‘ମାରିଟାଲ୍ ରେପ୍‌’କୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ନା କହିଲା କେନ୍ଦ୍ର

ନୂଆଦିଲ୍ଲୀ: ମାରିଟାଲ୍ ରେପ୍ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ମାରିଟାଲ ରେପ ଅପରାଧ ଶ୍ରେଣୀଭୁକ୍ତ ହେଲେ ଏହାର ଦୁରୁପଯୋଗ ହେବ ବୋଲି ଯୁକ୍ତି ରଖିଛନ୍ତି କେନ୍ଦ୍ର କେନ୍ଦ୍ର ସରକାର।  ଯେଉଁଭଳି ଭାବେ କିଛି କ୍ଷେତ୍ରରେ ଯୌତୁକ ନିରୋଧୀ ଆଇନର ଧାରା ୪୯୮ର ଦୁରୁପଯୋଗ କରାଯାଉଛି । ସେଭଳି ଏହାକୁ ମଧ୍ୟ ଦୁରୁପଯୋଗ କରାଯିବା ଆଶଙ୍କା ରହିଛି ବୋଲି କେନ୍ଦ୍ର ଉଦାହରଣ ଦେଇଛି । ମାରିଟାଲ ରେପକୁ ଅପରାଧ ଶ୍ରେଣୀକୁ ଆଣିବା […]

Bride Representation Image

Tapas Behera
  • Published: Saturday, 29 January 2022
  • , Updated: 29 January 2022, 08:06 PM IST

ନୂଆଦିଲ୍ଲୀ: ମାରିଟାଲ୍ ରେପ୍ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ମାରିଟାଲ ରେପ ଅପରାଧ ଶ୍ରେଣୀଭୁକ୍ତ ହେଲେ ଏହାର ଦୁରୁପଯୋଗ ହେବ ବୋଲି ଯୁକ୍ତି ରଖିଛନ୍ତି କେନ୍ଦ୍ର କେନ୍ଦ୍ର ସରକାର।  ଯେଉଁଭଳି ଭାବେ କିଛି କ୍ଷେତ୍ରରେ ଯୌତୁକ ନିରୋଧୀ ଆଇନର ଧାରା ୪୯୮ର ଦୁରୁପଯୋଗ କରାଯାଉଛି । ସେଭଳି ଏହାକୁ ମଧ୍ୟ ଦୁରୁପଯୋଗ କରାଯିବା ଆଶଙ୍କା ରହିଛି ବୋଲି କେନ୍ଦ୍ର ଉଦାହରଣ ଦେଇଛି । ମାରିଟାଲ ରେପକୁ ଅପରାଧ ଶ୍ରେଣୀକୁ ଆଣିବା ପାଇଁ ହେଲେ ଭାରତରେ ଏହାକୁ ଅତି ଯତ୍ନର ସହ ବିଚାର ବିମର୍ଶ କରିବାକୁ ପଡ଼ିବ ।  ଅନେକ ଦେଶରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲେ ବି ଆମେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶଙ୍କୁ ଅନୁସରଣ କରିପାରିବା ନାହିଁ ବୋଲି କୋର୍ଟଙ୍କୁ ଜଣାଇଛି କେନ୍ଦ୍ର।

ଆମ ଦେଶରେ ଅନେକ ସମସ୍ୟା ରହିଥିବା ବେଳେ ମାରିଟାଲ ରେପ୍‌କୁ  ଅପରାଧ ଶ୍ରେଣୀଭୁକ୍ତ କରିବା ପୂର୍ବରୁ ଦେଶରେ ଶିକ୍ଷା, ଅଧିକାଂଶ ମହିଳାଙ୍କ ଆର୍ଥିକ ସ୍ୱଚ୍ଛଳତା, ସାମାଜିକ ଚିନ୍ତାଧାରା, ବିଭିନ୍ନତା, ଦାରିଦ୍ର୍ୟ ଆଦିକୁ ବିଚାରକୁ ନେବାକୁ ପଡ଼ିବ । ଏହାକୁ  ଅପରାଧ ଶ୍ରେଣୀକୁ ଆଣିବା ପୂର୍ବରୁ କେଉଁଟା ମାରିଟାଲ ରେପ୍ କାଟାଗୋରିରେ ଆସୁଛି ଓ କେଉଁଟା ନୁହେଁ ତାହା ଉପରେ ବିଶଦ ତର୍ଜମାର ଆବଶ୍ୟକତା ରହିଛି ।  ତେବେ ଦୁଷ୍କର୍ମ ନେଇ ପ୍ରମାଣ ଥିଲେ ବର୍ତ୍ତମାନ ଥିବା ଆଇନର ଧାରା ୩୭୬ ଅନୁଯାୟୀ ଦଣ୍ଡ ବିଧାନ କରାଯାଇପାରିବ।

ଦିଲ୍ଲୀ ହାଇକୋର୍ଟରେ ମାରିଟାଲ ରେପ୍ ନେଇ ଚାଲିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏଭଳି ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ପାରିବାରିକ ହିଂସା, ଯୌନ ଅପରାଧ ଭଳି ଆଇନ ରହିଛି । ଏପରିକି ଅପ୍ରାକୃତିକ ଯୌନ ସଂପର୍କ ନେଇ ମଧ୍ୟ ଆଇପିସିର ଧାରା ୩୭୭ ଅନୁଯାୟୀ ଦଣ୍ଡିତ କରାଯାଇପାରିବ ବୋଲି କେନ୍ଦ୍ର ଯୁକ୍ତି ଦର୍ଶାଇଛି। ମାରିଟାଲ୍ ରେପ୍‌କୁ ଅପରାଧ ଶ୍ରେଣୀକୁ ଆଣିଲେ ଏହାର ଦୁରୁପଯୋଗ ଆଶଙ୍କା ଥିବାରୁ ଏହାକୁ ସଂସଦରେ ଆଲୋଚନା କରାଯିବା ଦରକାର ଓ ସମ୍ବିଧାନ ଅନୁଯାୟୀ ଏଥିପାଇଁ ସଂସଦ ପ୍ରକୃତ ସ୍ଥାନ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି। ସେହିପରି କେନ୍ଦ୍ର ସରକାର କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରେ  ସାଂସ୍କୃତିକ ବିବିଧତା ରହିଛି।  ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ କୌଣସି଼ ଜଟିଳତାକୁ ଏଡାଇବା ପାଇଁ ରାଜ୍ୟମାନଙ୍କର ମତାମତ ଜାଣିବା ଜରୁରୀ ।

Related story