୧୦ ଲକ୍ଷ କରୋନା ଟିକା ଫେରାଇ ନେବାକୁ ସେରମକୁ ଏହି ଦେଶର ନିର୍ଦ୍ଦେଶ

ବେଙ୍ଗାଲୁରୁ: ଫେବୃଆରୀ ମାସରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୧୦ ଲକ୍ଷ କରୋନା ଟିକାର ଡୋଜ୍‌ ଦକ୍ଷିଣ ଆଫ୍ରିକାକୁ ପଠାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଟିକାର ଡୋଜ୍‌ଗୁଡ଼ିକ ଫେରାଇ ନେବାକୁ ସେରମକୁ କହିଛି। ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ସରକାର କହିଥିଲେ ଯେ ସେରମ ଉତ୍ପାଦନ କରୁଥିବା ‌ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକାର କରୋନା ଟିକା ଉପରେ ରୋକ ଲଗାଯିବ। ଏହି ଘୋଷଣାର ଗୋଟିଏ ସପ୍ତାହ ପରେ ଟିକାର ୧୦ ଲକ୍ଷ ଡୋଜ୍‌କୁ ଫେରାଇ ନେବାକୁ ସେଠାକାର ସରକାର କହିଛନ୍ତି। ଫେବୃଆରୀ […]

corona

Hemant Lenka
  • Published: Tuesday, 16 February 2021
  • , Updated: 16 February 2021, 04:17 PM IST

ବେଙ୍ଗାଲୁରୁ: ଫେବୃଆରୀ ମାସରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୧୦ ଲକ୍ଷ କରୋନା ଟିକାର ଡୋଜ୍‌ ଦକ୍ଷିଣ ଆଫ୍ରିକାକୁ ପଠାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଟିକାର ଡୋଜ୍‌ଗୁଡ଼ିକ ଫେରାଇ ନେବାକୁ ସେରମକୁ କହିଛି। ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ସରକାର କହିଥିଲେ ଯେ ସେରମ ଉତ୍ପାଦନ କରୁଥିବା ‌ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକାର କରୋନା ଟିକା ଉପରେ ରୋକ ଲଗାଯିବ। ଏହି ଘୋଷଣାର ଗୋଟିଏ ସପ୍ତାହ ପରେ ଟିକାର ୧୦ ଲକ୍ଷ ଡୋଜ୍‌କୁ ଫେରାଇ ନେବାକୁ ସେଠାକାର ସରକାର କହିଛନ୍ତି।

ଫେବୃଆରୀ ପ୍ରଥମ ସପ୍ତାହରେ ୧୦ ଲକ୍ଷ କରୋନା ଟିକାର ଡୋଜ୍‌ ଦକ୍ଷିଣ ଆଫ୍ରିକାରେ ଅବତରଣ କରିଥିଲା। ସେହିପରି ଆସନ୍ତା କିଛି ସପ୍ତାହ ମଧ୍ୟରେ ଆଉ ୫୦୦,୦୦୦ ଟିକାର ଡୋଜ୍‌ ଦକ୍ଷିଣ ଆଫ୍ରିକା ଯିବାର ଥିଲା। କିନ୍ତୁ ଏବେ ସେଠାକାର ସରକାର ସେରମକୁ ଟିକା ଫେରାଇ ନେବାକୁ କହିଛି।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନାର ନୂଆ ରୂପ ବିରୋଧରେ ଲଢ଼ାଇ କରିବାରେ ଅକ୍ସଫୋର୍ଡ ସେତେଟା ପ୍ରଭାବ ଦେଖାଇ ପାରୁନଥିବା ସର୍ଭେରୁ ଜଣାପଡ଼ିଛି। କରୋନାର ନୂଆ ରୂପ 501Y.V2 ବିରୋଧରେ ଏହି ଟିକା ଅତିକମ ମାତ୍ରାରେ ସୁରକ୍ଷା ଦେଉଛି ବୋଲି ସେଠାକାର ସରକାର ଜାଣିବାକୁ ପାଇଛନ୍ତି। ଏହି କାରଣରୁ ସେରମକୁ ଟିକା ଫେରାଇ ନେବାକୁ ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି।

ଦକ୍ଷିଣ ଆଫ୍ରିକାରେ ଏଯାଏ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ତେବେ ସରକାର ଖୁବଶୀଘ୍ର ଦେଶର ସ୍ୱାସ୍ଥ୍ୟକର୍ମୀଙ୍କୁ ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଅକ୍ସଫୋର୍ଡ ଟିକାକୁ ଫେରାଇ ନେବାକୁ କହିଥିଲେ ହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଜରୁରୀ କାଳୀନ ବ୍ୟବହାର ସାରା ବିଶ୍ୱରେ କରିବାକୁ ଅନୁମତି ଦେଇଛି।

Related story