ଆଜି ତୃତୀୟ ଥର ଇଡିରେ ହାଜର ହେବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ‌ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସେ ତୃତୀୟ ଥର ପାଇଁ ତଦନ୍ତକାରୀ ସଂସ୍ଥାକୁ ସାମ୍ନା କରିବେ। ପ୍ରଥମ ଦିନ ୩ ଘଣ୍ଟା  ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା। ଆଜି ପୁଣିଥରେ ଜେରା ପାଇଁ ସମନ କରାଯାଇଛି। ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ସୋନିଆ ଗତକାଲି ପୂର୍ବାହ୍ନ ୧୧ଟା ସମୟରେ […]

sonia

  • Published: Wednesday, 27 July 2022
  • , Updated: 27 July 2022, 09:39 AM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ‌ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସେ ତୃତୀୟ ଥର ପାଇଁ ତଦନ୍ତକାରୀ ସଂସ୍ଥାକୁ ସାମ୍ନା କରିବେ। ପ୍ରଥମ ଦିନ ୩ ଘଣ୍ଟା  ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା। ଆଜି ପୁଣିଥରେ ଜେରା ପାଇଁ ସମନ କରାଯାଇଛି। ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ସୋନିଆ ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଇଡି ଅଫିସରେ ପହଞ୍ଚିଥିଲେ। ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। ଗତକାଲି ଆନ୍ଦୋଳନରେ ରାହୁଲ ଗାନ୍ଧି ନେତୃତ୍ୱ ନେଇଥିବା ଦେଖିବାକୁ ମିଳିଥିଲା। ଗତକାରଲି ୧୧.୧୫ରେ ସୋନିଆଙ୍କୁ ଜେରା ଆରମ୍ଭ ହୋଇଥିଲା। ତେବେ ପରିସ୍ଥିତି ଅପ୍ରୀତିକର ଆଶଙ୍କା କରି ପୁଲିସ ପକ୍ଷରୁ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସୋନିଆଙ୍କୁ ଜୁଲାଇ ୨୧ରେ ପ୍ରଥମ ପର୍ଯ୍ୟାୟରେ ଜେରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ପାଖାପାଖି ୩ ଘଣ୍ଟା ଜେରା କରାଯାଇଥିଲା । ସୋନିଆଙ୍କୁ ଇଡି ଜେରାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ସହରରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଦଳର ଅନ୍ୟ ସାଂସଦମାନେ ବିଜୟ ଚୌକ ନିକଟରେ ରାସ୍ତାରେ ବସି ଆନ୍ଦୋଳନ କରିଥିଲେ।  ସେମାନଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ପରେ ସନ୍ଧ୍ୟାରେ ଛାଡ଼ି ଦେଇଥିଲା।

Related story