ନୂଆଦିଲ୍ଲୀ: ତାଜ ମହଲ ଠାରୁ ଆରମ୍ଭ କରି ଦିଲ୍ଲୀରେ ଥିବା ରେଡ ଫୋର୍ଟ ଯାଏ ଦେଶର ସମସ୍ତ ଐତିହାସିକ କୀର୍ତ୍ତିରାଜି ଆସନ୍ତା ୬ ତାରିଖରୁ ଖୋଲିବ। ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଜାରି ହେବା ଠାରୁ ଏଗୁଡ଼ିକ ବନ୍ଦ ରହିଥିଲା। ହେଲେ ଆସନ୍ତା ସୋମବାର ଠାରୁ ଏଗୁଡ଼ିକ ସର୍ବସାଧାରଣ ପାଇଁ ଖୋଲିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ ଘୋଷଣା କରିବା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୭ରୁ ଏଏସ୍ଆଇ ଦେଶର ୩୪୦୦ଟି କୀର୍ତ୍ତିରାଜିକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଥିଲା। ସରକାର ଅନଲକ-୧ ଘୋଷଣା କରିବା ପରେ ଏଏସ୍ଆଇ ପ୍ରାୟ ୮୨୦ଟି ଧର୍ମାନୁଷ୍ଠାନ ଖୋଲିଥିଲା।
ବାକି ଥିବା କୀର୍ତ୍ତିରାଜି ଗୁଡ଼ିକ ଆସନ୍ତା ୬ ତାରିଖ ଠାରୁ ଖୋଲିପାରିବ ବୋଲି ଆଜି ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ହେଁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।