ସିବିଆଇ ୟୁପି ହିଂସାର ସମାଧାନ ନୁହେଁ, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ହେଉଥିବା ଦାବି ଉପରେ ଆଜି ସୁପ୍ରିମକୋର୍ଟ ତେର୍ଚ୍ଛାବାଣ ମାରିଛନ୍ତି। ପୂରା ଘଟଣାରେ ସାମିଲ ଥିବା ଲୋକଙ୍କୁ ଦେଖିଲେ ସିବିଆଇ ତଦନ୍ତ କେବେ ହେଲେ ଲଖିମପୁର ଖେରି ହିଂସାର ସମାଧାନ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ସର୍ବୋଚ୍ଚ ଅଦାଲତ ପ୍ରବଳ ବର୍ଷିଛନ୍ତି। ରବିବାର ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କ […]

sc

Hemant Lenka
  • Published: Friday, 08 October 2021
  • , Updated: 08 October 2021, 03:51 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ହେଉଥିବା ଦାବି ଉପରେ ଆଜି ସୁପ୍ରିମକୋର୍ଟ ତେର୍ଚ୍ଛାବାଣ ମାରିଛନ୍ତି। ପୂରା ଘଟଣାରେ ସାମିଲ ଥିବା ଲୋକଙ୍କୁ ଦେଖିଲେ ସିବିଆଇ ତଦନ୍ତ କେବେ ହେଲେ ଲଖିମପୁର ଖେରି ହିଂସାର ସମାଧାନ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ସର୍ବୋଚ୍ଚ ଅଦାଲତ ପ୍ରବଳ ବର୍ଷିଛନ୍ତି।

ରବିବାର ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କଥା କହିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ କହିଛନ୍ତି, “ସିବିଆଇ ସମାଧାନର ରାସ୍ତା ନୁହେଁ। ଏହାର କାରଣ ଆପଣ ଭଲ ଭାବେ ଜାଣିଛନ୍ତି। ଏଥିରେ ସାମିଲ ଥିବା ଲୋକଙ୍କ ପାଇଁ ସିବିଆଇ କେବେ ହେଲେ ସମାଧାନର ରାସ୍ତା ହୋଇ ନ ପାରେ। ତେଣୁ ଅନ୍ୟ କାହାକୁ ଏହି ଘଟଣାକୁ ଡିଲ୍‌ କରିବାକୁ ଦେଲେ ଭଲ।”

ସୁପ୍ରିମକୋର୍ଟ ଶୁଣାଣି ବେଳେ ପଚାରିଥିଲେ ଯେ “କ’ଣ ଲଖିମପୁର ଖେରି ହିଂସାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜ୍ୟ (ଉତ୍ତର ପ୍ରଦେଶ) କିଛି ଅନୁରୋଧ କରିଛି କି?” ଏହାର ଜବାବରେ ସାଲଭେ କହିଛନ୍ତି, “ରାଜ୍ୟ ପକ୍ଷରୁ ଏପରି କୌଣସି ଅନୁରୋଧ କରାଯାଇନି। ସବୁ କିଛି ଆପଣଙ୍କ ହାତରେ ରହିଛି। ଯଦି ଆପଣ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତା’ହେଲେ ଏହାକୁ ସିବିଆଇକୁ ହସ୍ତାନ୍ତର କରିପାରନ୍ତି।”

ଏହାର ପ୍ରତିକ୍ରିୟାରେ ସିଜେଆଇ କହିଥିଲେ, “ଶ୍ରୀ ସାଲଭେ, ଆପଣଙ୍କୁ ଆମେ ବହୁତ ସମ୍ମାନ କରୁ। ଆମେ ଆଶା କରୁଛୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ। କାରଣ ଏହା ଏକ ସମ୍ବେଦନଶୀଳ ମାମଲା। ଆମେ କୌଣସି କମେଣ୍ଟ କରୁନୁ। କିନ୍ତୁ ସିବିଆଇ ଏହାର ସମାଧାନ ନୁହେଁ। ”

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଏଯାଏ ପୂରା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ତୀବ୍ର ଅସନ୍ତୋଷପ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, କାହିଁକି ଏଯାଏ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି? ସରକାର ନେଇଥିବା ପଦକ୍ଷେପ ଆଦୌ ସନ୍ତୋଷଜନକ ନୁହେଁ।

ଏହି ମାମଲାରେ ବେଶ୍‌ ଗମ୍ଭୀର। ଅନ୍ୟ ସାଧାରଣ ଲୋକଙ୍କୁ ପୁଲିସ ଯେମିତି ବ୍ୟବହାର କରୁଛି, ଏହି ମାମଲାରେ ମଧ୍ୟ ଅନୁରୂପ ଆଚରଣ ପ୍ରଦର୍ଶନ କରିବା ଦରକାର। ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏ ସମସ୍ତ ସାକ୍ଷ୍ୟ, ପ୍ରମାଣ ସହ ଦସ୍ତାବିଜକୁ ସଂରକ୍ଷଣ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି।

Related story