ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରଲୋକ

ପୁଣେ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍‌ଆଇଆ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ସୁରେଶ ଯାଦବଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କୁ ପୁଣେ ସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମହାମାରୀ କରୋନା ସମୟରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକା ପଛରେ ଡା ସୁରେଶଙ୍କ ଅବଦାନ ମଧ୍ୟ ରହିଥିଲା। ଆଜି ତାଙ୍କ ବିୟୋଗରେ ମେଡିକାଲ […]

suresh

Hemant Lenka
  • Published: Wednesday, 08 December 2021
  • , Updated: 08 December 2021, 05:44 PM IST

ପୁଣେ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍‌ଆଇଆ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ସୁରେଶ ଯାଦବଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କୁ ପୁଣେ ସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ମହାମାରୀ କରୋନା ସମୟରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକା ପଛରେ ଡା ସୁରେଶଙ୍କ ଅବଦାନ ମଧ୍ୟ ରହିଥିଲା। ଆଜି ତାଙ୍କ ବିୟୋଗରେ ମେଡିକାଲ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ସେରମ ପକ୍ଷରୁ ହିଁ କୋଭିସିଲ୍ଡ ଟିକାର ଉତ୍ପାଦନ କରାଯାଉଛି। ଏହା ପଛରେ ଡା ସୁରେଶଙ୍କ ଭୂମିକା ରହିଥିଲା। କୋଭିସିଲ୍ଡ ବ୍ୟତୀତ ସେ ଅନେକ ଜୀବନ ରକ୍ଷାକାରୀ ଟିକାର ସ୍ରଷ୍ଟା ଭାବେ ପରିଚିତ।

ଆଜି ତାଙ୍କ ବିୟୋଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅତ୍ୟନ୍ତ ଦୁଃଖଦ ଖବର। ଡା ସୁରେଶ ଯାଦବ ଟିକା ବିକଶିତ କରିବା ପାଇଁ ସାରା ଜୀବନ ଉଦ୍ୟମ କରି ଅନେକ ଲୋକଙ୍କ ଜୀବନ ରକ୍ଷାରେ ପ୍ରଭାବ ସୃଷ୍ଟି କରିପାରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମ କରୁଛି ବୋଲି ସୌମ୍ୟା ଟ୍ୱିଟ କରିଛନ୍ତି।


ସୌମ୍ୟାଙ୍କ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଡା ସୁରେଶଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Related story