ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା ପାକିସ୍ତାନ

ପେଶାୱାର୍‌: ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା। ଯେଉଁ ଆତଙ୍କବାଦୀମାନଙ୍କୁ  ପାକିସ୍ତାନ ସମର୍ଥନ ସହଯୋଗ କରିଆସୁଥିଲା ଆଜି ସେଇ ରଣନୀତି ପାକିସ୍ତାନ ପାଇଁ ଘାତକ ହୋଇଛି। ରବିବାର  ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ଗୋଟାଏ ଥାନାକୁ ସିଜ୍‌ କରିନେଇଛନ୍ତି।  ଏଥିସହ କେତେ ଜଣଙ୍କୁ ପଣବନ୍ଦୀ ରଖିଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥା ପିଟିଆଇର ସୂଚନା ଅନୁଯାୟୀ  ତେରିକ୍‌-ଏ-ତାଲିବାନ୍‌ ପାକିସ୍ତାନ (ଟିଟିପି) ଆତଙ୍କବାଦୀମାନେ ଖୈବର୍‌-ପଖ୍‌ତୂନ୍‌ଖ୍ୱା ପ୍ରଦେଶରେ ଥିବା ବାନ୍ନୁ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ପ୍ରବେଶ କରି କୁଖ୍ୟାତ ଆତଙ୍କବାବୀମାନଙ୍କୁ ମୁକ୍ତ […]

telll

  • Published: Monday, 19 December 2022
  • , Updated: 19 December 2022, 10:51 AM IST

ପେଶାୱାର୍‌: ତାଲିବାନୀ ଆତଙ୍କବାଦୀ ଜାଲରେ ଫସିଲା। ଯେଉଁ ଆତଙ୍କବାଦୀମାନଙ୍କୁ  ପାକିସ୍ତାନ ସମର୍ଥନ ସହଯୋଗ କରିଆସୁଥିଲା ଆଜି ସେଇ ରଣନୀତି ପାକିସ୍ତାନ ପାଇଁ ଘାତକ ହୋଇଛି। ରବିବାର  ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ଗୋଟାଏ ଥାନାକୁ ସିଜ୍‌ କରିନେଇଛନ୍ତି।  ଏଥିସହ କେତେ ଜଣଙ୍କୁ ପଣବନ୍ଦୀ ରଖିଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥା ପିଟିଆଇର ସୂଚନା ଅନୁଯାୟୀ  ତେରିକ୍‌-ଏ-ତାଲିବାନ୍‌ ପାକିସ୍ତାନ (ଟିଟିପି) ଆତଙ୍କବାଦୀମାନେ ଖୈବର୍‌-ପଖ୍‌ତୂନ୍‌ଖ୍ୱା ପ୍ରଦେଶରେ ଥିବା ବାନ୍ନୁ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ପ୍ରବେଶ କରି କୁଖ୍ୟାତ ଆତଙ୍କବାବୀମାନଙ୍କୁ ମୁକ୍ତ କରି ଦେଇଛନ୍ତି। ଏହା ପରେ ସେମାନେ ଉକ୍ତ କ୍ୟାଣ୍ଟନ୍‌ମେଣ୍ଟ୍‌ ପରିସରର ଗୋଟିଏ ସେକ୍ସନ୍‌କୁ ଅକ୍ତିଆର କରିବା ସହିତ ଆତଙ୍କବାଦୀ ନିରୋଧ ବିଭାଗର  ସୁରକ୍ଷାକର୍ମୀଙ୍କକୁ  ପଣବନ୍ଦୀ କରିଛନ୍ତି।

ବାନ୍ନୁ ଥାନା ମୁଖପାତ୍ର ମହମ୍ମଦ୍‌ ନସୀବ୍‌ ରଏଟର୍ସ’କୁ କହିଛନ୍ତି, ଆତଙ୍କବାଦୀମାନେ ବାହାରୁ ଆକ୍ରମଣ କରିଛନ୍ତି କିମ୍ବା  ଭିତରେ ଥିବା କର୍ମଚାରୀମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି। ହେଲେ ଏ ସମ୍ପରେ କୌଣସି ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ତୁରନ୍ତ ପାକିସ୍ତାନୀ ସେନାର ଯବାନମାନଙ୍କୁ ମୁତୟନ କରାଯାଇଛି। ସିଟିଡି ପରିସରରୁ ତାଲିବାନ୍‌ ଆତଙ୍କବାଦୀମାନେ ଏକ ଭିଡିଓ ରିଲିଜ୍‌ କରି ସେମାନେ ୯ ଜଣ  ପୁଲିସ କର୍ମଚାରୀଙ୍କୁ ପଣବନ୍ଦୀ ରଖିଥିବା କହିଛନ୍ତି। ଏନେଇ ସେମାନେ ସର୍ତ୍ତ ରଖିଛନ୍ତି।  ସେମାନଙ୍କୁ ମୁକୁଳାଇବାକୁ ହେଲେ ଆମକୁ ବିମାନ ଯୋଗେ ଆଫଗାନିସ୍ତାନ ଯିବାର ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ସାଉଥ୍‌ ୱାଜିରସ୍ଥାନର ଆଦିବାସୀ ଇଲାକାରଆ ରବିବାର  ଲାକ୍କି ମରୱାତର ଏକ ପୁଲସ ଷ୍ଟେସନ ପରେ ଆତଙ୍କବାଦୀ ଆକ୍ରମଣ ପରେ ଉପରୋକ୍ତ ଘଟଣା ଘଟିଛି। ଗତ ମାସରେ ପାକିସ୍ତାନ ସହ ଆଫଗାନିସ୍ଥାନ ମଧ୍ୟରେ  ହୋଇଥିବା ଯୁଦ୍ଧ ବିରତି  ଚୁକ୍ତି ଉଲ୍ଲଂଘନ କରିଥିଲା ତାଲିବାନୀ ଆତଙ୍କବାଦୀ।

Related story