ନୂଆଦିଲ୍ଲୀ: ଗାନ୍ଧି ପରିବାର ପଦ ଛାଡ଼ିବେ। ନେତୃତ୍ୱ ପରିବର୍ତ୍ତନ ହେବ। ଏମିତି କେତେ କଣ ଆଲୋଚନା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । କିନ୍ତୁ ବୈଠକରେ ପୁରୁଣା ପାଠ ରିପିଟ୍ ହୋଇଛି । ଅର୍ଥାତ୍ କଂଗ୍ରେସ ଦାୟିତ୍ୱ ସୋନିଆ ଗାନ୍ଧି ହାତରେ ହିଁ ରହିବ। ପୂର୍ବ ଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରହିବା ନେଇ ନିଷ୍କର୍ଷ ବାହାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ୫ ରାଜ୍ୟରେ କଂଗ୍ରେସର ଧରାଶାୟୀ ହେବା ପରେ ଆଜି ଏହାର ସମୀକ୍ଷା ନେଇ ସିଡବ୍ଲ୍ୟସି ବୈଠକ ଡକାଯାଇଥିଲା ଏଥିସହ ପ୍ରଥମଥର ପାଇଁ ଗାନ୍ଧି ପରିବାର ଦାୟିତ୍ୱ ଛାଡ଼ିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଆଜିର ବୈଠକରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷା ପଦରେ ରହିବାକୁ ସହମତି ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣାଡ଼ିଛି। ଏବେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଅଛନ୍ତି ସୋନିଆ ଗାନ୍ଧି ।
୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୃସି ବୈଠକ ବସିଥିଲା । ନୂଆଦିଲ୍ଲୀରେ ହୋଇଥିବା ବୈଠକରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଏଆଇସିସି ଅଫିସରେ ଚାଲିଥିବା ବୈଠକରେ ଦଳର ଦୁର୍ବଳ ପ୍ରଦର୍ଶନକୁ ନେଇ କାରଣ ଖୋଜା ହୋଇଥିଲା । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ମଲ୍ଲିକାର୍ଜୁନ ଖାଡ଼ଗେ, ପି.ଚିଦାମ୍ବରମ, ଅଶୋକ ଗେହେଲଟ, ଭୁପେଶ ବାଘେଲ ଏବଂ ହରିଶ ରାୱତଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ହେଲେ ବୈଠକରେ ଦାୟିତ୍ୱକୁ ନେଇ ସେଇ ଗାନ୍ଧି ପରିବାର ସମ୍ପର୍କରେ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
ସଦ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରସ ଧରାଶାୟୀ ହେବା ପରେ ଦଳର ବିଦ୍ରୋହୀ ଗୋଷ୍ଟୀ ଜି-୨୩ ନେତାଙ୍କ ମଧ୍ୟରେ ଶୁକ୍ରବାର ଏକ ବୈଠକ ବସିଥିଲା। ଏହି ବୈଠକରେ ଏଆଇସିସିର ସଭାପତି ନିର୍ବାଚନରେ ବିଳମ୍ବ ହେବା ଉଚିତ ନୁହଁ ବୋଲି ଆଲୋଚନା ହୋଇଥିଲା। ସେହିପରି ନିର୍ବାଚନରେ ଫଳାଫଳକୁ ନେଇ ଏଆଇସିସି ପକ୍ଷରୁ ସମୀକ୍ଷା ପାଇଁ ବୈଠକ ଡକାଯିବା ଉଚିତ୍ ବୋଲି ଆଲୋଚନା ହୋଇଥିଲ। ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାଷଭବନରେ ହୋଇଥିଲା। ଏଥିରେ କପିଲ ଶିବଲ, ମନିଶ ତିୱାରୀ, ଆନନ୍ଦ ଶର୍ମା ଏବଂ ଅଖିଲେଶ ପ୍ରସାଦଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଦଳର ପରାଜ ପାଇଁ ଯେଉଁ ନେତା ଦାୟୀ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ ପାଇଁ ଦାବି ହୋଇଥିଲା ।
ସେହିପରି କଂଗ୍ରେସର କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ ହେଉ। ଏଆଇସିସିରେ ସାଙ୍ଗଠନିକ ନିର୍ବାଚନ ନେଇ ମଧ୍ୟ ଆଲୋଚନା ହୋଇଥିଲା।ଏହା ପରେ ଗାନ୍ଧି ପରିବାରରେ ଚେତା ପଶିଥିଲା। ହେଲେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ସୋନିଆ ଗାନ୍ଧି ହିଁ ମୁଖିଆ ରହିବା ନେଇ ଆଲୋଚନା ହୋଇଛି।