ଜୁଲାଇ ୫ ଯାଏ ଗିରଫ ହେବେନି ବିଜେପି ନେତା ତଜିନ୍ଦର ବଗା

ନୂଆଦିଲ୍ଲୀ: ଗିରଫଦାରୀରୁ ବଡ଼ ଆଶ୍ୱସ୍ତିଲାଭ କରିଛନ୍ତି ବିଜେପି ନେତା ତଜିନ୍ଦର ପାଲ ସିଂହ ବଗା। ଆସନ୍ତା ଜୁଲାଇ ୫ ତାରିଖ ଯାଏ ବଗାଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଏହାର ଅର୍ଥ ସେ ଜୁଲାଇ ୫ ତାରିଖ ଯାଏ ଗିରଫଦାରୀରୁ ସାମୟିକ ଆଶ୍ୱସ୍ତିଲାଭ କରିଛନ୍ତି। ଗତ ସପ୍ତାହରେ ମୋହାଲି କୋର୍ଟ ବଗାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏହା ଉପରେ ରୋକ […]

BJP

Hemant Lenka
  • Published: Tuesday, 10 May 2022
  • , Updated: 10 May 2022, 08:07 PM IST

ନୂଆଦିଲ୍ଲୀ: ଗିରଫଦାରୀରୁ ବଡ଼ ଆଶ୍ୱସ୍ତିଲାଭ କରିଛନ୍ତି ବିଜେପି ନେତା ତଜିନ୍ଦର ପାଲ ସିଂହ ବଗା। ଆସନ୍ତା ଜୁଲାଇ ୫ ତାରିଖ ଯାଏ ବଗାଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଏହାର ଅର୍ଥ ସେ ଜୁଲାଇ ୫ ତାରିଖ ଯାଏ ଗିରଫଦାରୀରୁ ସାମୟିକ ଆଶ୍ୱସ୍ତିଲାଭ କରିଛନ୍ତି।

ଗତ ସପ୍ତାହରେ ମୋହାଲି କୋର୍ଟ ବଗାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏହା ଉପରେ ରୋକ ଲଗାଇବାକୁ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଥମେ ତାଙ୍କୁ ମେ’ ୧୦ ଯାଏ ଗିରଫଦାରୀରୁ ସୁରକ୍ଷା ମିଳିଥିଲା। ଏବେ ଏହି ଅବଧିକୁ ଜୁଲାଇ ୫ ଯାଏ ବୃଦ୍ଧି କରାଯାଇଛି।

ହାଇକୋର୍ଟରେ ନିଜର ପକ୍ଷ ରଖି ପଞ୍ଜାବ ଏଜି କହିଥିଲେ ଯେ ବଗା କୋର୍ଟରେ ହାଜର ହେବା ଦରକାର। ଏଥିସହ ବିଜେପି ନେତା ବଗାଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପଞ୍ଜାବ ସରକାର ଏହି ମାମଲାରେ ଗୋଟିଏ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ୧୦ ଦିନର ସମୟ କୋର୍ଟଙ୍କୁ ମାଗିଛନ୍ତି।

ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ, ସୋଶାଲ ମିଡିଆରେ ଅପପ୍ରଚାର ଭଳି ଘଟଣାରେ ପଞ୍ଜାବ ପୁଲିସ୍‌ ବଗାଙ୍କ ନାଁରେ ମାମଲା କରିଛି। ଗତ ଶୁକ୍ରବାର ପଞ୍ଜାବ ପୁଲିସ୍‌ ଦିଲ୍ଲୀରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ହେଲେ ତାଙ୍କୁ ପଞ୍ଜାବ ଅଣା ଯାଉଥିବା ବେଳେ ହରିଆଣା ପୁଲିସ୍‌ ଅଧାବାଟରେ ପଞ୍ଜାବ ପୁଲିସ୍‌କୁ ଅଟକାଇଥିଲା। ଏହାପରେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ସେଠାରୁ ନେଇ କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କୁ ସେଠାରୁ ଘରକୁ ଯିବାକୁ ଅନୁମତି ଦେଇଥିଲେ।

Related story