'ବିଜେପି କର୍ମକର୍ତ୍ତାଙ୍କ ଘରେ ଥିବା କୁକୁର ଛୁଆକୁ ବି ଛାଡ଼ିଲେନି ଟିଏମସି ଗୁଣ୍ଡା’

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ରାଜ୍ୟର ଅନେକ ସ୍ଥାନରେ ବିଜେପି ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଉଥିବା ଖବର ଆସୁଛି । ଏପରିକି କିଛି ସ୍ଥାନରେ ବିଜେପି କାର୍ଯ୍ୟାଳୟକୁ ମଧ୍ୟ ଜାଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ବେଙ୍ଗଲରେ ଜାରି ହିଂସାକୁ ନେଇ ବିଜେପି କ୍ଷମତାରେ ଥିବା ଟିଏମସି ଉପରେ ବର୍ଷିଛି । ବିଜେପିର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ବେଙ୍ଗଲରେ ଆଜି ଆମେ […]

sambit-patra

Ranjit Kumar Jena
  • Published: Tuesday, 04 May 2021
  • , Updated: 04 May 2021, 08:55 PM IST

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ରାଜ୍ୟର ଅନେକ ସ୍ଥାନରେ ବିଜେପି ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଉଥିବା ଖବର ଆସୁଛି । ଏପରିକି କିଛି ସ୍ଥାନରେ ବିଜେପି କାର୍ଯ୍ୟାଳୟକୁ ମଧ୍ୟ ଜାଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ବେଙ୍ଗଲରେ ଜାରି ହିଂସାକୁ ନେଇ ବିଜେପି କ୍ଷମତାରେ ଥିବା ଟିଏମସି ଉପରେ ବର୍ଷିଛି ।

ବିଜେପିର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ବେଙ୍ଗଲରେ ଆଜି ଆମେ ଯେଉଁ ଦୃଶ୍ୟ ଦେଖୁଛୁ, ତାକୁ ବିଶ୍ୱାସ କରିହେଉ ନାହିଁ । କୌଣସି ନିର୍ବାଚନ ପରେ ଭାରତ ବର୍ଷରେ ଏଭଳି ଘଟଣା କେବେ ଦେଖିବାକୁ ମିଳିନାହିଁ । ଆଜି ବେଙ୍ଗଲ ଜଳୁଛି । ହୃଦୟ ଥରାଇଲା ଭଳି ଦୃଶ୍ୟ ସୋଶାଲ ମିଡିଆ ଓ ଟିଭି ମାଧ୍ୟମରେ ଆମେ ଦେଖୁଛୁ । ଏସବୁ ଭୟଙ୍କର ଦୃଶ୍ୟ ଦେଖି ଦେହ ଥରି ଉଠୁଛି । ଲୋକେ ଘରେ ନିଆଁ ଲଗାଉନ୍ତି, ଘର ଭାଙ୍ଗି ଦେଉଛନ୍ତି, କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରାଯାଉଛି । ସେଠାକାର ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି ।

ସମ୍ବିତ୍ କହିଛନ୍ତି, ବେଙ୍ଗଲରେ ଯାହା କିଛି ଘଟୁଛି, ତାହା ହେଉଛି ରାଜ୍ୟ ପ୍ରାୟୋଜିତ ହିଂସା, ପ୍ରଶାସନ ଦ୍ୱାରା ପ୍ରାୟୋଜିତ ହିଂସା, ଅରାଜକତା । ଯେଉଁମାନେ ଅଲଗା ବିଚାରଧାରାକୁ ଭୋଟ୍ ଦେଇଛନ୍ତି, ସେମାନଙ୍କର ଦୋଷ କ’ଣ । ବେଙ୍ଗଲରେ ଆମକୁ ୨.୨୮ କୋଟି ବଙ୍ଗାଳି ଆମକୁ ଭୋଟ୍ ଦେଇଛନ୍ତି । ସେମାନଙ୍କୁ କ’ଣ ନିଜର ନୈତିକତା ଓ ବିବେକର ଆଧାରରେ କୌଣସି ରାଜନୀତିକ ପାର୍ଟି କିମ୍ବା ବିଚାରଧାରାର ସମର୍ଥନ କରିବାର ଅଧିକାର ନାହିଁ । ସେମାନଙ୍କୁ କିଏ ବଞ୍ଚାଇବ, ସେଠାକାର ପ୍ରଶାସନ ଏତେ ନିର୍ଦ୍ଦୟ କ’ଣ ପାଇଁ? କ’ଣ ଏହି ୨.୨୮ କୋଟି ବଙ୍ଗାଳିଙ୍କର କୌଣସି ଲୋକତାନ୍ତ୍ରିକ ଅଧିକାର ନାହିଁ ।

ସମ୍ବିତ କହିଛନ୍ତି, ମୃତ୍ୟୁ ପୂର୍ବରୁ ଅଜିତ୍ ସରକାର କହିଥିଲେ ଯେ ତାଙ୍କ ଘରେ କ’ଣ ଘଟିଛି । ତାଙ୍କ ଘରକୁ ଟିଏମସିର ଗୁଣ୍ଡା ଜୋର ଜବରଦସ୍ତି ପଶି ଆସିଥିଲେ । ଟିଏମସିର ଗୁଣ୍ଡାମାନେ ଅଜିତଙ୍କ ଘରେ ଥିବା ପୋଷା କୁକୁରର ଛୋଟ ଛୋଟ ନବଜାତ ଛୁଆକୁ ମଧ୍ୟ ହାଣି ଦେଇଥିଲେ। ଏହାପରେ ସେମାନେ ଅଜିତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଘର ବାହାରେ ରାସ୍ତାରେ ବାନ୍ଧି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।

ସମ୍ବିତ ଆହୁରି କହିଛନ୍ତି, ଆମେ ସମସ୍ତେ ବିଜେପି କର୍ମୀ। ଯେଉଁମାନେ ଆମକୁ ଭୋଟ୍ ଦେଇଛନ୍ତି ଏବଂ ଯେଉଁମାନେ ଭୋଟ ଦେଇନାହାନ୍ତି, ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ ଆପଣମାନେ ନିଶ୍ଚିନ୍ତରେ ରୁହନ୍ତୁ । ଆମେ କେନ୍ଦ୍ର ସରକାରରେ ଅଛୁ ଏବଂ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଦଳ । ଆପଣଙ୍କ ଉପରେ ଟିକିଏ ବି ଆଞ୍ଚ ଆସିବନି । ଆମେ ଆପଣଙ୍କ ସହ ଅଛୁ । ଖୋଦ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବେଙ୍ଗଲ ଯାଉଛନ୍ତି ଏବଂ ସେଠାକାର ସ୍ଥିତି ଦେଖିବେ ।

Related story