ଦିଲ୍ଲୀ ଘଟଣା ନୋଏଡାରେ ରିପିଟ୍‌: ସ୍ୱଗୀ ବୟଙ୍କୁ ୫୦୦ ମିଟର ଘୋଷାଡ଼ି ମାରିଦେଲେ  

ନୋଏଡା: ରାଜଧାନୀ ଦିଲ୍ଲୀ ଭଳି ହିଟ୍‌ ଆଣ୍ଡ ରନ୍‌ର ଛାତିଥରା ଘଟଣା ନୋଏଡାରେ ମଧ୍ୟ ଘଟିଛି। ଦିଲ୍ଲୀରେ ଜଣେ ଯୁବତୀଙ୍କୁ ଯେଉଁଭଳି ଭଳି ଅମାନୁଷିକଭାବେ ଏକ କାର ଘୋଷାଡ଼ି ନେଇଥିଲା ଠିକ୍‌ ସେମିତି ନୋଏଡାରେ ପୁନରାବୃତ୍ତିର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱଗୀ ବୟଙ୍କୁ ଏକ କାର ହିଟ୍‌ ଆଣ୍ଡ ରନ୍‌ କରି ଅତି ବର୍ବର ଭାବେ ଘୋଷାଡ଼ି ନେବାରୁ ତାଙ୍କର ଦୟନୀୟ ଭାବେ ମୃତ୍ୟୁ ଘଟିଛି। କାର ଭିତରେ ଥିବା ଅଭିଯୁକ୍ତ ଫେରାର ଅଛନ୍ତି। […]

898

  • Published: Thursday, 05 January 2023
  • , Updated: 05 January 2023, 10:28 AM IST

ନୋଏଡା: ରାଜଧାନୀ ଦିଲ୍ଲୀ ଭଳି ହିଟ୍‌ ଆଣ୍ଡ ରନ୍‌ର ଛାତିଥରା ଘଟଣା ନୋଏଡାରେ ମଧ୍ୟ ଘଟିଛି। ଦିଲ୍ଲୀରେ ଜଣେ ଯୁବତୀଙ୍କୁ ଯେଉଁଭଳି ଭଳି ଅମାନୁଷିକଭାବେ ଏକ କାର ଘୋଷାଡ଼ି ନେଇଥିଲା ଠିକ୍‌ ସେମିତି ନୋଏଡାରେ ପୁନରାବୃତ୍ତିର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱଗୀ ବୟଙ୍କୁ ଏକ କାର ହିଟ୍‌ ଆଣ୍ଡ ରନ୍‌ କରି ଅତି ବର୍ବର ଭାବେ ଘୋଷାଡ଼ି ନେବାରୁ ତାଙ୍କର ଦୟନୀୟ ଭାବେ ମୃତ୍ୟୁ ଘଟିଛି। କାର ଭିତରେ ଥିବା ଅଭିଯୁକ୍ତ ଫେରାର ଅଛନ୍ତି। ସ୍ୱଗୀ ବୟ ଜଣକ ବାଇକ୍‌ରେ ଖାଦ୍ୟ ଡେଲିଭରି ପାଇଁ ନେଉଥିବା ବେଳେ କାର ଚଳାଉଥିବା ଡ୍ରାଇଭର ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦୦ ମିଟର ଘୋଷାଡ଼ି ନେଇଥିଲେ। ଗତ ରବିବାର ଦିନ  ଏହି ଘଟଣା ଘଟିଛି। ମୃତ ସ୍ୱଗୀ ବୟ ଜଣକ ହେଲେ କୌଶଲ। ନୂଆ ବର୍ଷ ରାତିରେ କୌଶଲ ଖାଦ୍ୟ ଡେଲିଭରି ପାଇଁ ନିଜ ବାଇକରେ ଯାଉଥିଲେ। ଏହି ସମୟରେ ଏକ କାର ତାଙ୍କୁ ନୋଏଡା ସେକ୍ଟରର ଫ୍ଲାଏ ଓଭରରେ ଜୋରରେ ଧକ୍କା ଦେଇ ଅତି ନିର୍ମମ ଭାବେ ଘୋଷାଡ଼ି ନେଇଥିବା ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ,  ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫୦୦ ମିଟର ଦୂରରେ ଡ୍ରାଇଭର ଏକ ମନ୍ଦିର ନିକଟରେ କାରକୁ ଅଟକାଇଥିଲେ। ସେଠାରେ କୌଶଳଙ୍କ ମୃତଦେହ ବାହାରିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର  ହୋଇ ଯାଇଥିଲେ। ରବିବାର ରାତି ଗୋଟାଏରେ କୌଶଲଙ୍କ ଭାଇ ଅମିତ ତାଙ୍କୁ  ଫୋନ କରିଥିଲେ। ସେହି ସମୟରେ ଘଟଣାସ୍ଥଳରେ କୌଶଲଙ୍କ ଫୋନ୍‌ ରିଙ୍ଗ ହେଉଥିବା ବେଳେ ଜଣେ ଯାତ୍ରୀ ଏହାକୁ ଉଠାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଅମିତଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ଜଣେ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଆମେ ଉକ୍ତ ଅଞ୍ଚଳରେ ସିସିଟିଭି ସ୍କାନ କରୁଛୁ।

ଦିଲ୍ଲୀର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ କାର ଧକ୍କା ଦେଇ ପ୍ରାୟ ୧୩ କିଲୋମିଟର ଘୋଷାଡ଼ି ନେଇଥିଲା। ସମାନ ଢଙ୍ଗରେ ଏଠାରେ ପୁନରାବୃତ୍ତି ଘଟିଛି। ୨୦ ବର୍ଷୀୟ  ଯୁବତୀଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ।  ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର। ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍‌ରେ ଲାଖି ରହିଥିଲା। ଏହି କାରଣରୁ ରାସ୍ତାରେ ଘସି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

Related story