ଇଡିରେ ହାଜର ହେଲେ ସୋନିଆ ଗାନ୍ଧି, କଂଗ୍ରେସର ପ୍ରତିବାଦ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ସେଠାରେ ଆଜି  ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ୍‌  ଘୋଟାଲାରେ ଜେରାର ସମ୍ମୁଖୀନ ହେବେ। ସୋନିଆ ଗାନ୍ଧିଙ୍କୁ ଇଡିର ଡାକରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି। ଯୁବ କଂଗ୍ରେସ ପକ୍ଷରୁ ଜନପଥରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କଂଗ୍ରେସର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀ ସୋନିଆ ଗାନ୍ଧିଙ୍କ ସମର୍ଥନରେ ହୋହଲ୍ଲା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି […]

Sonia Gandhi

Tapas Behera
  • Published: Thursday, 21 July 2022
  • , Updated: 21 July 2022, 12:45 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ସେଠାରେ ଆଜି  ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ୍‌  ଘୋଟାଲାରେ ଜେରାର ସମ୍ମୁଖୀନ ହେବେ। ସୋନିଆ ଗାନ୍ଧିଙ୍କୁ ଇଡିର ଡାକରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି। ଯୁବ କଂଗ୍ରେସ ପକ୍ଷରୁ ଜନପଥରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କଂଗ୍ରେସର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀ ସୋନିଆ ଗାନ୍ଧିଙ୍କ ସମର୍ଥନରେ ହୋହଲ୍ଲା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଆନ୍ଦୋଳନକୁ ଜୋରଦାର କରିଛି  ଦଳ। ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରିଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ ହେବ ସୋନିଆ ଗାନ୍ଧିଙ୍କର ଏକ ଭିନ୍ନ ବ୍ୟକ୍ତିତ୍ୱ ରହି ଆସଛି। ଇଡି ତାଙ୍କ ବାସଭାବନକୁ ଯାଇ ତଦନ୍ତ କରିପାରିବ।  ମୁଁ ଇଡି ଏବଂ ସିବିଆଇ ମୁଖ୍ୟଙ୍କୁ ଭେଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଷୟରେ ସାଧାରଣ ଳୋକଙ୍କ ଧରଣା ବିଷୟରେ  ଜଣାଇ ଦେବାକୁ ଚାହେଁ ବୋଲି କହିଛନ୍ତି।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧିଏବଂ ରାହୁଲ ଗାନ୍ଧି ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି। ଗୁରୁବାର ଏହି କେସରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରାଯାଉଛି।

Related story