ସରପଞ୍ଚଙ୍କ ନାକ ଭିତରେ ଭାଙ୍ଗିଗଲା କରୋନା ନମୁନା ଷ୍ଟିକ

ହାଇଦ୍ରାବାଦ: କରୋନା ପରୀକ୍ଷା କରିବାକୁ ଯାଇଥିବା ସରପଞ୍ଚଙ୍କୁ ଏକ ଅସ୍ୱାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କରୋନା ପରୀକ୍ଷା କରିବାକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ସରପଞ୍ଚଙ୍କ ନାକରେ କରୋନା ନମୁନା ସଂଗ୍ରହ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍ ପୂରାଇଥିଲେ। ଏହି ସମୟରେ ନାକ ଭିତରେ ସ୍ୱାବ ଷ୍ଟିକ ଭାଙ୍ଗିଯାଇଥିଲା ପରେ ଏହା ନାକ ଭିତରେ ପ୍ରବେଶ କରି ଗଳା ଭିତରେ ଛନ୍ଦି ହୋଇଛି। ତେଲେଙ୍ଗାନାର କରିମନଗର ଜିଲ୍ଲାର ଏକ ଗାଁର ସରପଞ୍ଚଙ୍କୁ ଏଭଳି ଅସ୍ୱାଭାବିକ ପରିସ୍ଥିତିର […]

Corona

Subhransu Sekhar
  • Published: Sunday, 13 June 2021
  • , Updated: 13 June 2021, 04:13 PM IST

ହାଇଦ୍ରାବାଦ: କରୋନା ପରୀକ୍ଷା କରିବାକୁ ଯାଇଥିବା ସରପଞ୍ଚଙ୍କୁ ଏକ ଅସ୍ୱାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କରୋନା ପରୀକ୍ଷା କରିବାକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ସରପଞ୍ଚଙ୍କ ନାକରେ କରୋନା ନମୁନା ସଂଗ୍ରହ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍ ପୂରାଇଥିଲେ। ଏହି ସମୟରେ ନାକ ଭିତରେ ସ୍ୱାବ ଷ୍ଟିକ ଭାଙ୍ଗିଯାଇଥିଲା ପରେ ଏହା ନାକ ଭିତରେ ପ୍ରବେଶ କରି ଗଳା ଭିତରେ ଛନ୍ଦି ହୋଇଛି।

ତେଲେଙ୍ଗାନାର କରିମନଗର ଜିଲ୍ଲାର ଏକ ଗାଁର ସରପଞ୍ଚଙ୍କୁ ଏଭଳି ଅସ୍ୱାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଏହି ଘଟଣା ଶୁକ୍ରବାର ଦିନ ଘଟିଥିବା କୁହାଯାଉଛି। ରାମାଡୁଗୁ ମଣ୍ଡଳର ଭେଙ୍କଟାରୋପଲ୍ଲୀ ଗାଁର ସରପଞ୍ଚ ଜୁଭାଜୀ ଶେଖର ତାଙ୍କ ଗାଁରେ କରୋନା ପରୀକ୍ଷା ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (RAT) କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାକ ଭିତରେ ସ୍ୱାବ ଷ୍ଟିକ ପଶିଯାଇଥିବାରୁ ସେ ଅନେକ ଯନ୍ତ୍ରଣା ଭୋଗିଥିବା ଜଣାପଡ଼ିଛି।

ଏହାପରେ ଗୋପାଲରାଓ୍ୱପେଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ସ୍ଥାନୀୟ ନର୍ସ ଏବଂ ଡାକ୍ତର ଶେଖରଙ୍କ ଏହି ଚିକିତ୍ସା କରିବାରେ ବିଫଳ ହୋଇଥିଲେ। ପରେ ସରପଞ୍ଚଙ୍କୁ କରିମ ନଗରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଏଣ୍ଡୋସ୍କୋପି ଦ୍ୱାରା ସ୍ୱାବ ଷ୍ଟିକକୁ ବାହାର କରାଯାଇଥିଲା।

ଡାକ୍ତରଙ୍କ କହିବାନୁସାରେ, ସ୍ୱାବ୍ ଷ୍ଟିକ୍ ତାଙ୍କ ନାକରୁ ଖସିଯାଇ ଗଳାରେ ଅଟକି ଯାଇଥିଲା। ସୁସ୍ଥ ହେବା ପରେ ସରପଞ୍ଚ ଶେଖର ଗାଁରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ ନଥିବା ଅଭିଯୋଗ କରିଛନ୍ତି।

Related story