ଆଶ୍ଚର୍ଯ୍ୟ! ଧାଡ଼ିରେ ଛିଡ଼ା ହୋଇ ଦିନକୁ ରୋଜଗାର ୧୬ ହଜାର ଟଙ୍କା

ଲଣ୍ଡନ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କେବଳ ଧାଡ଼ିରେ ଛିଡ଼ା ହୋଇ କିଏ ଓ କେମିତି ଦିନକୁ ୧୬ ହଜାର ଟଙ୍କା ଯାଏ ରୋଜଗାର କରୁଛନ୍ତି? ହେଲେ ଟଙ୍କା ରୋଜଗାର କରିବାର ଏମିତି ବି ଉପାୟ ରହିଛି। ଆପଣ ବି ଚାହିଁଲେ, ଏହା କରିପାରିବେ। କିନ୍ତୁ ସେଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଟଙ୍କା ରୋଜଗାର କରିବା ହେଉଛି ଏକ କଳା। କିଛି ଲୋକ ଏହି କଳାରେ ବେଶ ପାରଙ୍ଗମ। ଆପଣ ଯଦି ଧୈର୍ଯ୍ୟ ଧରି […]

Line

Hemant Lenka
  • Published: Monday, 17 January 2022
  • , Updated: 17 January 2022, 10:07 PM IST

ଲଣ୍ଡନ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କେବଳ ଧାଡ଼ିରେ ଛିଡ଼ା ହୋଇ କିଏ ଓ କେମିତି ଦିନକୁ ୧୬ ହଜାର ଟଙ୍କା ଯାଏ ରୋଜଗାର କରୁଛନ୍ତି? ହେଲେ ଟଙ୍କା ରୋଜଗାର କରିବାର ଏମିତି ବି ଉପାୟ ରହିଛି। ଆପଣ ବି ଚାହିଁଲେ, ଏହା କରିପାରିବେ।

କିନ୍ତୁ ସେଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଟଙ୍କା ରୋଜଗାର କରିବା ହେଉଛି ଏକ କଳା। କିଛି ଲୋକ ଏହି କଳାରେ ବେଶ ପାରଙ୍ଗମ। ଆପଣ ଯଦି ଧୈର୍ଯ୍ୟ ଧରି ଧାଡ଼ିରେ କିଛି ସମୟ ଛିଡ଼ା ହୋଇପାରିବେ, ତା’ହେଲେ ଆପଣ ଘଣ୍ଟା ପ୍ରତି ୨ ହଜାର ଟଙ୍କା ଏପରି କି ଦିନକୁ ୧୬ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରିବେ।

ଅନେକ ସମୟରେ ଲୋକମାନେ କୌଣସି ଟିକେଟ ବା କୌଣସି ଜିନିଷ ପାଇଁ ଧାଡ଼ିରେ ଛିଡ଼ା ହୁଅନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯଦି ଆପଣଙ୍କର ଟଙ୍କା ଅଛି, ତେବେ ଆପଣଙ୍କୁ କୌଣସି କାମ ପାଇଁ ଧାଡ଼ି ବାନ୍ଧି ଛିଡ଼ା ହେବାକୁ ପଡ଼ିବନି।

କାରଣ ଲଣ୍ଡନରେ ଜଣେଆ ଯୁବକ ଧନୀ ଓ ବୟସ୍କ ମାନଙ୍କ ପାଇଁ ଧାଡ଼ିରେ ଛିଡ଼ା ହେବା ଭଳି ସେବା ଯୋଗାଇ ଦେଉଛନ୍ତି।

[caption id="" align="aligncenter" width="884"] ଟଙ୍କା ରୋଗାର କରୁଥିବା ଯୁବକ[/caption]

ସେହି ବୃତ୍ତିଗତ ଧାଡ଼ିଧାରକ ଜଣଙ୍କ ହେଉଛନ୍ତି ୩୧ ବର୍ଷୀୟ ଫ୍ରେଡି ବେକିଟ୍ଟ। ସେ ଧନୀ ଓ ବୟସ୍କଙ୍କ ମାନଙ୍କ ପାଇଁ ଧାଡ଼ିରେ ଛିଡ଼ା ହୁଅନ୍ତି। ହେଲେ ଏପରି ଧାଡ଼ିରେ ଛିଡ଼ା ହେବା ପାଇଁ ସେ ଭଡ଼ା ନିଅନ୍ତି। ଯଦି କାହା ପାଇଁ ଫ୍ରେଡି ଧାଡ଼ିରେ ଛିଡ଼ା ହେଉଛନ୍ତି, ତା’ହେଲେ ସେ ଗୋଟିଏ ଘଣ୍ଟା ପାଇଁ ୨ ହଜାର ଟଙ୍କା ଚାର୍ଜ ନେଉଛନ୍ତି। ଏପରି ଭାବେ ସେ ଦିନକୁ ୮ ଘଣ୍ଟା କାମ କରି  ୧୬ ହଜାରରୁ ଅଧିକ ଟଙ୍କା ବା ୧୬୦ ପାଉଣ୍ତ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି।

ଫ୍ରେଡି ପ୍ରାୟ ୩ ବର୍ଷ ଧରି ଏହି କାର୍ଯ୍ୟ କରିଆସୁଛନ୍ତି। କୌତୁହଳର ବିଷୟ ହେଲା ଯେ ସେ ଜଣେ ଲେଖକ। ସେ ଧାଡ଼ିରେ ଛିଡ଼ା ହେବା କାମକୁ ନିଜର ପାର୍ଟଟାଇମ ଚାକିରି ଭାବେ ବିବେଚନା କରନ୍ତି। ପଶ୍ଚିମ ଲଣ୍ଡନର ଫୁଲହାମରେ ଫ୍ରେଡିଙ୍କ ଘର। ଏଠାରେ ଧାଡ଼ିରେ ଛିଡ଼ା ହେବା କାମ ବେଶ ଲୋକପ୍ରିୟ।

ଫ୍ରେଡି ନିଜର କ୍ଲାଇଣ୍ଟମାନଙ୍କ ପାଇଁ ଅନେକ ସମୟରେ ପ୍ରବଳ ଥଣ୍ଡା ଓ ଖରାରେ ମଧ୍ୟ ଲମ୍ବା ଧାଡ଼ିରେ ଛିଡ଼ା ହୁଅନ୍ତି। ଲଣ୍ଡନର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ମ୍ୟୁଜିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ହୋଇଥାଏ। ଏଠାକୁ ଲୋକମାନେ ଯିବାକୁ ପ୍ରବଳ ଆଗ୍ରହ ଦେଖାନ୍ତି। ହେଲେ ସମୟ ଅଭାବରୁ ଅନେକ ଲୋକ ଟିକେଟ କରିପାରନ୍ତି ନାହିଁ।

ସେହିଭଳି ଲୋକମାନେ ଫ୍ରେଡିଙ୍କ ସହାୟତା ନିଅନ୍ତି। Taskrabbit ନାମକ ଗୋଟିଏ ଅନଲାଇନ ମାର୍କେଟରେ ସେ ବିଜ୍ଞାପନ ଦେଇ ଲୋକଙ୍କ ପାଖରେ ପହଞ୍ଚନ୍ତି। ଏହି ସାଇଟ୍‌ରେ ଫ୍ରେଡି ବିଭିନ୍ନ ପ୍ରକାରର କାମ ଲୋକଙ୍କ ପାଇଁ କରିବାକୁ ଆଗ୍ରହ ଦେଖାଇ ଥାଆନ୍ତି। ଅନଲାଇନ ଜରିଆରେ ଲୋକମାନେ ତାଙ୍କୁ ଯୋଗାଯୋଗ କରନ୍ତି।

ଫ୍ରେଡି ନିଜ କାମ ସମ୍ପର୍କରେ କହିଛନ୍ତି, “ମୁଁ ଦିନକୁ ୮ ଘଣ୍ଟା ଏପରି ଧାଡ଼ିରେ ଛିଡ଼ା ହେବା କାମ କରେ। ମେଳା ଓ ମହୋତ୍ସବ ବେଳେ ଚାହିଦା ଅଧିକ ରହିଥାଏ। ଯୁବ ଗୋଷ୍ଠୀ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକମାନେ ମୋତେ ସେମାନଙ୍କ ପାଇଁ ଧାଡ଼ିରେ ଛିଡ଼ା ହେବାକୁ କୁହନ୍ତି।

ମୁଁ କେବେ ହେଲେ ଜଣଙ୍କ ଠାରୁ ୨୦ ପାଉଣ୍ଡରୁ ଅଧିକ ଚାର୍ଜ କରି ନଥାଏ। କାରଣ ମୋ କାମରେ କୌଣସି ଦକ୍ଷତା ବା ପରିଶ୍ରମ ନାହିଁ। କେବଳ ଧୈର୍ଯ୍ୟର ସହ ଛିଡ଼ା ହେବାକୁ ପଡ଼େ। କିନ୍ତୁ ଏହି କାମ ମୋତେ ରୋଜଗାର ଦେବା ସହ ମୋ ଲେଖା ଉପରେ ମଧ୍ୟ ଧ୍ୟାନ ଦେବାରେ ସହାୟତା କରେ। ଏହି କାମ ବିଷୟରେ ଜାଣି ମୋ ପରିବାର ଓ ସାଙ୍ଗସାଥୀମାନେ ପ୍ରଥମେ ଚକିତ ହୋଇଥିଲେ। ହେଲେ ଏବେ ସେମାନେ ଏହାକୁ ବେଶ ସକାରାତ୍ମକ ଭାବେ ଗ୍ରହଣ କରୁଛନ୍ତି।”

Related story