‘ଥ୍ୟାଙ୍କ ଗଡ୍‌, ଚନ୍ନିଙ୍କୁ ଜାତୀୟ ସମ୍ପତ୍ତି ଘୋଷଣା କରାଯାଇନି’

ନୂଆଦିଲ୍ଲୀ: ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ହାତରୁ କ୍ଷମତା ଚାଲିଯିବା ପରେ ପରାଜୟକୁ ଦଳର ବରିଷ୍ଠ ନେତା ହଜମ କରିପାରି ନାହାନ୍ତି । ଏହି ଖରାପ ପ୍ରଦର୍ଶନ ପାଇଁ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ନିଙ୍କ ଲୋଭ ଏବଂ ଚାଟୁକାରିତା ଦଳକୁ ରସାତଳଗାମୀ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି […]

Charanjit Singh Channi

Tapas Behera
  • Published: Monday, 14 March 2022
  • , Updated: 14 March 2022, 06:16 PM IST

ନୂଆଦିଲ୍ଲୀ: ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ହାତରୁ କ୍ଷମତା ଚାଲିଯିବା ପରେ ପରାଜୟକୁ ଦଳର ବରିଷ୍ଠ ନେତା ହଜମ କରିପାରି ନାହାନ୍ତି । ଏହି ଖରାପ ପ୍ରଦର୍ଶନ ପାଇଁ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ନିଙ୍କ ଲୋଭ ଏବଂ ଚାଟୁକାରିତା ଦଳକୁ ରସାତଳଗାମୀ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି ।

ଏଥିସହ ଚନ୍ନିଙ୍କୁ ଟାର୍ଗେଟ କରି ସୁନୀଲ କଟାକ୍ଷ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ “ଚନ୍ନି ଦଳ ପାଇଁ ସମ୍ପତ୍ତି ନୁହନ୍ତି। ସେ ଦଳ ପାଇଁ ଗୋଟିଏ ବୋଝ। ଥ୍ୟାଙ୍କ ଗଡ୍‌ ସିଡବ୍ଲ୍ୟସିରେ ଚନ୍ନିଙ୍କୁ ଜାତୀୟ ସମ୍ପତ୍ତି ଘୋଷଣା କରାଯାଇ ନାହିଁ।” ଚନ୍ନିଙ୍କ ଘରେ ଇଡି ରେଡ୍‌ କରି ୧୦ କୋଟି  ଟଙ୍କା ଜବତ କରିବା ଖବରକୁ ଆଟାଚ କରି ସେ ଟ୍ୱିଟ୍ କରିଛନ୍ତି।

ସୁନୀଲ ଜାଖର କହିଛନ୍ତି ଯେ “ମୁଁ କାହାକୁ ଦୋଷ ଦେବା ପାଇଁ ଚାହୁଁ ନାହିଁ। କିନ୍ତୁ ଗତକାଲି ସିଡବ୍ଲ୍ୟସି ବୈଠକରେ ଯେଉଁଭଳି ଭାବେ ଚାଟୁକାରିତା କରାଗଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁମାନେ ୨୦ ବର୍ଷ ଧରି ରାଜ୍ୟସଭା ପଦପଦବୀରେ ଅଛନ୍ତି, ସେମାନେ ହାଇକମାଣ୍ଡଙ୍କୁ ନିଜକୁ ସୁହାଇଲା ଭଳି ପରାମର୍ଶ ଦେଉଛନ୍ତି। ଯାହା ଦଳ ପାଇଁ ହିତକର ନୁହଁ। ଲୋକେ ପରିବର୍ତ୍ତନ ଆଶା କରି କଂଗ୍ରେସ ଉପରେ ଭରସା କରିଥିଲେ। ହେଲେ ଯେଉଁ ଲୋକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା।”

ଯେଉଁମାନେ ରାଜ୍ୟସଭାରେ ୩୦ ବର୍ଷ ଧରି ବସିଛନ୍ତି ସେମାନେ ଚନ୍ନିଙ୍କ ବିଷୟରେ ଓକିଲାତି କରି  ତାଙ୍କୁ କ୍ଷମତା ଧରାଇଦେଲେ। ହେଲେ ପରିଣତି କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପଦପଦବୀରେ ରହୁଥିବା ନେତା ସୋନିଆଙ୍କୁ କେବେ ଠିକ୍ କଥା କହୁନାହାନ୍ତି। ଯାହା ପାଇଁ ଆଜି ଦଳକୁ ବିପର୍ଯ୍ୟ ଭୋଗିବାକୁ ପଡ଼ିଲା ବୋଲି ସେ ଅଭିଯୋଗ କରିଛନ୍ତି।

Related story