୪ ଆତଙ୍କବାଦୀଙ୍କୁ ବାନ୍ଧିଲା ପୁଲିସ

ଜମ୍ମୁ:ଜମ୍ମୁକଶ୍ମୀରର ବାଣ୍ଡିପୋରା ପୁଲିସ ରବିବାର ଗୋଟିଏ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ  ପଣ୍ଡ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି।  ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ  ଲସ୍କର ଇ-ତୋଇବାର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ୍‌। ସମ୍ପୃକ୍ତ ଅଭିଯୁକ୍ତମାନେ ବାଣ୍ଡିପୋରା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ୍‌ ଏବଂ ଗମାନାଗମନରେ ସହଯୋଗ କରୁଥିଲେ। ଏକ ବିଷେଶସୁତ୍ରରୁ ଖବର ପାଇ ପୁଲିସ ଆସ୍ଥାଙ୍ଗୋ ଏବଂ ବାଣ୍ଡିପୋରା ଏରିଆରେ ୩ ଜଣ ଅଭିଯୁକ୍ତ ଲସ୍କର ଇ-ତୋଇବା ସହ ସମ୍ପୃକ୍ତ ପୁଲିସ ଜାଣିବାକୁ ପାଇଥିଲା। ଏହି […]

terrorist

Tapas Behera
  • Published: Sunday, 03 April 2022
  • , Updated: 03 April 2022, 05:13 PM IST

ଜମ୍ମୁ:ଜମ୍ମୁକଶ୍ମୀରର ବାଣ୍ଡିପୋରା ପୁଲିସ ରବିବାର ଗୋଟିଏ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ  ପଣ୍ଡ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି।  ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ  ଲସ୍କର ଇ-ତୋଇବାର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ୍‌। ସମ୍ପୃକ୍ତ ଅଭିଯୁକ୍ତମାନେ ବାଣ୍ଡିପୋରା ଜିଲ୍ଲାରେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ୍‌ ଏବଂ ଗମାନାଗମନରେ ସହଯୋଗ କରୁଥିଲେ। ଏକ ବିଷେଶସୁତ୍ରରୁ ଖବର ପାଇ ପୁଲିସ ଆସ୍ଥାଙ୍ଗୋ ଏବଂ ବାଣ୍ଡିପୋରା ଏରିଆରେ ୩ ଜଣ ଅଭିଯୁକ୍ତ ଲସ୍କର ଇ-ତୋଇବା ସହ ସମ୍ପୃକ୍ତ ପୁଲିସ ଜାଣିବାକୁ ପାଇଥିଲା।

ଏହି ଅଭିଯୁକ୍ତମାନେ ହେଲେ  ଇରଫାନ୍‌ ଅହମ୍ମଦ ଭଟ୍ଟ, ସାଜ୍ଜଦ ଅହମ୍ମଦ ମିର୍‌ ଏବଂ ଇର୍ଫାନ୍‌ ଅହମ୍ମଦ ଜାନ୍‌।  ସେହିପରି ରାଖ୍‌  ହାଜିନ୍‌ ଚେକପୋଷ୍ଟରେ ଅନ୍ୟ ଜଣେ ଅଭିଯୁକ୍ତ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଖବର ପାଇ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଛି। ସେହି ଅଭିଯୁକ୍ତ ଜଣକ ହେଲେ  ଇରଫାନ୍‌ ଅଜିଜ ଭଟ୍ଟ।

ତାଙ୍କଠାରୁ ଚାଇନା ଗ୍ରେନେଡ୍ ଜବତ କରାଯାଇଛି। ପାକିସ୍ତାନ୍‌ ଆତଙ୍କବାଦୀ ଉମେର ଲାଲାଙ୍କ ସହ ଇରଫାନ୍‌ ସମ୍ପର୍କରେ ଥିବା ପୁଲିସ ଜାଣିବାକୁ ପାଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହୟାତାରେ ଅଜିଜ୍‌ ଭଟ୍ଟ ହଜଇନ୍‌ ଏରିଆରେ ବିସ୍ପୋରଣ  ଯୋଜନା କରିଥିଲା। ଯାହା ବିଫଳ ହୋଇଛି। ଉଭୟ ମାମଲାରେ ଅଭିଯୁକ୍ତଙ୍କ  ବିରୋଧରେ ସଙ୍ଗିନ ଦଫା ଲାଗିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

Related story