ଟ୍ରେନ୍‌ ଭିତରେ ସାପ ଆତଙ୍କ

କୋଝିକୋଡ଼େ: ଟ୍ରେନ୍‌ ଭିତରେ ସାପ ଆତଙ୍କ। ସାପ ଆତଙ୍କ ଯୋଗୁ  ଟ୍ରେନ୍‌ ଦୀର୍ଘ ସମୟଧରି ଅଟକି ରହିଥିଲା। ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କେରଳର କୋଝିକୋଡ଼େରେ ଏମିତି ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଥିରୁ ଷ୍ଟେସନରୁ ଛାଡ଼ିବାକୁ ଥିବା ଥିରୁଅନନ୍ତପୁରମ-ନିଜାମୁଦ୍ଦିନ ଏକ୍ସପ୍ରେସରେ ସାପ ଅଛି ବୋଲି ଖବର ପହଞ୍ଚିଥିଲା। ଟ୍ରେନ୍‌ର ଏସ-୫ ବଗିରେ ଏକ ଲଗେଜରେ ସାପ ଥିବା ଯାତ୍ରୀମାନେ ଦେଖିଥିଲେ। ପରେ ଯାତ୍ରୀମାନେ ଟିଟିଇକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ରେଲୱେ ଅଧିକାରୀ ଅବଗତ ହେବା […]

snake

snake

Tapas Behera
  • Published: Thursday, 28 July 2022
  • Updated: 28 July 2022, 02:13 PM IST

Sports

Latest News

କୋଝିକୋଡ଼େ: ଟ୍ରେନ୍‌ ଭିତରେ ସାପ ଆତଙ୍କ। ସାପ ଆତଙ୍କ ଯୋଗୁ  ଟ୍ରେନ୍‌ ଦୀର୍ଘ ସମୟଧରି ଅଟକି ରହିଥିଲା। ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କେରଳର କୋଝିକୋଡ଼େରେ ଏମିତି ଘଟଣା ଘଟିଛି।

ବୁଧବାର ସନ୍ଧ୍ୟାରେ ଥିରୁ ଷ୍ଟେସନରୁ ଛାଡ଼ିବାକୁ ଥିବା ଥିରୁଅନନ୍ତପୁରମ-ନିଜାମୁଦ୍ଦିନ ଏକ୍ସପ୍ରେସରେ ସାପ ଅଛି ବୋଲି ଖବର ପହଞ୍ଚିଥିଲା। ଟ୍ରେନ୍‌ର ଏସ-୫ ବଗିରେ ଏକ ଲଗେଜରେ ସାପ ଥିବା ଯାତ୍ରୀମାନେ ଦେଖିଥିଲେ। ପରେ ଯାତ୍ରୀମାନେ ଟିଟିଇକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ରେଲୱେ ଅଧିକାରୀ ଅବଗତ ହେବା ପରେ ଜଙ୍ଗଲ ବିଭାଗ ସହ ଯୋଗାଯୋଗ କରାଯାଥିଲା। ବନ ବିବିଭାଗର ଅଧିକାରି ଟିମ ସହ ଆସି ବହୁ ସମୟ ଧରି ଖୋଜାଖୋଜି କରିଥିଲେ। ହେଲେ ସାପର ସନ୍ଧାନ ମିଳି ନଥିଲା। ସାପ ନଥିବା ବନ ବିଭାଗ ସ୍ପଷ୍ଟ କରିବା ପରେ ଟ୍ରେନ୍‌ ଛାଡ଼ିଥିଲା। ଟ୍ରେନ୍‌ଟି ଧାର୍ଯ୍ୟ ସମୟ ଠାରୁ ବହୁ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos