ନଭଲାଖାଙ୍କ ଗୃହବନ୍ଦୀ: ଏନଆଇଏକୁ ଭଲ କି ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ରହିଥିବା ଅସୁସ୍ଥ ସାମାଜିକ କର୍ମୀ ଗୌତମ ନଭଲାଖାଙ୍କ ଗୃହବନ୍ଦୀ ପ୍ରସଙ୍ଗରେ କଡ଼ା ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ଗୌତମଙ୍କ ଗୃହବନ୍ଦୀ ଆବେଦନକୁ ସୁପ୍ରିମକୋର୍ଟ ସପ୍ତାହକ ତଳୁ ଅନୁମତି ଦେଇଥିଲେ ମଧ୍ୟ ଏନଆଇଏ ଜାଣିଶୁଣି ତାଙ୍କୁ ଜେଲରୁ ବାହାରିବାକୁ ଅନୁମତି ଦେଉନି। ଏନଆଇଏ ସୁରକ୍ଷାର ଆଳ ଦେଖାଉଥିବାରୁ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ୭୦ ବର୍ଷୀୟ ନଭଲାଖାଙ୍କୁ ୨୪ ଘଣ୍ଟା ଭିତରେ ସେ ଚୟନ କରିଥିବା ସ୍ଥାନକୁ ଜେଲରୁ ବାହାର କରି ସ୍ଥାନାନ୍ତର […]

navalakha

  • Published: Friday, 18 November 2022
  • , Updated: 18 November 2022, 09:38 PM IST

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ରହିଥିବା ଅସୁସ୍ଥ ସାମାଜିକ କର୍ମୀ ଗୌତମ ନଭଲାଖାଙ୍କ ଗୃହବନ୍ଦୀ ପ୍ରସଙ୍ଗରେ କଡ଼ା ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ଗୌତମଙ୍କ ଗୃହବନ୍ଦୀ ଆବେଦନକୁ ସୁପ୍ରିମକୋର୍ଟ ସପ୍ତାହକ ତଳୁ ଅନୁମତି ଦେଇଥିଲେ ମଧ୍ୟ ଏନଆଇଏ ଜାଣିଶୁଣି ତାଙ୍କୁ ଜେଲରୁ ବାହାରିବାକୁ ଅନୁମତି ଦେଉନି।

ଏନଆଇଏ ସୁରକ୍ଷାର ଆଳ ଦେଖାଉଥିବାରୁ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ୭୦ ବର୍ଷୀୟ ନଭଲାଖାଙ୍କୁ ୨୪ ଘଣ୍ଟା ଭିତରେ ସେ ଚୟନ କରିଥିବା ସ୍ଥାନକୁ ଜେଲରୁ ବାହାର କରି ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଲରୁ ବାହାରିବା ପାଇଁ ନଭଲାଖା କୁଆଡ଼େ ଅସୁସ୍ଥତାର ନାଟକ କରୁଥିବା ଏନଆଇଏ କୋର୍ଟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।

ହେଲେ ସର୍ବୋଚ୍ଚ ଅଦାଲତ ଏହାକୁ ଆଦୌ ପୁନଃ ବିଚାର କରିବାକୁ ମନା କରିବା ସହ ଏନଆଇଏକୁ ଶକ୍ତ ସର୍ଭେଲାନ୍ସର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି।

ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ଗୌତମ ନଭଲାଖା ଦୀର୍ଘ ଦିନ ହେଲା ଅସୁସ୍ଥ ଥିବାରୁ ସେ ଜେଲରୁ ବାହାରି ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ମାଗିଥିଲେ। ଏଥିପାଇଁ ସପ୍ତାହକ ତଳେ କୋର୍ଟ ମାସକ ପାଇଁ ଗୃହବନ୍ଦୀକୁ ଅନୁମତି ଦେଇଛନ୍ତି।

ଏହି ରାୟକୁ ସପ୍ତାହ ପୂରି ଯାଇଥିଲେ ମଧ୍ୟ ନଭଲାଖା ଏଯାଏ ଜେଲରୁ ମୁକିଳି ନାହାନ୍ତି। ରାୟର ପୁନଃ ବିଚାର କରିବା ପାଇଁ ଏନଆଇଏ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଆଜି ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିସହ ଗୃହବନ୍ଦୀ ପାଇଁ ନଭଲାଖା ଚୟନ କରିଥିବା ସ୍ଥାନର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଏହା ଶୁଣି ସୁପ୍ରିମକୋର୍ଟ ଜୋରଦାର ବର୍ଷିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, “କ’ଣ ସଲିସିଟର ଜେନେରାଲ ମେହେଟା ଓ ଆସିସଷ୍ଟାଣ୍ଟ ସଲିସିଟିର ଜେନେରାଲ ଏଠାରେ କହିବାକୁ ଚାହୁଁଛନ୍ତି ଯେ ପୁଲିସ୍‌ ଜଣେ ୭୦ ବର୍ଷୀୟ ଅସୁସ୍ଥ ବୃଦ୍ଧଙ୍କ ଉପରେ ନଜର ରଖିବାକୁ ଅକ୍ଷମ?”

ଏନଆଇଏ ଆଜି ମାମଲାର ଶୁଣାଣି ପାଇଁ ସୋମବାର ଯାଏ ସମୟ ଗଡ଼ାଇବାକୁ ଚାହିଁଥିଲା। ଏହାଶୁଣି ଜଷ୍ଟିସ କେଏମ ଯୋଶେଫ କାଉଣ୍ଟର ପଞ୍ଚ ମାରିଛନ୍ତି। ସେ କହିଛନ୍ତି, “ଆପଣମାନେ ଭାବୁଛନ୍ତି ଆମେ ମାମଲାକୁ ବିଳମ୍ବିତ କରିବାକୁ ହେଉଥିବା ଚେଷ୍ଟାକୁ ବୁଝିପାରୁନୁ? କେଉଁ କାରଣ ପାଇଁ ମାମଲାର ଶୁଶାଣି ସୋମବାର ପରେ କରାଯିବ? ଆମେ ଆଜି ନିର୍ଦ୍ଦେଶ ପାରିତ କରୁଛୁ।”

ଏଜେନ୍ସି ବାରମ୍ବାର କହିଥିଲା ଯେ ନଭଲାଖାଙ୍କ ଆତଙ୍କବାଦୀ ଲିଙ୍କ ରହିଛି। ଏହାର ଜବାବରେ ଜଷ୍ଟିସ ଋଷିକେଶ ରୟ କହିଛନ୍ତି, “ଲିଙ୍କ ଥିଲେ କ’ଣ ହେଲା? ତା’ହେଲେ ଆପଣ କହିବାକୁ ଚାହୁଁଛନ୍ତି ଯେ ଆପଣମାନେ ତାଙ୍କ ଉପରେ ନଜର ରଖିପାରିବେ ନାହିଁ। ଆମେ କରିବୁ। ଯେତେବେଳେ ଏସ୍‌ଜି ଓ ଏଏସ୍‌ଜି ଏଠାରେ ଛିଡ଼ା ହୋଇ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଉପରେ ନଜର ରଖିପାରିବେ ନାହିଁ ବୋଲି କହୁଛନ୍ତି ସେତେବେଳେ ଆଉ କ’ଣ କରାଯାଇ ପାରିବ? କ’ଣ ସରକାର ଏହି ପ୍ରସଙ୍ଗକୁ ଠିକ ଭାବେ ପରିଚାଳନା କରିବାକୁ ଅକ୍ଷମ? ଆପଣମାନେ ନେଇପାରିବେ ନାହିଁ। ତେଣୁ ଆମକୁ ନେବାକୁ ଦିଅ।’’

ନଭଲାଖା ୨୦୨୦ ଏପ୍ରିଲ ମାସରୁ ଜେଲରେ ରହିଛନ୍ତି। ସେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଜାନୁଆର ୧ରେ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏହାପରେ ପୁଲିସ୍‌ ତାଙ୍କର ଲିଙ୍କ ମାଓବାଦୀଙ୍କ ସହ ରହିଥିବା କହିଥିଲା।

Related story