କେଜ୍ରିୱାଲଙ୍କୁ ମହାଠକର ଚେତାବନୀ, ଉସକାଇଲେ ଖୋଲିଦେବି ଗୁମର

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ଏକ ଜେଲ୍‌ରେ ସଜା କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଜେଲ୍‌ରେ ଥାଇ ଗୋଟିଏ ପରେ ଗୋଟିଏ ଚିଠି ଜରିଆରେ ଅନେକ ବିସ୍ଫୋରକ ତଥ୍ୟ ଦେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛି। ଏବେ ପୁଣି ସୁକେଶ ଆଉ ଏକ ଚିଠି ଭାଇରାଲ […]

sukesh-chandrasekhar-challenge-arvind-kejriwal

Madhupriya Mistry
  • Published: Tuesday, 08 November 2022
  • , Updated: 08 November 2022, 12:42 PM IST

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ଏକ ଜେଲ୍‌ରେ ସଜା କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଜେଲ୍‌ରେ ଥାଇ ଗୋଟିଏ ପରେ ଗୋଟିଏ ଚିଠି ଜରିଆରେ ଅନେକ ବିସ୍ଫୋରକ ତଥ୍ୟ ଦେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛି। ଏବେ ପୁଣି ସୁକେଶ ଆଉ ଏକ ଚିଠି ଭାଇରାଲ ହୋଇଛି। ସେ ନିଜ ଚତୁର୍ଥ ଚିଠି ଜରିଆରେ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରି ତାଙ୍କୁ କଡା ଭାଷାରେ ଚେତାବନୀ ଦେଇଛି।

ସୁକେଶ କହିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଟିମ୍ ୨୦୧୬ରୁ ତାଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ଏହାର ପୂରା ରେକର୍ଡ ତାଙ୍କ ପାଖରେ ଅଛି। ଏଥସହ ସେ କେଜ୍ରିୱାଲଙ୍କୁ ଚେତାବଦୀ ଦେଇ କହିଛି ଯେ, ବହୁତ ଡ୍ରାମା ହୋଇଗଲା। ଉସ୍‌କାଇଲେ ତୁମର ସବୁ ଗୁମର ଖୋଲିଦେବି।

ଚିଠିରେ ସୁକେଶ ପ୍ରଥମ ଥର ମନୀଷ ସିସୋଦିଆଙ୍କୁ ମଧ୍ୟ ଟାର୍ଗେଟ୍ କରିଛି। ସୁକେଶ ନିଜ ଓକିଲଙ୍କୁ ଲେଖିଥିବା ଚିଠିରେ କହିଛି ଯେ କେଜ୍ରିୱାଲ ଡ୍ରାମା ବନ୍ଦ କର। ଆପଣ ଘଟଣାକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଚିଠିରେ ପୁଣିଥରେ ପୂର୍ବତନ ଡିଜି ଜେଲ୍ ସନ୍ଦୀପ ଗୋୟଲଙ୍କ ନାମ ନେଇଛି ସୁକେଶ। ସୁକେଶ କହିଛ ଯେ ସେ ଏତେ ସକ୍ଷମ ଯେ ତାଙ୍କୁ ନିଜ ନିର୍ଦ୍ଦୋଷତା ପ୍ରମାଣ କରିବାକୁ କାହର ସାହାଯ୍ୟ ଦରକାର ନାହିଁ।

ଏହାପୂର୍ବରୁ ମଧ୍ୟ ମହାଠକ ସିକେଶ ତିନି ଚିଠି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଲେଖି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିସାରିଛି। ଜେଲ୍‌ରେ ଭିତରେ ସୁରକ୍ଷା ଯୋଗାଇବା ପାଇଁ ସତ୍ୟେନ୍ଦ୍ର ତା’ଠାରୁ ୧୦ କୋଟି ଟଙ୍କା ନେଇଥିବା ବେଳେ ରାଜ୍ୟସଭା ସିଟ୍ ଦେବା ପାଇଁ କେଜ୍ରିୱାଲ ୫୦ କୋଟି ଟଙ୍କା ଆଦୟ କରିଥିବା ସେ ଅଭିଯୋଗ କରିଛି।

ସେପଟେ ସୁକେଶର ଏହି ଅଭିଯୋଗକୁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଖଣ୍ଡନ କରିଛନ୍ତି। ସେ ଏହି ଚିଠିକୁ ବିଜେପିର ମନଗଢ଼ା କାହାଣୀ ବୋଲି କହିଛନ୍ତି। କିନ୍ତୁ ସୁକେଶ ଏବେ ଏହାର ଜବାବ ଦେଇଛି।

Related story