ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଶାହଙ୍କୁ ହାର୍ଟ ଆଟାକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏମଆର ଶାହ ହଠାତ୍‌ ହାର୍ଟ ଆଟାକର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ହିମାଚଳ ପ୍ରଦେଶରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର ଶିକାର ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହିମାଚଳ ପ୍ରଦେଶରୁ ଦିଲ୍ଲୀ ଅଣା ଯିବାର ବ୍ୟବସ୍ଥା ହୋଇଛି। […]

SC

Hemant Lenka
  • Published: Thursday, 16 June 2022
  • , Updated: 16 June 2022, 04:25 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏମଆର ଶାହ ହଠାତ୍‌ ହାର୍ଟ ଆଟାକର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ହିମାଚଳ ପ୍ରଦେଶରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର ଶିକାର ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ଏଥିପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହିମାଚଳ ପ୍ରଦେଶରୁ ଦିଲ୍ଲୀ ଅଣା ଯିବାର ବ୍ୟବସ୍ଥା ହୋଇଛି। ସୁପ୍ରିମକୋର୍ଟର ଅଧିକାରୀମାନେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଅଛନ୍ତି। ତୁରନ୍ତ ତାଙ୍କୁ ଦିଲ୍ଲୀ ଆଣିବାକୁ ସୁପ୍ରିମକୋର୍ଟର ଅଧିକାରୀମାନେ ସବୁ ପ୍ରକାରର ବ୍ୟବସ୍ଥା କରୁଛନ୍ତି। ତେବେ କେମିତି ଓ ହିମାଚଳ ପ୍ରଦେଶର କେଉଁ ସ୍ଥାନରେ ଜଷ୍ଟିସ ଶାହ ହୃଦଘାତର ଶିକାର ହେଲେ, ସେକଥା ଜଣାପଡ଼ିନି।

ଜଷ୍ଟିସ ଶାହ ସୁପ୍ରିମକୋର୍ଟର ବିଚାରପତି ହେବା ପୂର୍ବରୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରୁଥିଲେ। ସେହିପରି ସେ ଗୁଜରାଟ ହାଇକୋର୍ଟରେ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଛନ୍ତି। ୨୦୧୮ ମସିହା ନଭେମ୍ବର ୨ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ୨୦୨୩ ମେ’ ୧୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

Related story