ବିଦ୍ରୋହୀ ମନ୍ତ୍ରୀମାନଙ୍କ ପାଖରୁ ବିଭାଗ କାଢ଼ି ଆଣିଲେ ଉଦ୍ଧବ ଠାକରେ

ମୁମ୍ବାଇ: ପ୍ରାୟ ସପ୍ତାହ ଧରି ଛକା ପଞ୍ଝା ପରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ପ୍ରାୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ଆଜି ସେ ସବୁ ବିଭାଗ କାଢ଼ି ଆଣିଛନ୍ତି। ବିଦ୍ରୋହୀ ମନ୍ତ୍ରୀମାନଙ୍କ ପାଖରେ ଥିବା ବିଭାଗଗୁଡ଼ିକୁ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ସିନ୍ଦେ ନିଜେ ମଧ୍ୟ ଉଦ୍ଧବ ସରକାରରେ ମନ୍ତ୍ରୀ ଥିଲେ। ତେଣୁ ସିନ୍ଦେଙ୍କୁ ମିଶାଇ ମୋଟ ୯ ଜଣ […]

Uddhav

Hemant Lenka
  • Published: Monday, 27 June 2022
  • , Updated: 27 June 2022, 02:38 PM IST

ମୁମ୍ବାଇ: ପ୍ରାୟ ସପ୍ତାହ ଧରି ଛକା ପଞ୍ଝା ପରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ପ୍ରାୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ଆଜି ସେ ସବୁ ବିଭାଗ କାଢ଼ି ଆଣିଛନ୍ତି। ବିଦ୍ରୋହୀ ମନ୍ତ୍ରୀମାନଙ୍କ ପାଖରେ ଥିବା ବିଭାଗଗୁଡ଼ିକୁ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ସିନ୍ଦେ ନିଜେ ମଧ୍ୟ ଉଦ୍ଧବ ସରକାରରେ ମନ୍ତ୍ରୀ ଥିଲେ। ତେଣୁ ସିନ୍ଦେଙ୍କୁ ମିଶାଇ ମୋଟ ୯ ଜଣ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ଦାୟିତ୍ୱରୁ ମୁକ୍ତ କରାଯାଇଛି।

ଏହି ମନ୍ତ୍ରୀମାନେ ନିଜ ଦାୟିତ୍ୱ ଠିକ ଭାବେ ନିର୍ଭାହ କରୁ ନଥିଲେ। ଏଥିସହ ସେମାନେ ବିଭାଗ କଥା ବୁଝିବା ବଦଳରେ ଗୌହାଟୀରେ କ୍ୟାମ୍ପ କରିଛନ୍ତି। ତେଣୁ କାର୍ଯ୍ୟରେ ଅବହେଲା ପାଇଁ ସେମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ଠାକରେ ସବୁ ବିଭାଗର ଦାୟିତ୍ୱ କାଢ଼ି ଆଣିଛନ୍ତି। ଏକନାଥ ସିନ୍ଦେଙ୍କ ପାଖରେ ଥିବା ନଗର ଉନ୍ନୟ, ପୂର୍ତ୍ତ ବିଭାଗକୁ ଏବେ ସୁଭାଷ ଦେଶାଇଙ୍କୁ ହସ୍ତାନ୍ତର କରାଯାଇଛି। ଗୁଲାବରାଓଙ୍କ ଜଳ ଯୋଗାଣ ବିଭାଗ ଦାୟିତ୍ୱ ଅନୀଲ ପରବଙ୍କୁ ମିଳିଛି।

ସେହିପରି ଦାଦାଜୀ ଦାଗଡୁ ଭୁଶେଙ୍କ ପାଖରେ ଥିବା କୃଷି ଓ ପୂର୍ବତନ କର୍ମଚାରୀଙ୍କ କଲ୍ୟାଣ ବିଭାଗ ଶଙ୍କର ଯଶବନ୍ତରାଓ ଗଡଖଙ୍କୁ ମିଳିଛି। ଏହି ବିଭାଗ ବ୍ୟତୀତ ଶଙ୍କରଙ୍କୁ ସନ୍ଦୀପ ଅସରମଙ୍କ କର୍ମଚାରୀ ଗ୍ୟାରେଣ୍ଟି ବିଭାଗର ଦାୟିତ୍ୱ ଦିଆଯାଇଛି। ଉଦୟ ସାମନ୍ତଙ୍କ ପାଖରେ ଥିବା ବିଭାଗ ଗୁଡ଼ିକର ଦାୟିତ୍ୱ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟଙ୍କୁ ଦିଆଯାଇଛି।

ଏହାପୂର୍ବରୁ ସିନ୍ଦେଙ୍କ କ୍ୟାମ୍ପରେ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ ମହାରାଷ୍ଟ୍ରର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ। ଏଥିଯୋଗୁ ରାଜ୍ୟରେ ଥିବା ଉଦ୍ଧବ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିବା ସିନ୍ଦେ ସେନା ଦାବି କରିଛନ୍ତି। ଏହାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଉଦ୍ଧବ ଠାକରେ ଏପରି ପଦକ୍ଷେପ ନେଇଛନ୍ତି। ସିନ୍ଦେଙ୍କ କ୍ୟାମ୍ପରେ ଶିବସେନାର ମନ୍ତ୍ରୀ ହୋଇଥିବା ୮ ଜଣ ବିଧାୟକ ରହିଥିବା ବେଳେ ଉଦ୍ଧବ ଠାକରେଙ୍କ ସହ ମାତ୍ର ୩ ଜଣ ମନ୍ତ୍ରୀ ରହିଛନ୍ତି।

Related story