ବିରୋଧୀଙ୍କୁ ଝଟକା: ଦ୍ରୌପଦୀ ମୁର୍ମୁ ସମର୍ଥନ ଘୋଷଣା କଲେ ଉଦ୍ଧବ ଠାକରେ

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନ ପାଇଁ ମେଳି କରିଥିବା ବିରୋଧୀ ଦଳଗୁଡ଼ିକୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ଓ ଏନସିପି ସହ ମିଶି ମହାରାଷ୍ଟ୍ରରେ କିଛି ଦିନ ତଳେ ସରକାର ଚଳାଇଥିବା ଶିବସେନା ଏବେ ନିଜ ଆଭିମୁଖ୍ୟ ବଦଳାଇଛି। ସରକାର ଭାଙ୍ଗିବା ସହ ଦଳୀୟ ନେତାଙ୍କ ବିଦ୍ରୋହ ଯୋଗୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ବେଳେ ଶିବସେନା ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୋପଦୀ […]

President

Hemant Lenka
  • Published: Tuesday, 12 July 2022
  • , Updated: 12 July 2022, 06:57 PM IST

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନ ପାଇଁ ମେଳି କରିଥିବା ବିରୋଧୀ ଦଳଗୁଡ଼ିକୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ଓ ଏନସିପି ସହ ମିଶି ମହାରାଷ୍ଟ୍ରରେ କିଛି ଦିନ ତଳେ ସରକାର ଚଳାଇଥିବା ଶିବସେନା ଏବେ ନିଜ ଆଭିମୁଖ୍ୟ ବଦଳାଇଛି। ସରକାର ଭାଙ୍ଗିବା ସହ ଦଳୀୟ ନେତାଙ୍କ ବିଦ୍ରୋହ ଯୋଗୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ବେଳେ ଶିବସେନା ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଶ୍ରୀ ଠାକରେ କହିଛନ୍ତି। ଗତକାଲି ସେ ଦଳୀୟ ସାଂସଦମାନଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଅଧିକାଂଶ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଚାର କରିବା ପରେ ଆଜି ଉଦ୍ଧବ ଠାକରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।

ସେ କହିଛନ୍ତି, “ଆମ ଦଳର ଆଦିବାସୀ ନେତାମାନେ ମୋତେ କହିଥିଲେ ଯେ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛନ୍ତି। ତେଣୁ ଶିବସେନା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ବୈଠକ ବେଳେ କୌଣସି ସାଂସଦ ମୋ ଉପରେ ଚାପ ପକାଇ ନଥିଲେ।

ପ୍ରକୃତରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ରାଜନୀତିକ ପରିସ୍ଥିତିକୁ ଦେଖିଲେ ମୁଁ ତାଙ୍କୁ ସମର୍ଥନ କରିବା କଥା ନୁହେଁ। କିନ୍ତୁ ଆମର ଆଦୌ ସଂକୀର୍ଣ୍ଣ ମାନସିକତା ନାହିଁ।” ମହାରାଷ୍ଟ୍ରରେ ୧୦% ଆଦିବାସୀ ଲୋକ ରହିଛନ୍ତି। ମୁର୍ମୁଙ୍କୁ ସମର୍ଥନ କରି ଶିବସେନା ନିଜର ଭୋଟ ବ୍ୟାଙ୍କକୁ ମଧ୍ୟ ଅଧିକ ସୁଦୃଢ଼ କରିବା ମୁଡରେ ରହିଛି।

ଶିବସେନା ସମର୍ଥନ କରି ନଥିଲେ ମଧ୍ୟ ଶ୍ରୀମତୀ ମୁର୍ମୁ ବେଶ ଆରମରେ ରାଷ୍ଟ୍ରପତି ଭାବେ ନିର୍ବାଚନ ହୋଇଥାଆନ୍ତେ। ଏବେ ଶିବସେନାର ସମର୍ଥନ ପରେ ମୁର୍ମୁଙ୍କ ସପକ୍ଷରେ ୬୦.୬୪% ଭୋଟ ହୋଇ ଯାଇଛି। ବିଜେପି ପାଖରେ ୪୨.୩୦% ଭୋଟ ଥିବା ବେଳେ ଶ୍ରୀମତୀ ମୁର୍ମୁଙ୍କୁ ବିଏସ୍‌ପି, ଜେଡିୟୁ, ଶିବସେନାର ସିନ୍ଧେ ଗ୍ରୁପ, ଶିବସେନାର ଉଦ୍ଧବ ଗ୍ରୁପ, ସ୍ୱାଧୀନ ପ୍ରାର୍ଥୀ, ଏଆଇଏଡିଏମକେ, ୱାଇଏସ୍‌ଆର କଂଗ୍ରେସ ଓ ବିଜେଡିର ସମର୍ଥନ ଘୋଷଣା କରିଛନ୍ତି। ଏହି ସବୁ ଦଳର ଭୋଟ ଭାଗକୁ ମିଶାଇଲେ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ୬୦.୬୪% ଭୋଟ ରହିଛି।

ଗତକାଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ, ଆମେ ମୁର୍ମୁଙ୍କୁ ସମର୍ଥନ କରିବାର ଅର୍ଥ ନୁହେଁ, ବିଜେପିକୁ ସମର୍ଥନ କରିବା।

Related story