ସ୍କୁଲରେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ବାରମ୍ବାର ଦୁଷ୍କର୍ମ, ଗର୍ଭବତୀ ହେଲେ ପୀଡ଼ିତା

ଯୋଦପୁର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ କରିବା ଭଳି ଘଟଣା ରାଜସ୍ଥାନର ଯୋଦପୁର ଜିଲ୍ଲା ଶେରଗଡ଼ରେ ଥିବା ଗୋଟିଏ ସରକାରୀ ସ୍କୁଲରୁ ଆସିଛି। ଜଣେ ଶିକ୍ଷକ ତାଙ୍କ ପାଖରେ ପାଠ ପଢ଼ୁଥିବା ୧୩ ବର୍ଷୀୟ ନାବାଳିକାଙ୍କୁ ସ୍କୁଲ ପରିସରରେ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ନାବଳିକା ଜଣଙ୍କ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ମାର୍ଚ୍ଚ ମାସରୁ ଏହି ଘଟଣା ଘଟିଥିଲେ ହେଁ ଛାତ୍ରୀ ଜଣଙ୍କ ଗର୍ଭବତୀ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, […]

Stop-Rape

Hemant Lenka
  • Published: Thursday, 10 June 2021
  • , Updated: 10 June 2021, 06:21 PM IST

ଯୋଦପୁର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ କରିବା ଭଳି ଘଟଣା ରାଜସ୍ଥାନର ଯୋଦପୁର ଜିଲ୍ଲା ଶେରଗଡ଼ରେ ଥିବା ଗୋଟିଏ ସରକାରୀ ସ୍କୁଲରୁ ଆସିଛି। ଜଣେ ଶିକ୍ଷକ ତାଙ୍କ ପାଖରେ ପାଠ ପଢ଼ୁଥିବା ୧୩ ବର୍ଷୀୟ ନାବାଳିକାଙ୍କୁ ସ୍କୁଲ ପରିସରରେ ବାରମ୍ବାର ଦୁଷ୍କର୍ମ କରିଛନ୍ତି।

ନାବଳିକା ଜଣଙ୍କ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ମାର୍ଚ୍ଚ ମାସରୁ ଏହି ଘଟଣା ଘଟିଥିଲେ ହେଁ ଛାତ୍ରୀ ଜଣଙ୍କ ଗର୍ଭବତୀ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିକ୍ଷକ ଜଣଙ୍କ ସ୍କୁଲ ପରିସରରେ ଏଭଳି କାଣ୍ଡ ଘଟାଉଥିବା ବେଳେ ଆଉ ଜଣେ ଶିକ୍ଷକ ବାହାରେ ଲୋକଙ୍କ ଉପରେ ନଜର ରଖି ସବୁ ପ୍ରକାରର ସହଯୋଗ କରୁଥିଲେ।

ପୁଲିସ୍‌ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ସରକାରୀ ସ୍କୁଲ ଶିକ୍ଷକ ସୁରଜରାମଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଡେପୁଟି ଏସ୍‌ପି ରାଜୁରାମ ଚୌଧୁରୀ କହିଛନ୍ତି, ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ମାର୍ଚ୍ଚ ମାସରେ ସ୍କୁଲ ଶେଷ ହେବା ପରେ ଅଭିଯୁକ୍ତ ଶିକ୍ଷକ ସୁରଜରାମ ତାଙ୍କୁ ରହିବାକୁ କୁହୁଥିଲେ।

ଏହି ସ୍କୁଲରେ ତାଙ୍କର ଭାଇ ମଧ୍ୟ ପଡ଼ନ୍ତି। ହେଲେ ସୁରଜରାମ ତାଙ୍କୁ ଚାଲି ଯିବାକୁ କହି ପୀଡ଼ିତାଙ୍କୁ ସ୍କୁଲରେ ରଖୁଥିଲେ। ସ୍କୁଲ ପରିସରରେ କୌଣସି କର୍ମଚାରୀ ଓ ଶିକ୍ଷକ ନଥିବାରୁ ଏହାର ଫାଇଦା ଉଠାଇ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଯଦି ଏ ବିଷୟରେ ସେ କାହାକୁ କହିବେ, ତା’ହେଲେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ।

ପୀଡ଼ିତା ଜଣଙ୍କ ଘରକୁ ଆସିବା ପରେ ସ୍କୁଲ ଯିବେ ନାହିଁ ବୋଲି କହିଥିଲେ। ଶିକ୍ଷକ ସୁରଜରାମ ତାଙ୍କୁ ଖରାପ ବ୍ୟବହାର କରିଥିବା ସେ କହି ଚୁପରେ ବସି ପଡ଼ିଥିଲେ। କୋଭିଡ ପାଇଁ ପରବର୍ତ୍ତୀ ସମୟରେ ମଧ୍ୟ ସ୍କୁଲ ବନ୍ଦ ହୋଇଯାଇଥିଲା। ତେବେ ସ୍କୁଲ ବନ୍ଦ ହେବା ପୂର୍ବରୁ ସୁରଜରାମ ୩ରୁ ୪ ଥର ଛାତ୍ରୀ ଜଣଙ୍କୁ ଦୁଷ୍କର୍ମ କରି ସାରିଥିଲେ।

ଜୁନ୍‌ ୫ରେ ପୀଡ଼ିତା ଜଣଙ୍କ ଅସୁସ୍ଥ ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଏହି ସମୟରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ପୂରା ଘଟଣା ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ମଙ୍ଗଳବାର ପୀଡ଼ିତାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଛି। ଅଭିଯୁକ୍ତ ଶିକ୍ଷକଙ୍କର କୌଣସି ପତ୍ତା ମିଳିନି। ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

Related story