ବଡ ଧରଣର ଆତଙ୍କବାଦୀ ହମଲା ଯୋଜନା! ହିଟ୍‌ ଲିଷ୍ଟରେ ୨୦୦

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା। ଏହି ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଆଗକୁ ବଡ଼ ଆତଙ୍କବାଦୀ ହମଲା କରିବା ନେଇ ସତର୍କ କରାଇଛି ଗୁଇନ୍ଦା ବିଭାଗ। ବଡ଼କଥା ହେଲା ଏହି ଆତଙ୍କୀ ସଂଗଠନର ହିଟ୍‌ ଲିଷ୍ଟରେ ୨୦୦ରୁ ଅଧିକ ଲୋକ ଅଛନ୍ତି। ବିଶେଷକରି, ସୁରକ୍ଷା ସଂସ୍ଥା, ସେମାନଙ୍କୁ ଗୁପ୍ତ ସୂଚନା ଦେଉଥିବା ଲୋକ, ସରକାରଙ୍କ ସହ ଉତ୍ତମ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, […]

Plan for terror attack

Plan for terror attack

Madhupriya Mistry
  • Published: Sunday, 17 October 2021
  • Updated: 17 October 2021, 02:07 PM IST

Sports

Latest News

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା। ଏହି ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଆଗକୁ ବଡ଼ ଆତଙ୍କବାଦୀ ହମଲା କରିବା ନେଇ ସତର୍କ କରାଇଛି ଗୁଇନ୍ଦା ବିଭାଗ।

ବଡ଼କଥା ହେଲା ଏହି ଆତଙ୍କୀ ସଂଗଠନର ହିଟ୍‌ ଲିଷ୍ଟରେ ୨୦୦ରୁ ଅଧିକ ଲୋକ ଅଛନ୍ତି। ବିଶେଷକରି, ସୁରକ୍ଷା ସଂସ୍ଥା, ସେମାନଙ୍କୁ ଗୁପ୍ତ ସୂଚନା ଦେଉଥିବା ଲୋକ, ସରକାରଙ୍କ ସହ ଉତ୍ତମ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, କଶ୍ମୀର ଉପତ୍ୟକାରେ ଥିବା ଓ କାଶ୍ମୀର ବାହାରର ଲୋକ, କଶ୍ମୀର ପଣ୍ଡିତ, ସରକାରୀ ଦଳ ନେତା ଏବଂ ଶିଳ୍ପପତି ଆଦି ରହିଥିବା ଗୁଇନ୍ଦା ସୂଚନା ମିଳିଛି। ୨୦୦ ଜଣିଆ ଏହି ହିଟ୍ ଲିଷ୍ଟରେ ଥିବା ବ୍ୟକ୍ତି ଏବଂ ସେମାନଙ୍କ ଗାଡ଼ି ସମ୍ପର୍କରେ ସବିଶେଷ ତଥ୍ୟ ଏହି ଆତଙ୍କୀ ସଂଗଠନ ପ୍ରସ୍ତୁତ କରିଛି।

ଗୁଇନ୍ଦା ବିଭାଗ ଆହୁରି ସୂଚନା ପାଇଛି ଯେ, ପାକ୍ ଅଧିକୃତ ମୁଜାଫରାବାଦରେ ଗତ ସେପ୍ଟେମ୍ବରରେ ISI ନେତୃତ୍ୱରେ ଅନ୍ୟ ଆତଙ୍କୀ ସଂଗଠନ ମୁଖ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ବୈଠକରେ ନୂଆ ଆତଙ୍କୀ ସଂଗଠନ ଭବିଷ୍ୟତରେ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ଏହି ସଂଗଠନ ଖାଲି ଆକ୍ରମଣ ଯୋଜନା ନୁହେଁ ବରଂ ଉପତ୍ୟକାରେ ଏହାର ନେଟ୍‌ଓ୍ୱର୍କିଂ ବଢାଇବାକୁ ଆର୍ଥିକ ସହାୟତା ଯୋଗାଡ଼ ଓ ମାନବ ସମ୍ବଳ ସଂଗ୍ରହ କରୁଥିବା ସୂଚନା ହସ୍ତଗତ ହୋଇଛି।

ଏହି କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଉରି ଏବଂ ତଙ୍ଗଧାରରୁ ଏଲଓସି ମାଧ୍ୟମରେ ପିସ୍ତଲ ଏବଂ ଗ୍ରେନେଡ ଚୋରା ଚାଲାଣ କରାଯାଉଛି ବୋଲି ମଧ୍ୟ ଅଲର୍ଟ ଜାରି କରାଯାଇଛି। ଏକ ନୂତନ ଆତଙ୍କବାଦୀ ସଂଗଠନ ମଧ୍ୟ ଗଠନ କରାଯାଇଛି, ଯାହା ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ବିଭ୍ରାନ୍ତ କରିବା ପାଇଁ ହତ୍ୟା ଏବଂ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos