ନବାବ ମଲିିକଙ୍କ ପୁଅ ବିରୋଧରେ ମାମଲା ରୁଜୁ, ହୋଇପାରନ୍ତି ଗିରଫ

ମୁମ୍ବାଇ: ବାପା ପରେ ଏବେ ପୁଅ ପାଇଁ ବଢ଼ିଲା ଅଡୁଆ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିିକଙ୍କ ଅଡୁଆ ଥମିବାର ନାଁ ଧରୁନି। ତାଙ୍କ ପରେ ଏବେ ତାଙ୍କ ପୁଅ ଆଇନ ଜାଲରେ ଫସିଛନ୍ତି। ମୁମ୍ବାଇର କୁର୍ଲା ପୁଲିସ ଏହି ପୂର୍ବତନ ମନ୍ତ୍ରୀଙ୍କ ପୁଅ ଫରାଜ ମଲିକଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ କରିଛି। ପୁଲିସ ସୂଚନା ମୁତାବକ, ନବାବ ମଲିକଙ୍କ ପୁଅ ଫରାଜ ଜଣେ ଫରାସୀ ମହିଳାଙ୍କ ଭିସା ଅବଧି ବଢ଼ାଇରେ ସାହାଯ୍ୟ […]

nawab-malik-faraj-malik

nawab-malik-faraj-malik

Madhupriya Mistry
  • Published: Wednesday, 18 January 2023
  • Updated: 18 January 2023, 01:03 PM IST

Sports

Latest News

ମୁମ୍ବାଇ: ବାପା ପରେ ଏବେ ପୁଅ ପାଇଁ ବଢ଼ିଲା ଅଡୁଆ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିିକଙ୍କ ଅଡୁଆ ଥମିବାର ନାଁ ଧରୁନି। ତାଙ୍କ ପରେ ଏବେ ତାଙ୍କ ପୁଅ ଆଇନ ଜାଲରେ ଫସିଛନ୍ତି। ମୁମ୍ବାଇର କୁର୍ଲା ପୁଲିସ ଏହି ପୂର୍ବତନ ମନ୍ତ୍ରୀଙ୍କ ପୁଅ ଫରାଜ ମଲିକଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ କରିଛି।

ପୁଲିସ ସୂଚନା ମୁତାବକ, ନବାବ ମଲିକଙ୍କ ପୁଅ ଫରାଜ ଜଣେ ଫରାସୀ ମହିଳାଙ୍କ ଭିସା ଅବଧି ବଢ଼ାଇରେ ସାହାଯ୍ୟ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ୪୨୦, ୪୫୬, ୪୬୮, ୩୪ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

୨୦୨୨ ମାର୍ଚ୍ଚ ୨ ରୁ ଜୁନ୍ ୨୦୨୨ ମଧ୍ୟରେ ନକଲି ଦସ୍ତାବିଜ ତିଆରି କରାଯାଇଥିଲା। ଏହି ଦସ୍ତାବିଜର ହେରଫେର ୨୦୨୦ରେ ହୋଇଥିଲା। ଏନେଇ ସ୍ୱତନ୍ତ୍ର ଶାଖା ଅଧିକାରୀଙ୍କ ଅଭିଯୋଗରେ କୁର୍ଲା ପୁଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି। ଫାରାଜ ଏବଂ ହାମଲିନ (ଫରାସୀ ମହିଳା) ଙ୍କ ବ୍ୟତୀତ ଅନ୍ୟ କେତେକ ଲୋକଙ୍କ ବିରୋଧରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି।

ବାସ୍ତବରେ, ହାମଲିନ୍ ୨୦୨୦ମସିହାରେ ଭାରତ ଆସିଥିଲେ, ଯାହାର ଭିସା ଅବଧି ବଢ଼ାଇବା ପାଇଁ ଆବେଦନ ଦିଆଯାଇଥିଲା। ଏଥିସହ ଏକ ନକଲି ଦସ୍ତାବିଜ ମଧ୍ୟ ଦିଆଯାଇଥିଲା। ଅନୁସନ୍ଧାନ ସମୟରେ ସ୍ୱତନ୍ତ୍ର ଶାଖା ଅଧିକାରୀ ଯେତେବେଳେ ଏହା ଜାଣିଲେ ସେତେବେଳେ ସେ କୁର୍ଲା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବ୍ରୁଆରୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନବାବ ମଲିକଙ୍କୁ ଗିରଫ କରିଥିଲା। ସେ ଏବେ ଜେଲ୍‌ରେ ଅଛନ୍ତି। ଏନ୍‌ଆଇଏ ଦ୍ୱାରା ଦାଉଦ ଇବ୍ରାହିମ ଓ ତାଙ୍କ ସହଯୋଗୀ ବିରୋଧରେ ଅବୈଧ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ପଞ୍ଜିକୃତ ଏଫ୍‌ଆଇଆର୍ ଆଧାରରେ ଇଡି ନବାବ ମଲିକଙ୍କୁ ଗିରଫ କରିଛି।

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦାଉଦ ଇବ୍ରାହିମ ମୁଖ୍ୟ ଅଭିଯୁକ୍ତ। ଗତ ବର୍ଷ ଡିସେମ୍ବରରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ଜମି କାରବାର ମାମଲାରେ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ। ଏହି କାରବାରରେ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ ଏବଂ ତାଙ୍କ ଦଳର ସଦସ୍ୟମାନେ ମଧ୍ୟ ଜଡିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story