ସ୍ପୁଟନିକ ଭି ପାଇଁ ଦେଇଥିବା ଅର୍ଡର ବାତିଲ କଲେ ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ: ରୁଷ ପକ୍ଷରୁ ତିଆରି କରାଯାଇଥିବା କରୋନା ବିରୋଧୀ ଟିକା ସ୍ପୁଟନିକ ଭି ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତରେ କାର୍ଯ୍ୟକ୍ଷମ ଥିବା ଏକାଧିକ ଘରୋଇ ହସ୍ପିଟାଲ। ସେମାନେ ସ୍ପୁଟନିକ ଭି କିଣିବାକୁ ଦେଇଥିବା ଅର୍ଡରକୁ ଏବେ ବାତିଲ କରି ଦେଇଛନ୍ତି। ସରକାର ମାଗଣାରେ ଅନ୍ୟ ଟିକାଗୁଡ଼ିକୁ ଲୋକଙ୍କୁ ଦେଉଥିବାରୁ କେହି ବି ଟଙ୍କା ଦେଇ ସ୍ପୁଟନିକ ଭିର ଡୋଜ୍‌ ନେବାକୁ ଚାହୁଁନାହାନ୍ତି। ତେଣୁ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି। ଏହି କାରଣରୁ ଏକାଧିକ ଘରୋଇ […]

sputinik

Hemant Lenka
  • Published: Wednesday, 29 September 2021
  • , Updated: 29 September 2021, 04:17 PM IST

ନୂଆଦିଲ୍ଲୀ: ରୁଷ ପକ୍ଷରୁ ତିଆରି କରାଯାଇଥିବା କରୋନା ବିରୋଧୀ ଟିକା ସ୍ପୁଟନିକ ଭି ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତରେ କାର୍ଯ୍ୟକ୍ଷମ ଥିବା ଏକାଧିକ ଘରୋଇ ହସ୍ପିଟାଲ। ସେମାନେ ସ୍ପୁଟନିକ ଭି କିଣିବାକୁ ଦେଇଥିବା ଅର୍ଡରକୁ ଏବେ ବାତିଲ କରି ଦେଇଛନ୍ତି। ସରକାର ମାଗଣାରେ ଅନ୍ୟ ଟିକାଗୁଡ଼ିକୁ ଲୋକଙ୍କୁ ଦେଉଥିବାରୁ କେହି ବି ଟଙ୍କା ଦେଇ ସ୍ପୁଟନିକ ଭିର ଡୋଜ୍‌ ନେବାକୁ ଚାହୁଁନାହାନ୍ତି। ତେଣୁ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି। ଏହି କାରଣରୁ ଏକାଧିକ ଘରୋଇ ହସ୍ପିଟାଲ ଟିକା ପାଇଁ ଦେଇଥିବା ଆଗୁଆ ଅର୍ଡରୁ ବାତିଲ କରି ଦେଇଛନ୍ତି।

ପୁଣେରେ ଥିବା ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧିକାରୀ ଜିତେନ୍ଦ୍ର ଓସୱାଲ କହିଛନ୍ତି, ଆମେ ୨୫ଶହ ଡୋଜ୍‌ର ସ୍ପୁଟନିକ ଭି ପାଇଁ ଅର୍ଡର ଦେଇଥିଲୁ। କିନ୍ତୁ ଟିକା ନେବାକୁ ଲୋକଙ୍କ ଚାହିଦା ନାହିଁ। ଟିକା ଗୁଡ଼ିକ ରଖିବାକୁ ଶୀତଳ ଭଣ୍ଡାର ସହ ସୁରକ୍ଷା କବଚ ଦରକାର। ତେଣୁ ଲୋକ ଯଦି ଡୋଜ୍‌ ନେବାକୁ ଚାହୁଁ ନାହାନ୍ତି, ତା’ହେଲେ ଆମେ କେତେ ଦିନ ଏହାକୁ ସଂରକ୍ଷିତ କରି ରଖିବୁ?

ସ୍ପୁଟନିକ ଭି ପାଇଁ ଲୋକଙ୍କ ଚାହିଦା ମଧ୍ୟ ନାହିଁ। କେବଳ ୧% ଲୋକ ସ୍ପୁଟନିକ ଭି ନେବାକୁ ଆଗ୍ରହ ଦେଖାଉଛନ୍ତି। ତେଣୁ ଆମେ ବାଧ୍ୟ ହୋଇ ସ୍ପୁଟନିକ ଭିର ଅର୍ଡରକୁ ବାତିଲ କରିଥିବା ସେ କହିଛନ୍ତି। କେବଳ ଏହି ଗୋଟିଏ ହସ୍ପିଟାଲ ନୁହେଁ ପୁଣେ ଓ ହାଇଦ୍ରାବାଦରେ ଥିବା ଏକାଧିକ ଘରୋଇ ହସ୍ପିଟାଲ ଏପରି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ସିଧାସଳଖ କମ୍ପାନୀ ଠାରୁ ଟିକା କିଣିବାକୁ ଅନୁମତି ଦେଇଛନ୍ତି। ହେଲେ ଏଯାଏ ଦେଶର ମୋଟ ଟିକାକରଣ ମାତ୍ର ୬% ଲୋକ ଘରୋଇ ହସ୍ପିଟାଲରୁ ଟଙ୍କା ଦେଇ ଡୋଜ୍‌ ନେଇଛନ୍ତି। ତେଣୁ ଅଧିକାଂଶ ଘରୋଇ ହସ୍ପିଟାଲ ଟିକା ବିକ୍ରି ପାଇଁ ରଖିଥିବା ଲକ୍ଷ୍ୟ ପୂରଣ ହୋଇନି। ସରକାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାଗଣା ଟିକା ଦେଉଥିବାରୁ ଲୋକମାନେ ଅଯଥା ଖର୍ଚ୍ଚାନ୍ତର ହେବାକୁ ଆଗ୍ରହ ଦେଖାଉ ନାହାନ୍ତି।

Related story