ପାଣ୍ଡେନକର ଅଭିନୟ କରିଥିଲେ।


ସୋଶାଲ ମିଡିଆରେ ଉଭୟ ଭୂମି ଓ ତାପସୀ ଶୁଟର ଦାଦି ଚନ୍ଦ୍ରୋ ତୋମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରକାଶୀ ତୋମାର ମଧ୍ୟ ସୋଶାଲ ମିଡିଆରେ ଚନ୍ଦ୍ରୋଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ମୋ ସାଥୀ ପଳେଇଲା। ଚନ୍ଦ୍ରୋ କୁଆଡ଼େ ଚାଲିଗଲା!!” କାନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ମଧ୍ୟ ଶୁଟର ଦାଦିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Related story