ଘରକୁ ସମସ୍ତଙ୍କୁ ଡାକିଲେ ସୋନିଆ, ମମତାଙ୍କୁ ଡାକିଲେନି !

ନୂଆଦିଲ୍ଲୀ: ବିରୋଧିଙ୍କୁ ଏକାଠି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ରଣନୀତି।  ରାଜ୍ୟସଭାରେ ୧୨ ଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର ପାଇଁ  କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ବିରୋଧୀଙ୍କୁ ନିମନ୍ତ୍ରଣ କରିଥିଲେ। ଦିଲ୍ଲୀ ସ୍ଥିତ ସୋନିଆଙ୍କ ବାଷଭବନରେ ଆଜି ଏହି ବୈଠକ ହୋଇଥିବା ବେଳେ ଏଥିରେ ମମତା ବାନାର୍ଜୀଙ୍କ ଦଳ ଟିଏମସିକୁ ନିମନ୍ତ୍ରଣ କରାଯାଇ ନଥିବା ଜଣାପଡ଼ିଛି । କଂଗ୍ରେସ ବ୍ୟତୀତ ୫ଟି ବିରୋଧୀ ଦଳର ନେତା ଏହି ସଭାରେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, […]

mamata-banerjee-and-sonia-g

Tapas Behera
  • Published: Tuesday, 14 December 2021
  • , Updated: 14 December 2021, 08:24 PM IST

ନୂଆଦିଲ୍ଲୀ: ବିରୋଧିଙ୍କୁ ଏକାଠି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ରଣନୀତି।  ରାଜ୍ୟସଭାରେ ୧୨ ଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର ପାଇଁ  କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ବିରୋଧୀଙ୍କୁ ନିମନ୍ତ୍ରଣ କରିଥିଲେ। ଦିଲ୍ଲୀ ସ୍ଥିତ ସୋନିଆଙ୍କ ବାଷଭବନରେ ଆଜି ଏହି ବୈଠକ ହୋଇଥିବା ବେଳେ ଏଥିରେ ମମତା ବାନାର୍ଜୀଙ୍କ ଦଳ ଟିଏମସିକୁ ନିମନ୍ତ୍ରଣ କରାଯାଇ ନଥିବା ଜଣାପଡ଼ିଛି ।

କଂଗ୍ରେସ ବ୍ୟତୀତ ୫ଟି ବିରୋଧୀ ଦଳର ନେତା ଏହି ସଭାରେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ସହଯୋଗୀ ଶରଦ ପାୱାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି), ଡିଏମକେ ଏବଂ ଶିବସେନା ଦଳର ସଦସ୍ୟ ସାମିଲ ଥିଲେ। ବୈଠକରେ ରାହୁଲ ଗାନ୍ଧି, ଶରଦ ପାୱାର,  ଶିବସେନା ନେତା ସଞ୍ଜୟ ରାୱତ, ଡିଏମକେର ଟିଆର ବାଲୁ, ସିପିଏମର ସୀତାରାମ ୟେଚୁରୀ ଏବଂ ନ୍ୟାସନାଲ କନଫରେନ୍ସ(ଏନସି)ର ଫାରୁକ୍ ଅବଦୁଲ୍ଲା ଉପସ୍ଥିତ ଥିଲେ। ହେଲେ ଟିଏମସିକୁ ଆମନ୍ତ୍ରଣ କରାଯାଇ ନଥିବା ଜଣାପଡ଼ିଛି। କାରଣ ଟିଏମସିର କୌଣସି ସଦସ୍ୟ ଏହି ବୈଠକରେ ଉପସ୍ଥିତ ନଥିଲେ।

କଂଗ୍ରେସକୁ ଟାର୍ଗେଟ କରି ମମତା ଏବେ ଦଳର ଶତ୍ରୁ ପାଲଟି ଯାଇଛନ୍ତି। ଉଭୟଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବାରୁ ମମତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା କୁହାଯାଉଛି। ତେବେ ଅନ୍ୟ ନେତାମାନେ ଶରଦ ପାୱାରଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କୁ ଭେଟି ସମାଧାନର ବାଟ ବାହାର କରିବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ ସଦନକୁ ସ୍ୱାଭାବିକ ଭାବେ ଚଳେଇବାକୁ ଗୃହର ନେତା ଏବଂ ବିରୋଧୀ ଦଳର ନେତାଙ୍କ ସହ ଏ ବିଷୟରେ ଆଲୋଚନା ପାଇଁ ସମ୍ମତି ଜଣାଇଥିଲେ ଭେଙ୍କିୟା।

ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ୧୨ ଜଣ ସଦସ୍ୟଙ୍କୁ  ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇ ଥିଲା। ଏହି ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିରୋଧୀମାନେ ଦାବି କରିବା ସହ  ନିୟମିତ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଫଳରେ  ଉଭୟ ଗୃହରେ ବାରମ୍ବାର କାର୍ଯ୍ୟ ବନ୍ଦ ରହୁଛି। ସମ୍ପୃକ୍ତ ସଦସ୍ୟମାନେ କ୍ଷମା ମାଗି ନଥିବାରୁ ଏ ବିଷୟରେ ହସ୍ତକ୍ଷେପ ନ କରିବାକୁ କେନ୍ଦ୍ର ମନା କରିଦେଇଛି।

Related story