ସୋନିଆ ଗାନ୍ଧିଙ୍କୁ କମଳା ହ୍ୟାରିସଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ତୁଳନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ଏଥିସହ ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ବେଳେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାର ଥିଲା ବୋଲି ସେ କହିଛନ୍ତି। ଗୋଟିଏ ଗଣମାଧ୍ୟମକୁ ଅଠାୱାଲେ କହିଛନ୍ତି, ୟୁପିଏ କ୍ଷମତାକୁ ଯେତେବେଳେ ଆସିଲା ସେତେବେଳେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଉଚିତ ଥିଲା। ଯଦି କମଳା ହ୍ୟାରିସ ଆମେରିକାର ଉପ ରାଷ୍ଟ୍ରପତି ହୋଇ […]

sonia

Hemant Lenka
  • Published: Monday, 27 September 2021
  • , Updated: 27 September 2021, 03:48 PM IST

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ତୁଳନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ଏଥିସହ ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ବେଳେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାର ଥିଲା ବୋଲି ସେ କହିଛନ୍ତି।

ଗୋଟିଏ ଗଣମାଧ୍ୟମକୁ ଅଠାୱାଲେ କହିଛନ୍ତି, ୟୁପିଏ କ୍ଷମତାକୁ ଯେତେବେଳେ ଆସିଲା ସେତେବେଳେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଉଚିତ ଥିଲା। ଯଦି କମଳା ହ୍ୟାରିସ ଆମେରିକାର ଉପ ରାଷ୍ଟ୍ରପତି ହୋଇ ପାରୁଛନ୍ତି, ତା’ହେଲେ ସୋନିଆ କାହିଁକି ଭାରତର ପ୍ରଧାନମନ୍ତ୍ରୀ ହୋଇ ପାରି ନଥାଆନ୍ତେ? ସେ(ସୋନିଆ) ଭାରତୀୟ ନାଗରିକ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଧର୍ମପତ୍ନୀ।

ଏଥିସହ ସୋନିଆ ଲୋକସଭାର ସଦସ୍ୟ। ସୋନିଆଙ୍କୁ ବିଦେଶୀ ବୋଲି କହିବା ଅର୍ଥହୀନ। ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ମୁଁ ନିଜେ ସୋନିଆ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲି। ମୁଁ ଭାବୁଥିଲି ଯେ ତାଙ୍କୁ ବିଦେଶୀ କହିବାର ଅର୍ଥ କିଛି ନାହିଁ।

ଯଦି ସୋନିଆ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ନଥିଲେ, ତା’ହେଲେ ସେ ମନମୋହନ ସିଂହଙ୍କ ବଦଳରେ ଶରଦ ପାୱାରଙ୍କୁ ଏହି ପଦ ପାଇଁ ମନୋନୀତି କରିପାରି ଥାଆନ୍ତେ। ମନମୋହନଙ୍କ ବଦଳରେ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବାର ଥିଲା। କିନ୍ତୁ ସୋନିଆ ସେମିତି କିଛି କଲେନାହିଁ।

ଯଦି ୨୦୦୪ରେ ପାୱାର ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ, ତା’ହେଲେ କଂଗ୍ରେସ ଏବେ ଦେଶରେ ଶକ୍ତିଶାଳୀ ବିରୋଧୀ ହୋଇ ରହି ପାରିଥାଆନ୍ତା। ଏଥିସହ କଂଗ୍ରେସରେ ଆଜି ଯେଉଁସବୁ ବିଭ୍ରାଟ ସୃଷ୍ଟି ହେଉଛି, ସେଗୁଡ଼ିକୁ ମଧ୍ୟ ଦେଖିବାକୁ ମିଳି ନଥାଆନ୍ତା ବୋଲି ଅଠାୱାଲେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ୧୦ ବର୍ଷ ଯାଏ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପାୱାର ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା। ସେ ସୋନିଆଙ୍କୁ ବିଦେଶୀ ନାଗରିକ କହି ତାଚ୍ଛଲ୍ୟ କରିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

୧୯୯୯ରେ ସେ କଂଗ୍ରେସ ଠାରୁ ଅଲଗା ହୋଇ ଏନସିପି ଗଠନ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏନସିପି ଓ କଂଗ୍ରେସ ମିଳିତ ଭାବେ ଏକାଧିକ ନିର୍ବାଚନ ଲଢ଼ି ସଫଳତା ପାଇଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି ଓ ଶିବସେନା ମିଳିତ ଭାବେ ସରକାର ମଧ୍ୟ ଗଠନ କରିଛନ୍ତି।

Related story