କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଦେଶରେ ଜରୁରୀ ସ୍ଥିତି, କ’ଣ କରିଛ କୁହ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରୁ ହସ୍ପିଟାଲ ବେଡ, ଅମ୍ଳଜାନ ଓ ମେଡିସିନ୍‌ର ସଙ୍କଟ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଅକ୍ସିଜେନ ସପ୍ଲାଏ ଓ ଟିକାକରଣ ପାଇଁ ଜାତୀୟ ସ୍ତରରେ କେନ୍ଦ୍ର ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଶୁଣାଣି ବେଳେ ଦେଶରେ ଜାତୀୟ ଜରୁରୀ ସ୍ଥିତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଥା ମଧ୍ୟ […]

SC

Hemant Lenka
  • Published: Thursday, 22 April 2021
  • , Updated: 22 April 2021, 05:49 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରୁ ହସ୍ପିଟାଲ ବେଡ, ଅମ୍ଳଜାନ ଓ ମେଡିସିନ୍‌ର ସଙ୍କଟ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି।

ଅକ୍ସିଜେନ ସପ୍ଲାଏ ଓ ଟିକାକରଣ ପାଇଁ ଜାତୀୟ ସ୍ତରରେ କେନ୍ଦ୍ର ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଶୁଣାଣି ବେଳେ ଦେଶରେ ଜାତୀୟ ଜରୁରୀ ସ୍ଥିତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଥା ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ଆଜି ଭାରତ ଦୈନିକ ସଂକ୍ରମଣରେ ବିଶ୍ୱ ରେକର୍ଡ କରିଛି। ଗୋଟିଏ ଦିନରେ ୩.୧୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏସବୁ ଭିତରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜାତୀୟ ପ୍ଲାନ ଉପରେ ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ଦେଶରେ ସୃଷ୍ଟି ହୋଇଥିବା କରୋନା ମହାମାରୀ ଉପରେ ଶୁଣାଣି କରୁଛନ୍ତି। ଜଷ୍ଟିସ ବୋବଡେ କହିଛନ୍ତି, “ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କରଥିବା ନ୍ୟାଶନାଲ ପ୍ଲାନ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ।”

ଅକ୍ସିଜେନ, ବେଡ ଓ ଆଣ୍ଟି ଭାଇରାଲ ଡ୍ରଗ ରେମଡେସିଭିରର ଅଭାବକୁ ନେଇ ବର୍ତ୍ତମାନ ୬ଟି ରାଜ୍ୟର ହାଇକୋର୍ଟ ଶୁଣାଣି କରୁଛନ୍ତି। ଏହାରି ଭିତରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି କେନ୍ଦ୍ରକୁ ନୋଟିସ କରିଛନ୍ତି। ଜଷ୍ଟିସ ବୋବଡେ କହିଛନ୍ତି, “ଆମେ ଜାଣିବାକୁ ଚାହୁଁଛୁ। ଅକ୍ସିଜେନ ସପ୍ଲାଏ, ଜରୁରୀ ଔଷଧର ବିତରଣ, ଟିକାକରଣର ମେଥଡ ଓ ମ୍ୟାନର ଉପରେ କ’ଣ ସବୁ ବ୍ୟବସ୍ଥା କରାଯାଇଛି? କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେ ନିଜ ଆଡ଼ୁ ବିଚାର କରିବାକୁ ଚାହିଁଥିଲୁ।

ଏହି ସମୟରେ ଆମେ ଜାଣିବାକୁ ପାଇଛୁ ଯେ ଦିଲ୍ଲୀ, ବମ୍ବେ, ସିକିମ, ମଧ୍ୟପ୍ରଦେଶ, କ୍ୟାଲକାଟା ଓ ଆହ୍ଲାବାଦ ହାଇକୋର୍ଟରେ ଏସବୁ ସମସ୍ୟାର ଶୁଶାଣି ଚାଲିଛି। ବର୍ତ୍ତମାନ ସେମାନେ ନିଜ ସୀମା ମଧ୍ୟରେ ସମସ୍ତଙ୍କ ସ୍ୱାର୍ଥ ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି। କିନ୍ତୁ ତଥାପି କିଛି ଦ୍ୱନ୍ଦ୍ୱ ଓ ଭିତ୍ତିଭୂମି ଡାଇଭର୍ସନ ସମସ୍ୟା ରହୁଛି। ତେଣୁ ଅକ୍ସିଜେନ ସପ୍ଲାଏ ଓ ଟିକାକରଣ ଉପରେ କେନ୍ଦ୍ର ସରକାର ଜାତୀୟ ସ୍ତରରେ କ’ଣ ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ଜରୁରୀ।”

ତାମିଲନାଡୁରେ ବେଦାନ୍ତର କପର ପ୍ଲାଣ୍ଟ ପୁଣି ଚାଲୁ କରିବାକୁ ହୋଇଥିବା ସ୍ୱତନ୍ତ୍ର ଆବେଦନର ଶୁଣାଣି କୋର୍ଟ କରିଛନ୍ତି। ଆବେଦନକାରୀ କପର ପ୍ଲାଣ୍ଟ ଖୋଲି ଅମ୍ଳଜାନ ଉତ୍ପାଦନ କରିବାକୁ ଚାହୁଁଥିବା କୋର୍ଟଙ୍କୁ ଜଣାଇଥିଲେ। ଏହି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ବର୍ତ୍ତମାନ ଦେଶରେ ଜାତୀୟ ଜରୁରୀ ସ୍ଥିତି ଭଳି ଅବସ୍ଥା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଗତ ୩ ଦିନ ହେଲା ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ଅଭାବ ଉପରେ ଜରୁରୀ ଶୁଣାଣି କରୁଛନ୍ତି। ଦୁଇଟି ଜରୁରୀ ଆବେଦନ ଶୁଣାଣି ଗତକାଲି ସନ୍ଧ୍ୟା ସୁଦ୍ଧାରେ ଶେଷ ହୋଇଛି। ଏହାପରେ ଅମ୍ଳଜାନ ଟ୍ୟାଙ୍କର ଦିଲ୍ଲୀର ମାକ୍ସ ଗ୍ରୁପ୍‌ ଗୋଟିଏ ହସ୍‌ପିଟାଲକୁ ପଠାଯାଇଛି। ଏଠାରେ କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ଅମ୍ଳଜାନ ପ୍ରାୟ ଶେଷ ହୋଇଯାଇଥିଲା।

Related story