ପୁଲୱାମାରେ ଆତଙ୍କୀ ହମଲା, ସ୍ପେଶାଲ ପୁଲିସ୍‌ ଅଫିସର ସହିଦ

ପୁଲୱାମା: ପୁଣିଥରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଏହି ଆତଙ୍କୀ ହମଲାରେ ଜମ୍ମୁ-କଶ୍ମୀରର ଜଣେ ସ୍ୱତନ୍ତ୍ର ପୁଲିସ୍‌ ଅଫିସର ସହିଦ ହୋଇଛନ୍ତି। ଆଜି ସକାଳେ ଆତଙ୍କବାଦୀମାନେ ଏହି ଅଫିସରଙ୍କ ଘରେ ପଶି ଗୁଳିମାଡ଼ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଟ୍ୱିଟ କରି ଏହି ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ସହିଦ ଅଫିସର ଜଣଙ୍କ ହେଲେ ରିୟାଜ ଅହମଦ […]

Terrorist

Hemant Lenka
  • Published: Friday, 13 May 2022
  • , Updated: 13 May 2022, 11:51 AM IST

ପୁଲୱାମା: ପୁଣିଥରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଏହି ଆତଙ୍କୀ ହମଲାରେ ଜମ୍ମୁ-କଶ୍ମୀରର ଜଣେ ସ୍ୱତନ୍ତ୍ର ପୁଲିସ୍‌ ଅଫିସର ସହିଦ ହୋଇଛନ୍ତି। ଆଜି ସକାଳେ ଆତଙ୍କବାଦୀମାନେ ଏହି ଅଫିସରଙ୍କ ଘରେ ପଶି ଗୁଳିମାଡ଼ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଟ୍ୱିଟ କରି ଏହି ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ସହିଦ ଅଫିସର ଜଣଙ୍କ ହେଲେ ରିୟାଜ ଅହମଦ ଥୋକେର। ତାଙ୍କ ଘର ପୁଲୱାମା ଅନ୍ତର୍ଗତ ଗୁଦୋରା ଗାଁରେ। ଆଜି ସେ ଘରେ ଥିବା ବେଳେ ହଠାତ୍‌ କିଛି ବନ୍ଧୁକଧାରୀ ଆତଙ୍କବାଦୀ ହମଲା କରିଥିଲେ। ତାଙ୍କ ଦେହରେ ଏକାଧିକ ଗୁଳି ବାଜିଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କଶ୍ମୀର ଜୋ ପୁଲିସ୍‌ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛି।

ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ତେବେ ଏଯାଏ ଆତଙ୍କୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।


ଗୁରୁବାର ଆତଙ୍କବାଦୀମାନେ ବଡଗାମ ଜିଲ୍ଲାରେ ଜଣେ ୩୬ ବର୍ଷୀୟ କଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରିଥିଲେ। ତାଙ୍କ ନାଁ ରାହୁଲ ଭଟ୍ଟ। ସେ ଚାଦୋରା ଗାଁର ତହସିଲ ଅଫିସରେ କାମ କରୁଥିଲେ। ଅଫିସ ଭିତରେ ପଶି ତାଙ୍କୁ ଆତଙ୍କୀମାନେ ତାଙ୍କୁ ଗୁଳି କରିଥିଲେ। ଏହାକୁ ନେଇ ଉପତ୍ୟକାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related story