ଭୟରେ ମୋବାଇଲ ଫୋନ ଗିଳି ଦେଲେ କଏଦୀ, ତା’ ପରେ..

ନୂଆଦିଲ୍ଲୀ: ଜେଲରେ କଏଦୀଙ୍କୁ ମୋବାଇଲ ମନା। ହେଲେ ଅନେକ ସମୟରେ ବିଭିନ୍ନ ଜେଲରେ କଏଦୀମାନେ ବେଧଡ଼କ ଏହାର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଜେଲରେ ରହି ମଧ୍ୟ ଅନେକ କଏଦୀ ନିଜ ଅପରାଧର ସାମ୍ରାଜ୍ୟକୁ ବାହାରେ ଚଳାଉଛନ୍ତି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜେଲ କର୍ତ୍ତୃପକ୍ଷଙ୍କ ଭୟରେ ତିହାର ଜେଲରେ ରହୁଥିବା ଜଣେ କଏଦୀ ମୋବାଇଲକୁ ଗଳି ଦେବା ଭଳି କାଣ୍ଡ ଘଟାଇଛନ୍ତି। ଏହି କଏଦୀ ଜଣଙ୍କ […]

Tihar

Hemant Lenka
  • Published: Friday, 07 January 2022
  • , Updated: 07 January 2022, 04:33 PM IST

ନୂଆଦିଲ୍ଲୀ: ଜେଲରେ କଏଦୀଙ୍କୁ ମୋବାଇଲ ମନା। ହେଲେ ଅନେକ ସମୟରେ ବିଭିନ୍ନ ଜେଲରେ କଏଦୀମାନେ ବେଧଡ଼କ ଏହାର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଜେଲରେ ରହି ମଧ୍ୟ ଅନେକ କଏଦୀ ନିଜ ଅପରାଧର ସାମ୍ରାଜ୍ୟକୁ ବାହାରେ ଚଳାଉଛନ୍ତି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି।

ଜେଲ କର୍ତ୍ତୃପକ୍ଷଙ୍କ ଭୟରେ ତିହାର ଜେଲରେ ରହୁଥିବା ଜଣେ କଏଦୀ ମୋବାଇଲକୁ ଗଳି ଦେବା ଭଳି କାଣ୍ଡ ଘଟାଇଛନ୍ତି। ଏହି କଏଦୀ ଜଣଙ୍କ ଦୀର୍ଘ ଦିନ ହେଲା ଜେଲରେ ବନ୍ଦୀ ହୋଇ ରହିଥିଲେ। ତେବେ ଏହି ସମୟରେ ସେ ମୋବାଇଲର ବ୍ୟବହାର କରୁଥିଲେ। ଜେଲ କର୍ତ୍ତୃପକ୍ଷ ତାଙ୍କର ଚେକିଂ ପାଇଁ ଆସୁଥିବା ଜାଣି ସେ ନିଜ ପାଖରେ ରଖିଥିବା ମୋବାଇଲକୁ ସିଧା ଗିଳି ଦେଇଛନ୍ତି।

ଜାନୁଆରୀ ୫ରେ ଏହି ଘଟଣା ଘଟିଥିଲା।  ୧ନଂ ସେଣ୍ଟ୍ରାଲ ଜେଲରେ ରହୁଥିବା ଜଣେ କଏଦୀ ଏପରି କାଣ୍ଡ ଘଟାଇଛନ୍ତି। ସେ ମୋବାଇଲ ବ୍ୟବହାର କରୁଥିବା ଖବର ମିଳିବା ପରେ ବୁଧବାର ଚେକିଂ ଆରମ୍ଭ ହୋଇଥିଲା। ଜେଲ କର୍ତ୍ତୃପକ୍ଷ ଚେକିଂ ପାଇଁ ପହଞ୍ଚିବା କ୍ଷଣି ସେ ଡରି ଯାଇଥିଲେ।

ଏହାପରେ ସେ କୌଣସି ଉପାୟ ନ ପାଇ ମୋବାଇଲଟିକୁ ସିଧା ଗିଳି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀରେ ଥିବା ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ହେଲେ ମୋବାଇଲ ତାଙ୍କ ପେଟରୁ ବାହାରି ନାହିଁ ବୋଲି ତିହାର ଜେଲର ଡିଜି ସନ୍ଦୀପ ଗୋଏଲ କହିଛନ୍ତି।

ଅନ୍ୟପକ୍ଷରେ ଡାକ୍ତରମାନେ ବିଭିନ୍ନ ମେଡିସିନ ଦ୍ୱାରା ମୋବାଇଲକୁ ତାଙ୍କ ପେଟରୁ ବାହାର କରିବାକୁ ପ୍ରୟାସ କରୁଛନ୍ତି। ଯଦି ଏହା ସମ୍ଭବ ନ ହେବ, ତା’ହେଲେ ଅପରେସନ ଦ୍ୱାରା ଏହାକୁ କଢ଼ା ଯିବ ବୋଲି ଜଣାପଡ଼ିଛି।

Related story