ସରିଲା ଅଫତାବଙ୍କ ନାର୍କୋ ଟେଷ୍ଟ, ଚେତା ଫେରିଲେ ଜେଲ ଯିବ

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀର ରୋହିଣୀର ଏକ ହସପିଟାଲରେ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତଙ୍କ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ସରିଛି। ଅଫତାବଙ୍କୁ ଏବେ ଦୁଇ ଘଣ୍ଟା ଅବଜରଭେସନରେ ରଖାଯାଇଛି। ପରେ ତାଙ୍କୁ ସାଇକୋଲୋଜିକାଲ ଥେରାପି ଦେଇ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଅଣାଯିବ। ଅଫତାବ ଚେତନାସ୍ଥରକୁ ଫେରିଲେ ପୁଣି ତାଙ୍କୁ ତିହାର ଜେଲକୁ ନେଇଯିବ ପୁଲିସ।  ଅଫତାବଙ୍କର ନାର୍କୋ ଟେଷ୍ଟ ବେଳେ  ଜଣେ ବରିଷ୍ଠ ଆନାସ୍ଥେସିଆ ବିଶେଷଜ୍ଞ, ଫୋରେନ୍‌ସିକ ଲାବର ମନସ୍ତାତ୍ତ୍ୱିକ ବିଶେଷଜ୍ଞ, ଜଣେ […]

sradha

  • Published: Thursday, 01 December 2022
  • , Updated: 01 December 2022, 03:34 PM IST

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀର ରୋହିଣୀର ଏକ ହସପିଟାଲରେ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତଙ୍କ ଅଫତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ସରିଛି। ଅଫତାବଙ୍କୁ ଏବେ ଦୁଇ ଘଣ୍ଟା ଅବଜରଭେସନରେ ରଖାଯାଇଛି। ପରେ ତାଙ୍କୁ ସାଇକୋଲୋଜିକାଲ ଥେରାପି ଦେଇ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଅଣାଯିବ। ଅଫତାବ ଚେତନାସ୍ଥରକୁ ଫେରିଲେ ପୁଣି ତାଙ୍କୁ ତିହାର ଜେଲକୁ ନେଇଯିବ ପୁଲିସ।  ଅଫତାବଙ୍କର ନାର୍କୋ ଟେଷ୍ଟ ବେଳେ  ଜଣେ ବରିଷ୍ଠ ଆନାସ୍ଥେସିଆ ବିଶେଷଜ୍ଞ, ଫୋରେନ୍‌ସିକ ଲାବର ମନସ୍ତାତ୍ତ୍ୱିକ ବିଶେଷଜ୍ଞ, ଜଣେ ଓଟି ଆଟେଣ୍ଟାଣ୍ଟ, ଫୋରେନ୍‌ସିକ ଲାବର ଫଟୋ ବିଶେଷଜ୍ଞ ଉପସ୍ଥିତ ଥିଲେ । ତିନୋଟି ପର୍ଯ୍ୟାୟରେ ପ୍ରଶ୍ନ ପଚରାଯିବା ପୂର୍ବରୁ ଅଫତାବଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା। ପ୍ରଥମ ଟେଷ୍ଟରେ ଅଫତାବଙ୍କ ନାମ ଏବଂ ଠିକଣା ପଚରାଯାଇଥିଲା।  ହତ୍ୟା ମାମଲା ସହ ଜଡିତ ଚରିତ୍ର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପ୍ରଶ୍ନ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ପଚରାଯାଇଥିଲା।

ଅଧିକାରୀଙ୍କ କହିବାନୁସାରେ, ପୁନାୱାଲାଙ୍କୁ ଆଜି ସକାଳ ୮ଟା୪୦ ରେ ରୋହିଣୀର ଡ. ବାବା ସାହେବ ଆମ୍ବେଦକର ହସପିଟାଲରେ ଭର୍ତ୍ତି କରାଯାଇଥିଲା।  ନାର୍କୋ ଟେଷ୍ଟ ପୂର୍ବରୁ ତାଙ୍କ ରକ୍ତଚାପ, ପଲ୍ସ ରେଟ୍‌, ଶରୀରର ତାପମାତ୍ରା ଏବଂ ହୃଦସ୍ପନ୍ଦନ ଆଦି ଯାଞ୍ଚ କରାଯାଇଥିଲା। ସେହିପରି ଏହି ଟେଷ୍ଟ ପୂର୍ବରୁ ସମସ୍ତ ପ୍ରକ୍ରିୟା  ପାଇଁ ତାଙ୍କ ସହମତି ଅର୍ଥାତ ଏକ ସ୍ୱୀକାରଉକ୍ତି ନିଆଯାଇଥିଲା।  ସେ ଏକ ଫର୍ମରେ ଦସ୍ତଖତ କରିବା ପରେ ନାର୍କୋ ବିଶ୍ଳେଷଣ ପ୍ରକ୍ରିୟା କରାଯାଇଥିଲା ଗତକାଲି ଅଫତାବର ପଲିଗ୍ରାଫ ପରୀକ୍ଷା କରାଯାଇଥିଲା।

ଏହି ସମୟରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ଦୋଷ ମାନିଥିବା ଜଣାପଡ଼ିଛି। କିନ୍ତୁ ଶ୍ରଦ୍ଧାଙ୍କୁ ହତ୍ୟା ପରେ ତାଙ୍କ ଭିତରେ ଅନୁତାପ କି ଅନୁଶୋଚନା ନଥିବା ସେ ସିଧାସଳଖ ପୁଲିସକୁ କହିଥିବା ସୂଚନା ମିଳିଛି। ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଅଧିକାରୀ କହିଛନ୍ତି ଯେ, ଅଫତାବ ତାଙ୍କ ଲିଭ ଇନ୍‌ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଏଥିସହ ସେ କରିଥିବା ଅପରାଧରେ ତାଙ୍କର କୌଣସି ଦୋଷ ନାହିଁ ବୋଲି କହିଛନ୍ତି। ପଲିଗ୍ରାଫ୍ ଟେଷ୍ଟ ବେଳେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ପିସ୍‌ କରି ଖଣ୍ଡବିଖଣ୍ଡିତ ଶରୀରକୁ ଜଙ୍ଗଲରେ ପୋତି ଥିବା ମାନିଛନ୍ତି।

Related story