ମନ୍ଦିର ଚୋରି କରିବାକୁ ଆସିଥିଲେ, ଧରାଇଦେଲେ ଠାକୁର !

ହାଇଦ୍ରାବାଦ: କୁହାଯାଏ କର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ। ତେବେ ଜଣେ ବ୍ୟକ୍ତିକୁ  ହଠାତ୍‌ ଆଖି ଦୃଶିଆ କର୍ମଫଳ ମିଳିବା ସମସ୍ତଙ୍କୁ ଚକିତ କରିଛି। ମନ୍ଦିରକୁ ଚୋରି କରିବାକୁ ଆସିଥିବା ଜଣେ ଚୋରକୁ ଠାକୁର ଧରାଇଦେଇଛନ୍ତି। ଫଳରେ ଚୋର ଜଣକ ଧରାପଡ଼ିଯାଇଛନ୍ତି। ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ଏଭଳି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । A burglar trapped in the act at Jhadupudi Jami Yellamma #Temple in Kanchili mandal of […]

theief

Tapas Behera
  • Published: Wednesday, 06 April 2022
  • , Updated: 06 April 2022, 04:04 PM IST

ହାଇଦ୍ରାବାଦ: କୁହାଯାଏ କର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ। ତେବେ ଜଣେ ବ୍ୟକ୍ତିକୁ  ହଠାତ୍‌ ଆଖି ଦୃଶିଆ କର୍ମଫଳ ମିଳିବା ସମସ୍ତଙ୍କୁ ଚକିତ କରିଛି। ମନ୍ଦିରକୁ ଚୋରି କରିବାକୁ ଆସିଥିବା ଜଣେ ଚୋରକୁ ଠାକୁର ଧରାଇଦେଇଛନ୍ତି। ଫଳରେ ଚୋର ଜଣକ ଧରାପଡ଼ିଯାଇଛନ୍ତି। ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ଏଭଳି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି ।

https://twitter.com/jsuryareddy/status/1511352843575377922?s=20&t=E-sNwjQYkWeYXP09Vd2dNg

ଜଣେ ଚୋର ମନ୍ଦିରର ସୁନାଗହଣା ଚୋରି କରିବାକୁ ଆସି ମନ୍ଦିର ହୋଲ କରିଥିବା ବେଳେ ସେହି ଗାତରେ ସେ ଫସିଯାଇଥିଲେ। ଫଳରେ ସେ ଆଉ ବାହାରି ନପାରିବାରୁ ତାକୁ ଗାଁ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି। ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ପାପା ରାଓ(୩୦)। ସୂଚନା ଅନୁଯାୟୀ ଶ୍ରୀକାକୁଲମ ଜିଲ୍ଲାର ଉପକୂଳବର୍ତ୍ତୀ ୟଲେମାମା ମନ୍ଦିରରେ ପାପା ଚୋରି କରିବାକୁ ଆସିଥିଲେ।

ମନ୍ଦିର ଝରକାର ଡ୍ରିଲ କରି ଭିତରକୁ ପଶିଥିଲେ। ତେବେ ଠାକୁରଙ୍କ ସୁନା ଗହଣା ଧରି ଉକ୍ତ ହୋଲ ଦେଇ ବାହାରକୁ ବାହାରୁଥିବା ବେଳେ ଫସିଯାଇଥିଲେ। ଏହି ସମୟରେ ତାଙ୍କୁ ବଞ୍ଚେଇବା ପାଇଁ ଡାକ ପକାଇଥିଲେ। ସ୍ଥାନୀୟ ଗାଁ ଲୋକେ ଆସି ତାଙ୍କୁ  ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ।

Related story