ତୁରନ୍ତ ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କଲେ କଂଗ୍ରେସ ସାଂସଦ ଥରୁର

ଥରୁଭନନ୍ତପୁରମ: କଂଗ୍ରେସରେ ଏବେ ଦଳୀୟ କନ୍ଦଳ ଓ ନେତୃତ୍ୱ ପରିବର୍ତ୍ତନ ଦାବି ତେଜିବାରେ ଲାଗିଛି। ଗୋଟିଏ ପଟେ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ରୂପ ଧାରଣ କରିଥିବା ବେଳେ ଅନ୍ୟପଟେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଦାବି ଉଠିଛି। କେରଳର ଥିରୁଭନନ୍ତପୁରମରୁ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ତୁରନ୍ତ ଦଳର ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ଦେଇଛନ୍ତି। ସେ ଏର୍ଣ୍ଣାକୁଲମରେ ଗଣମାଧ୍ୟମକୁ କହିଛନ୍ତି, “କେହି ବି ଗୋଟିଏ ହେଲେ […]

sashi

Hemant Lenka
  • Published: Saturday, 18 September 2021
  • , Updated: 18 September 2021, 03:45 PM IST

ଥରୁଭନନ୍ତପୁରମ: କଂଗ୍ରେସରେ ଏବେ ଦଳୀୟ କନ୍ଦଳ ଓ ନେତୃତ୍ୱ ପରିବର୍ତ୍ତନ ଦାବି ତେଜିବାରେ ଲାଗିଛି। ଗୋଟିଏ ପଟେ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ରୂପ ଧାରଣ କରିଥିବା ବେଳେ ଅନ୍ୟପଟେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଦାବି ଉଠିଛି। କେରଳର ଥିରୁଭନନ୍ତପୁରମରୁ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ତୁରନ୍ତ ଦଳର ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ଦେଇଛନ୍ତି।

ସେ ଏର୍ଣ୍ଣାକୁଲମରେ ଗଣମାଧ୍ୟମକୁ କହିଛନ୍ତି, “କେହି ବି ଗୋଟିଏ ହେଲେ ଶବ୍ଦ ସୋନିଆ ଗାନ୍ଧିଙ୍କ ବିରୋଧରେ କହୁନାହାନ୍ତି। କିନ୍ତୁ ସେ ନିଜ ଆଡ଼କୁ ମୁଖିଆ ପଦରୁ ଓହରି ଯିବାକୁ କହୁଛନ୍ତି। ତେଣୁ ଜଣେ ନୂଆ ନେତା ତୁରନ୍ତ ତାଙ୍କ ସ୍ଥାନ ନେବା ଉଚିତ। ଯଦି ରାହୁଲ ଗାନ୍ଧି ଏହି ସ୍ଥାନ ନେବାକୁ ଚାହୁଁଛନ୍ତି, ତା’ହେଲେ ତୁରନ୍ତ ଏହି ପ୍ରକ୍ରିୟା ଶେଷ ହେବା ଦରକାର।

ଯଦି କଂଗ୍ରେସ ପୁଣି ଫେରିବାକୁ ଚାହୁଁଛି, ତା’ହେଲେ ଏସବୁ ବିଷୟ ତୁରନ୍ତ ସମାଧାନ ହେବା ଜରୁରୀ। ଆଗକୁ ନିର୍ବାଚନ ଅଛି। ଏହାକୁ ସମ୍ମୁଖୀନ ହେବାକୁ ହେଲେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର।”

ସୂଚନାଯୋଗ୍ୟ, କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଦାବି ନୂଆ ନୁହେଁ। ୨୦୧୯ ଲୋକସଭା ନିର୍ବାଚନ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। କିନ୍ତୁ ସ୍ଥାୟୀ ଅଧ୍ୟକ୍ଷ ପାଇଁ ଦଳର ୨୩ ଜଣ ବରିଷ୍ଠ ନେତା ଚିଠି ଲେଖିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଜି-୨୩ ନେତାଙ୍କ ମଧ୍ୟରେ ଥରୁର ମଧ୍ୟ ରହିଥିଲେ। ଏବେ ସେ ଖୋଲାଖୋଲି ଭାବେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।

Related story