ମାରିଦେଲେ ନା ମାଡ଼ିଗଲା? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସମସ୍ତଙ୍କୁ ବିଚଳିତ ଓ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ ଏସ୍‌ୟୁଭି ସମ୍ଭବତଃ ମହିନ୍ଦ୍ରା ଥର କେମିତି ରାସ୍ତା ପାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ଦିଲ୍ଲୀର ଜନପତରେ ଏପରି ଘଟଣା ଘଟିଛି। ଦ୍ରୁତଗାମୀ ଏସ୍‌ୟୁଭିଟି ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ସେଠାରେ ନ ରହି ଫେରାର ହୋଇ ଯାଇଛି। ଭିଡିଓ ଅନୁଯାୟୀ, ଜଣେ ୩୯ ବର୍ଷୀୟ ବ୍ୟକ୍ତି […]

accident

Hemant Lenka
  • Published: Wednesday, 30 March 2022
  • , Updated: 30 March 2022, 08:45 PM IST

ନୂଆଦିଲ୍ଲୀ: ସମସ୍ତଙ୍କୁ ବିଚଳିତ ଓ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ ଏସ୍‌ୟୁଭି ସମ୍ଭବତଃ ମହିନ୍ଦ୍ରା ଥର କେମିତି ରାସ୍ତା ପାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ଦିଲ୍ଲୀର ଜନପତରେ ଏପରି ଘଟଣା ଘଟିଛି। ଦ୍ରୁତଗାମୀ ଏସ୍‌ୟୁଭିଟି ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ସେଠାରେ ନ ରହି ଫେରାର ହୋଇ ଯାଇଛି।

ଭିଡିଓ ଅନୁଯାୟୀ, ଜଣେ ୩୯ ବର୍ଷୀୟ ବ୍ୟକ୍ତି ଚାଲି ଚାଲି ରାସ୍ତା ପାର କରୁଥିଲେ। ହଠାତ୍‌ ଗୋଟିଏ ନାଲି ରଙ୍ଗର ମହିନ୍ଦ୍ରା ଥର ତାଙ୍କ ବାମ ପଟୁ ଦ୍ରୁତଗତିରେ ଆସିଥିଲା। ବ୍ୟକ୍ତି ଜଣଙ୍କ କିଛି ବୁଝିବା ପୂର୍ବରୁ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ିଥିଲେ ମଧ୍ୟ ତାଙ୍କ ଉପରେ ଡ୍ରାଇଭର ଜଣଙ୍କ ଗାଡ଼ିକୁ ଚଢ଼ାଇ ଦେଇ ସେଠାରୁ ଚାଲି ଯାଇଥିଲେ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ ଶବକୁ ଜବତ କରି ଗାଡ଼ିକୁ ଖୋଜିବା ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ଯାଏ ଗାଡ଼ିର କୌଣସି ପତ୍ତା ମିଳିନଥିବା ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ଏହା ଏକ ଦୁର୍ଘଟଣା ନା ବିଧିବଦ୍ଧ ଷଡ଼ଯନ୍ତ୍ର ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଗାଡ଼ିଟି ରାସ୍ତା କଡ଼ରେ ଥିବା ଫୁଟପାଥ ଉପରେ ହିଁ ଚଢ଼ି ଯାଇ ବ୍ୟକ୍ତିଙ୍କୁ ଧକ୍କା ଦେଇଛି। ଗାଡ଼ିଟି ରାସ୍ତାର ମଝିରେ ନ ଯାଇ ଏତେ ସାଇଡରେ କାହିଁକି ଯାଉଥିଲା, ତା’କୁ ନେଇ ସୋଶାଲ ମିଡିଆରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

Related story