ନିଟ୍‌ ପରୀକ୍ଷା ଦେଇଥିବା ପୁଣି ଜଣେ ଛାତ୍ରୀ ଜୀବନ ହାରିଲେ, ସଂଖ୍ୟା ୩ରେ ପହଞ୍ଚିଲା

ଚେନ୍ନାଇ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ସହ ଜଡ଼ିତ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ତାମିଲନାଡୁରେ ନିଟ୍‌ ପରୀକ୍ଷା ଦେଇଥିବା ଆଉ ଜଣେ ୧୭ ବର୍ଷୀୟ ଛାତ୍ରୀ ଆଜି ଜୀବନ ହାରିଛନ୍ତି। ୪ ଦିନ ମଧ୍ୟରେ ନିଟ୍‌ ପରୀକ୍ଷା ସହ ଜଡ଼ିତ ଏହା ତୃତୀୟ ଘଟଣା। ଆଜି ଜୀବନ ହାରିଥିବା ଛାତ୍ରୀଙ୍କ ଘର ତାମିଲନାଡୁର ଭେଲ୍ଲୋରରେ। ତାଙ୍କ ବାପା ଜଣେ ଦିନ ମଜୁରିଆ। ସେ ମେଡିକାଲ ପାଠ୍ୟକ୍ରମ ନାଁ ଲେଖାଇବାକୁ ଚାହୁଁଥିବାରୁ ନିଟ୍‌ ପରୀକ୍ଷା ଦେଇଥିଲେ। ତେବେ […]

neet

Hemant Lenka
  • Published: Wednesday, 15 September 2021
  • , Updated: 15 September 2021, 05:34 PM IST

ଚେନ୍ନାଇ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ସହ ଜଡ଼ିତ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ତାମିଲନାଡୁରେ ନିଟ୍‌ ପରୀକ୍ଷା ଦେଇଥିବା ଆଉ ଜଣେ ୧୭ ବର୍ଷୀୟ ଛାତ୍ରୀ ଆଜି ଜୀବନ ହାରିଛନ୍ତି। ୪ ଦିନ ମଧ୍ୟରେ ନିଟ୍‌ ପରୀକ୍ଷା ସହ ଜଡ଼ିତ ଏହା ତୃତୀୟ ଘଟଣା।
ଆଜି ଜୀବନ ହାରିଥିବା ଛାତ୍ରୀଙ୍କ ଘର ତାମିଲନାଡୁର ଭେଲ୍ଲୋରରେ। ତାଙ୍କ ବାପା ଜଣେ ଦିନ ମଜୁରିଆ। ସେ ମେଡିକାଲ ପାଠ୍ୟକ୍ରମ ନାଁ ଲେଖାଇବାକୁ ଚାହୁଁଥିବାରୁ ନିଟ୍‌ ପରୀକ୍ଷା ଦେଇଥିଲେ।

ତେବେ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇପାରିବେ କି ନାହିଁ, ତା’କୁ ସେ ଚିନ୍ତାରେ ରହିଥିଲେ। ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଦ୍ୱାଦଶ ଶ୍ରେଣୀରେ ଏହି ଛାତ୍ରୀ ଜଣ ୮୪.୯% ମାର୍କ ରଖିଥିଲେ।

ସୋମବାର ବିଳମ୍ବିତ ରାତିରେ କାନିମୋଝି ନାମକ ଜଣେ ୧୭ ବର୍ଷୀୟ ଛାତ୍ରୀ ଓ ରବିବାର ଜଣେ ୧୯ ବର୍ଷୀୟ ଛାତ୍ର ନିଟ୍ ପରୀକ୍ଷାର ରେଜଲ୍ଟ ଚିନ୍ତାରେ ଜୀବନ ହାରିଥିଲେ। ୧୯ ବର୍ଷୀୟ ଛାତ୍ର ଜଣଙ୍କ ଦୁଇ ଥର ନିଟ୍‌ ପରୀକ୍ଷା ଦେଇଥିଲେ ହେଁ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇ ନଥିଲେ। ଏଥର ମଧ୍ୟ ସମାନ ଘଟଣା ଘଟିବା ଆଶଙ୍କାରେ ସେ ଜୀବନ ହାରିଥିଲେ।

ଦୀର୍ଘ ଦିନ ହେଲା ତାମିଲନାଡୁରେ ନିଟ୍‌ ବିରୋଧରେ ଆନ୍ଦୋଳନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ତାମିଲନାଡୁ ସରକାର ବିଧାନସଭାରେ ନିଟ୍‌ ବିରୋଧୀ ବିଲ୍‌ ପାସ୍‌ କରିଛନ୍ତି। ବିଲ୍‌ରେ ପିଲାମାନଙ୍କୁ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଆଉ ନିଟ୍‌ର ସମ୍ନା କରିବାକୁ ପଡ଼ିବ ନାହିଁ।

ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ସେମାନଙ୍କୁ ଆଡମିଶନ ଦିଆଯିବ ବୋଲି ଏଥିରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ହିଁ ଏହା ଆଇନରେ ପରିଣତ ହେବ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବାରେ ଲାଗିଛନ୍ତି।

Related story