ନୂଆଦିଲ୍ଲୀ: ଏଲ୍ଏସିରେ ପୁଣି ଉତ୍ତେଜନା । ଚୀନ୍ ସୀମାରେ ଫୁଟିଲା ଗୁଳି । ଚୀନ୍ ସେନା ପକ୍ଷରୁ ସୀମାରେ ଗୁଳିମାଡ଼ କରାଯାଇଛି । ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି । ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ପୂର୍ବ ଲଦାଖରେ ଚୀନ୍ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି । ଏଥିସହ ଦକ୍ଷିଣ ପାଙ୍ଗଙ୍ଗ ଅଞ୍ଚଳରେ ଚୀନ୍ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ତେବେ ଅନୁପ୍ରବେଶକୁ ରୋକିବା ପାଇଁ ସୀମାରେ ସଜାଗ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛନ୍ତି।
ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ଼ କରାଯାଇଥିଲା । ତେବେ ଅଳ୍ପ ସମୟ ପାଇଁ ଚାଲିଥିଲା ଗୁଳି ବିନିମୟ । ଅନ୍ୟପଟେ ଭାରତକୁ ବଦନାମ କରିବାକୁ ଚୀନ୍ ଉଦ୍ୟମ ଚଳାଇଛି । ଭାରତ ପକ୍ଷରୁ ସୀମାରେ ଓ୍ୱାର୍ଣ୍ଣିଂ ଫାୟରିଂ କରାଯାଇଥିବା ଅଭିଯୋଗ ଆଣିଛି ଚୀନ୍ ସେନା ।
ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ପୂର୍ବ ଲଦାଖରେ ଫାୟରିଂ ହୋଇଥିବା ଚୀନ୍ ସେନା ପକ୍ଷରୁ ଦାବି ହୋଇଛି । ଭାରତ ପକ୍ଷରୁ ଏଲ୍ଏସି ନିକଟରେ ଏହି ବ୍ଲାଙ୍କ୍ ଫାୟରିଂ କରାଯାଇଥିବା କହିଛି ପିଏଲ୍ଏ ।
ସେପ୍ଟେମ୍ବର ୧୦ରେ ଭାରତ-ଚୀନ୍ ମଧ୍ୟରେ ବିଦେଶ ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଥିବା ବେଳେ ଏଲ୍ଏସିରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଏଲ୍ଏସିରେ ଚୀନ୍ ସେନାର ଅନୁପ୍ରବେଶ ନେଇ ଗଲା ୩ ମାସ ହେବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ପୂର୍ବରୁ ଅନେକ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।