ଯବାନଙ୍କ ବିରୋଧରେ ଟିଏମସି ବିଧାୟକଙ୍କ ଜିଭ ଲେଉଟିଲା କେମିତି

କୋଲକାତା: ବିଧାନ ସଭାରେ ଟିଏମସି ବିଧାୟକଙ୍କ ବିବାଦୀୟ ବୟାନ। ସୀମା ସୁରକ୍ଷା ବଳ(ବିଏସଏଫ)ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ ଘଣାରେ ଟିଏମସି ବିଧାୟ ଉଦୟନ ଗୁହା। ସେ କହିଛନ୍ତି ଯେ, ବିଏସଏଫ ଯବାନମାନେ ଯାଞ୍ଚ ନାମରେ ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି। ଯବାନମାନେ ତଲାସି ନାମରେ ମହିଳାମାନଙ୍କୁ ଅଶୋଭନୀୟ ଭାବେ ଛୁଉଁଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣି ଏବେ ଅଡ଼ୁଆରେ ଉଦୟନ ଗୁହା। ତାଙ୍କର ଏଭଳି ବୟାନ ପଶ୍ଚିମବଙ୍ଗ ବିଧାନ ସଭାରେ ଝଡ଼ ସୃଷ୍ଟି କରିଥିବା ବେଳେ […]

bsf

Tapas Behera
  • Published: Tuesday, 16 November 2021
  • , Updated: 16 November 2021, 08:29 PM IST

କୋଲକାତା: ବିଧାନ ସଭାରେ ଟିଏମସି ବିଧାୟକଙ୍କ ବିବାଦୀୟ ବୟାନ। ସୀମା ସୁରକ୍ଷା ବଳ(ବିଏସଏଫ)ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ ଘଣାରେ ଟିଏମସି ବିଧାୟ ଉଦୟନ ଗୁହା। ସେ କହିଛନ୍ତି ଯେ, ବିଏସଏଫ ଯବାନମାନେ ଯାଞ୍ଚ ନାମରେ ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି। ଯବାନମାନେ ତଲାସି ନାମରେ ମହିଳାମାନଙ୍କୁ ଅଶୋଭନୀୟ ଭାବେ ଛୁଉଁଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣି ଏବେ ଅଡ଼ୁଆରେ ଉଦୟନ ଗୁହା। ତାଙ୍କର ଏଭଳି ବୟାନ ପଶ୍ଚିମବଙ୍ଗ ବିଧାନ ସଭାରେ ଝଡ଼ ସୃଷ୍ଟି କରିଥିବା ବେଳେ ବିରୋଧୀ ହଙ୍ଗମା କରିଥିଲେ।

ବିଧାୟ ଉଦୟନ ଗୁହାଙ୍କ ବୟାନକୁ ବିଧାନ ସଭା ରେକର୍ଡ଼ରୁ ବାଦ ଦେବା ପାଇଁ  ବାଚସ୍ପତିଙ୍କ ନିକଟରେ ବିରୋଧୀ ଦାବି କରିଥିଲେ।  ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଧାୟ ଉଦୟନ ଗୁହା। କହିଛନ୍ତି ମୁଁ ସବୁ ବିଏସଏଫ ଯବାନଙ୍କ ଉଦ୍ଦେଶ୍ୟରେ ଏଭଳି କହି ନାହିଁ। କିନ୍ତୁ ଏମିତି କିଛି ଘଟଣା ଘଟୁଥିବା ମୋ ନିକଟରେ ଅଭିଯୋଗ ପହଞ୍ଚୁଛି। ଯେହେତୁ ମୁଁ ସୀମାନ୍ତ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଛି ମୋ ଇଲାକାରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ଆସୁଛି।

ସୂଚନା ଅନୁଯାୟୀ, ବିଏସଏଫର ପରିସୀମା ବୃଦ୍ଧିକୁ ନେଇ କେନ୍ଦ୍ର ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିରୋଧରେ ପଞ୍ଚିମବଙ୍ଗ ବିଧାନସଭାରେ ଆଲୋଚନା ହୋଇଥିଲା। ଏହିପାପେକ୍ଷୀରେ ବିଏସଏଫର ଏହି କ୍ଷେତ୍ରାଧିକାର ବୃଦ୍ଧିକୁ  ବିରୋଧ କରି  ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି।  ଏହି ସଂକଳ୍ପ ପ୍ରସ୍ତାବ ସଂପର୍କରେ ଆଜି ବିଧାନସଭାରେ ଆଲୋଚନା ଚାଲିଥିବାବେଳେ ଉଦୟନ କହିଥିଲେ ଯେ ବିଏସଏଫ ଯବାନମାନେ ସୀମା ଅଞ୍ଚଳରେ ରହୁଥିବା ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି । ଯଦି ଗୋଟିଏ ପିଲା ତା’ ମା’କୁ ଅସଦାଚରଣ କରାଯାଉଥିବା ଦେଖେ ତେବେ ସେ ଭବିଷ୍ୟତରେ କେବେ ବି ରାଷ୍ଟ୍ରଭକ୍ତ ହୋଇପାରିବ ନାହିଁ ।

ଯେତେ ଭାରତ ମାତାକି ଜୟ କହିଲେ ବି ସେ ଦେଶକୁ ଭଲ ପାଇବ ନାହିଁ  ବୋଲି କହିଥିଲେ। ସୂଚନା ଅନୁଯାୟୀ, ନିକଟ ଅତୀତରେ  କେନ୍ଦ୍ର ପକ୍ଷରୁ ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧି କରାଯାଇ ଥିଲା । ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ଏଣିକି ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଯାହାକୁ ନେଇ ପଞ୍ଜାବ ଏବଂ ପଶ୍ଚିମବଙ୍ଗ ପକ୍ଷରୁ ବିରୋଧ କରାଯାଇଛି। ତାଙ୍କର ଏହି ବୟାନକୁ ବିଧାନସଭା ରେକର୍ଡରୁ ବାଦ ଦେବାକୁ ବିରୋଧୀ ଦଳମାନେ ଦାବି କରିଥିଲେ ବି ବାଚସ୍ପତି ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

Related story