ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସା ମାମଲା: ବୁଲଡୋଜ୍‌ର ଅଟକାଇଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀ ହିଂସା ମାମଲାରେ ହଠାତ୍‌ ଜବରଦଖଲ ଉଚ୍ଛେଦ ନେଇ କାର୍ଯ୍ୟାନୁଷ୍ଠାନକୁ  ତୀବ୍ର ବିରୋଧ କରାଯାଇଛି। ଦିଲ୍ଲୀର ହିଂସାକାଣ୍ଡସ୍ଥଳର ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ନୋଟିସ ଆସିବା ପରେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆବଶ୍ୟକ ସମୟ ନଦେଇ ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନ୍ସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁମ୍ରିମକୋର୍ଟ। ଜାହାଙ୍ଗିରପୁରୀ ବେଆଇନ ଉଚ୍ଛେଦ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।  ମାମଲାର ଶୁଣାଣି ଆସନ୍ତାକାଲି […]

delhi

Tapas Behera
  • Published: Wednesday, 20 April 2022
  • , Updated: 20 April 2022, 01:15 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀ ହିଂସା ମାମଲାରେ ହଠାତ୍‌ ଜବରଦଖଲ ଉଚ୍ଛେଦ ନେଇ କାର୍ଯ୍ୟାନୁଷ୍ଠାନକୁ  ତୀବ୍ର ବିରୋଧ କରାଯାଇଛି। ଦିଲ୍ଲୀର ହିଂସାକାଣ୍ଡସ୍ଥଳର ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ନୋଟିସ ଆସିବା ପରେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆବଶ୍ୟକ ସମୟ ନଦେଇ ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନ୍ସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁମ୍ରିମକୋର୍ଟ।

ଜାହାଙ୍ଗିରପୁରୀ ବେଆଇନ ଉଚ୍ଛେଦ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।  ମାମଲାର ଶୁଣାଣି ଆସନ୍ତାକାଲି ରହିଛି।  ଆସନ୍ତକାଲି ୨ଟା ବେଳେ ଦିଲ୍ଲୀ ହାଇକୋର୍ଟ ଶୁଣିବା ପାଇଁ ରାଜି ହୋଇଛନ୍ତି।  ଜହାଙ୍ଗିରପୁରୀ ମାମଲାରେ ବରିଷ୍ଠ ଓକିଲ ଦୋଷ୍ୟନ୍ତ ଦେବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଉକ୍ତ ଇଲାକାରେ ବେଆଇନ୍ ଉଚ୍ଛେଦ ପାଇଁ ଦିଆଯାଇଥିବା ତରବରିଆ ନୋଟିସ୍ ଅସାମ୍ବିଧାନିକ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରରରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ସ୍ୱତନ୍ତ୍ର ଯୁଗ୍ମ ବେଆଇନ୍‌ ଉଚ୍ଛେଦ କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି । ଉଚ୍ଛେଦସ୍ଥଳରେ ୪୦୦ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ କୁହାଯାଇଛି।

ବେଆଇନ ଉଚ୍ଛେଦ ସମ୍ପର୍କରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏନଡିଏମସି ମେୟରଙ୍କୁ ଚିଠି ଲେଖିଥିଲେ।  ଜାହାଙ୍ଗିରପୁରୀ ହିଂସାରେ ଯେଉଁମାନେ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଛି। ସେଥିରେ ଆହୁରି ଉଲ୍ଲେଖ ରହିଛି ଯେ, ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହା ଉପରକୁ ଟେକା ପଥର ମାଡ଼ କରିଥିଲେ । ଏହି ଅସାମାଜିକ ତତ୍ତ୍ୱ ଓ ଦଙ୍ଗାକାରୀଙ୍କୁ ସ୍ଥାନୀୟ ଆପ୍ ବିଧାୟକ ଏବଂ କାଉନସିଲର ସୁରକ୍ଷା ଦେଉଛନ୍ତି। ଫଳରେ ସେମାନେ ସେଠାରେ ବଡ଼ ଆକାରରେ ବେଆଇନ ନିର୍ମାଣମାନ କରିଛନ୍ତି । ତେଣୁ ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣସ୍ଥଳ ଚିହ୍ନଟ କରି ଉଚ୍ଛେଦ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

Related story