ଧୋକା ଖାଇଗଲେ ଲାଇଫ୍‌ ପାର୍ଟନର, ଚତୁର୍ଥୀ ରାତିରେ ସତ ଜାଣି ସ୍ତ୍ରୀ ଚକିତ

ଥାଣେ: ଧୋକା ଖାଇଗଲେ ଜୀବନ ସାଥୀ। ପାର୍ଟନରଙ୍କୁ ମିଛ କହି ବାହା ହୋଇଗଲେ ଯୁବକ। ପରେ ସତ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ସ୍ତ୍ରୀ। ସ୍ୱାମୀଙ୍କ ଠକେଇ ଜଣାପଡ଼ିବା ପରେ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ। ଏବେ ସମ୍ପୃକ୍ତ ସ୍ୱାମୀଙ୍କ ଆଗୁଆ ଜାମିନ୍‌ ଖାରଜ କରିଦେଇଛନ୍ତି କୋର୍ଟ। ମହାରାଷ୍ଟ୍ରର ଥାଣେରୁ ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି। ସ୍ୱାମୀ ଜଣକ ସମଲିଙ୍ଗୀ ହୋଇଥିଲେ ମଧ୍ୟ ପାର୍ଟନରଙ୍କୁ ଲୁଚାଇଥିଲେ। ଉଭୟେ ଏକ ଅନଲାଇନ ପୋର୍ଟାଲ ମେଟ୍ରିମୋନିଆଲ ସାଇଟ୍‌ରେ ଯୋଡ଼ି ହୋଇ […]

marriage

Tapas Behera
  • Published: Friday, 08 April 2022
  • , Updated: 08 April 2022, 06:12 PM IST

ଥାଣେ: ଧୋକା ଖାଇଗଲେ ଜୀବନ ସାଥୀ। ପାର୍ଟନରଙ୍କୁ ମିଛ କହି ବାହା ହୋଇଗଲେ ଯୁବକ। ପରେ ସତ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ସ୍ତ୍ରୀ। ସ୍ୱାମୀଙ୍କ ଠକେଇ ଜଣାପଡ଼ିବା ପରେ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ। ଏବେ ସମ୍ପୃକ୍ତ ସ୍ୱାମୀଙ୍କ ଆଗୁଆ ଜାମିନ୍‌ ଖାରଜ କରିଦେଇଛନ୍ତି କୋର୍ଟ। ମହାରାଷ୍ଟ୍ରର ଥାଣେରୁ ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି। ସ୍ୱାମୀ ଜଣକ ସମଲିଙ୍ଗୀ ହୋଇଥିଲେ ମଧ୍ୟ ପାର୍ଟନରଙ୍କୁ ଲୁଚାଇଥିଲେ। ଉଭୟେ ଏକ ଅନଲାଇନ ପୋର୍ଟାଲ ମେଟ୍ରିମୋନିଆଲ ସାଇଟ୍‌ରେ ଯୋଡ଼ି ହୋଇ ସମ୍ପର୍କ ସ୍ଥାପନ ହୋଇଥିଲା ।

ପରେ ସେମାନେ ବିବାହ କରିଥିଲେ। ଉଭୟଙ୍କ ପରିବାର ରାଜି ହେବା ପରେ ଦୁହେଁ  ହାତରୁ ଦିହାତ ହୋଥିଲେ। ୨୦୨୧ ନଭେମ୍ବର ୨୦ରେ ଭୟଙ୍କ ମଧ୍ୟରେ ବେଦୀରେ ହାତ ଗଣ୍ଠି ପଡ଼ିଥିଲା। ତେବେ ବିବାହର ୩ ମାସ ପରେ ଉଭୟେ ଅଲଗା ହୋଇ ରହୁଥିଲ। ଆବେଦନକାରୀ ପୀଡ଼ିତଙ୍କ ଓକିଲ ଭିଏ କୁଲକର୍ଣ୍ଣୀ  କହିଛନ୍ତି ଯେ, ସ୍ୱାମୀଙ୍କ ବିରୋଧରେ ଅଭିଯୋଗର ସମ୍ପୂର୍ଣ୍ଣ ନିର୍ଦ୍ଦିଷ୍ଟ ପ୍ରକାର। ବିବାହ ପୂର୍ବରୁ ତାଙ୍କ ସ୍ୱାମୀ ଜଣେ ସମଲିଙ୍ଗୀ ଥିଲେ। ତେବେ ସେ ତାଙ୍କ ସ୍ତ୍ରୀଙ୍କୁ ଠକିଥିବା  ଓକିଲ କହିଛନ୍ତି ।ସେ ତାଙ୍କ ଜୀବନ ନଷ୍ଠ କରିଦିଦେଇଛି।

ବିପରୀତ ସେକ୍ସ ପ୍ରତି ତାଙ୍କ ସ୍ୱାମୀ ଆଗ୍ରହୀ ନୁହନ୍ତି । ଅଭିଯୁକ୍ତ ପୁରୁଷଙ୍କ ମୋବାଇଲକୁ ପୁଲିସ ଜବତ କରିଛି। ସେଥିରେ ଅନ୍ୟ ସମଲିଙ୍ଗୀଙ୍କ ସହ ତାଙ୍କ ଚାର୍ଟିଂ ରେକର୍ଡ଼ ଥିବା ପୁଲିସ କହିଛି।  ଏଥରୁ ସେ ଜଣେ ସମଲିଙ୍ଗୀ ବୋଲି ସଙ୍କେତ ମିଳୁଥିବା ପୁଲିସ କହିଛି। ସେହିପରି ଅଭିଯୁକ୍ତ ଜଣକ ମଧ୍ୟ ଯୌନ ରୋଗରେ ପୀଡ଼ିତ। ବିବାହ ପୂର୍ବରୁ ଜଣେ  ଉଚ୍ଚପସ୍ତ ଅଧିକାରୀ ଭାବେ ଚାକିରି କରିଥିବା ତାଙ୍କ ସ୍ୱାମୀ କହିଥିଲେ।  ତାଙ୍କ ନିଯୁକ୍ତିପତ୍ର ନକଲି ବୋଲି ତଦନ୍ତରୁ ଜଣାପଡ଼ିଛି। ଯଦି ଅଭିଯୁକ୍ତଙ୍କୁ  ଆଗୁଆ ଜାମିନ ମିଲେ ତେବେ ସେ ତଦନ୍ତରେ ସହଯୋଗ କରି ନପାରନ୍ତି ବୋଲି ପୁଲିସ କୋର୍ଟରେ କହିଛି। ସାକ୍ଷୀମାନଙ୍କୁ ମଧ୍ୟ ଧମକାଇବାର ଆଶଙ୍କା  ରହିଛି। ତେଣୁ  ତାଙ୍କୁ ପଚରାଉଚରା ପାଇଁ ହେପାଜତକୁ ନିଆଯିବା ଜରୁରୀ ବୋଲି ତଦନ୍ତକାରୀ ଅଧିକାରୀ ଯୁକ୍ତି ରଖିଥିଲେ।

ତେବେ ଅଭିଯୁକ୍ତ ଯୁବକ ଜଣକ ଶ୍ୱଶୁର ଘର ସମ୍ପତ୍ତି ପ୍ରତି ଲୋଭୀ ଥିଲେ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଲକ୍ଷାଧିକ ଟଙ୍କା ହରାଇଛନ୍ତି। କେବଳ ବାହାଘରରେ ୧୮ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିବାହ ପରେ ହନିମୋନ୍‌ ହୋଇଛି କି ନାହିଁ କୋର୍ଟ ଜାଣିବାକୁ ଚାହିଁଥିଲେ। ତେବେ ଯୌନ ରୋଗ ଦର୍ଶାଇ ପାର୍ଟନରଙ୍କ ସହ ମିଳାମିଶାରୁ  ସ୍ୱାମୀ ଦୂରେଇ  ରହିଥିବା ସ୍ତ୍ରୀ  ଅଭିଯୋଗ ଆଣିଛନ୍ତି। ତେବେ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ଅନୁଯାୟୀ ସ୍ୱାମୀ ସ୍ତ୍ରୀଙ୍କୁ  ଠକିଥିବା ପ୍ରାଥମିକ ତଦନ୍ତରୁ କୋର୍ଟ ଅନୁଭବ କରିଛନ୍ତି।

Related story