ତାମିଲନାଡ଼ୁ:୨ ସପ୍ତାହ ଭିତରେ ୪ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ:ତାମିଲନାଡ଼ୁରେ ଛାତ୍ରୀଙ୍କ ସିରିଜ୍‌ ଆତ୍ମହତ୍ୟା ଘଟଣା ଚିନ୍ତାରକାରଣ ପାଲଟିଛି।  ଗତ ୨ ସପ୍ତାହ ହେବ ଜଣକ ପରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ  ଚକିତ କରିଛି। ଗତକାଲି ଶିଭକାଶି ଇଲାକାରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତଦନ୍ତ ନହେବା ପୂର୍ବରୁ କିଛି କହିବାକୁ ପୁଲିସ ମନା କରିଦେଇଛି। ଛାତ୍ରୀ ଜଣକ ନିଜ ଘର ଭିତରେ ଝୁଲୁଥବା ବେଳେ ମୃତ ଦେହ ଉଦ୍ଧାର କରାଯାଇଛି। ସେଠାରୁ କୌଣସି ସୁଇସାଡ୍ ନୋଟ୍‌ ଜବତ ହୋଇ ନାହିଁ। […]

Sucide

Sucide

Tapas Behera
  • Published: Wednesday, 27 July 2022
  • Updated: 27 July 2022, 10:24 AM IST

Sports

Latest News

ଚେନ୍ନାଇ:ତାମିଲନାଡ଼ୁରେ ଛାତ୍ରୀଙ୍କ ସିରିଜ୍‌ ଆତ୍ମହତ୍ୟା ଘଟଣା ଚିନ୍ତାରକାରଣ ପାଲଟିଛି।  ଗତ ୨ ସପ୍ତାହ ହେବ ଜଣକ ପରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ  ଚକିତ କରିଛି। ଗତକାଲି ଶିଭକାଶି ଇଲାକାରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତଦନ୍ତ ନହେବା ପୂର୍ବରୁ କିଛି କହିବାକୁ ପୁଲିସ ମନା କରିଦେଇଛି। ଛାତ୍ରୀ ଜଣକ ନିଜ ଘର ଭିତରେ ଝୁଲୁଥବା ବେଳେ ମୃତ ଦେହ ଉଦ୍ଧାର କରାଯାଇଛି। ସେଠାରୁ କୌଣସି ସୁଇସାଡ୍ ନୋଟ୍‌ ଜବତ ହୋଇ ନାହିଁ। ତେବେ ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଛାତ୍ରୀ ଜଣକ ପାକସ୍ତଳୀରୋଗରେ ପୀଡ଼ିତ ଥିଲେ ଏବଂ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିଲେ। ଅତ୍ୟଧିକ ଯନ୍ତ୍ରଣା ସହି ନପାରୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛ ।  ଗତ ୨ ସପ୍ତାହରେ ୩ ଜଣ ସ୍ୱାଦଶ ଏବଂ ଜଣେ ଏକାଦଶ ଶ୍ରୀଣୀର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆଲୋଡ଼ ଖେଳି ଯାଇଛି।   ସୋମବାର ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ।

ମାଆ ଗାଳି ଦେବାରୁ ଛାତ୍ରୀ ଜଣକ ମାନସିକ ବିଚଳିତ ଅବସ୍ଥାରେ ଥିଲା। ସୋମବାର ଘରେ କେହି ନ ଥିବା ବେଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କଲାବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚିଥିଲା। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ଏକ ସନ୍ଦେହଜନକ ଅପମୃତ୍ୟୁ ମାମଲା ରୁଜୁ କରିଛି।ସୋମବାର ଭୋର୍‌ରେ ଆଉ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟର ଛାତ୍ରୀନିବାସ ପ୍ରକୋଷ୍ଠରେ ଆତ୍ମହତ୍ୟା କରିଥିବା ରିପୋର୍ଟ ମିଳିଛି।

ତାମିଲନାଡ଼ୁର ତିରୁଭାଲୁର ଜିଲ୍ଲାରେ  ଏଡି ଘଟଣା ଘଟିଛି। । ଗତ ଜୁଲାଇ ୧୩ ତାରିଖରେ ଆଉ ଜଣେ ୧୨ଶ ଶ୍ରେଣୀ ଛାତ୍ରୀ କାଲାକୁରୁଚି ଜିଲ୍ଲାରେ ଆତ୍ମହତ୍ୟା କରିଥିଲା। ସ୍କୁଲ ପରିସରରେ ସନ୍ଦେହଜନକ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଏହି ମାମଲା ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos