ସବୁ କରୋନ ମୃତ୍ୟୁ ପାଇଁ ଜଣଙ୍କୁ ଦାୟୀ କରିବା ଠିକ୍‌ ନୁହେଁ, ରାଜ୍ୟସଭାରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବେଳେ ଦେଶରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଓ ମୃତ୍ୟୁକୁ ନେଇ ଆଜି ରାଜ୍ୟସଭାରେ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ସରକାର ସବୁ ପ୍ରକାରର ଅଭିଯୋଗକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ସରକାର ନିଜ ଦେଶ ସହ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ସହଯୋଗ କରିଥିଲେ ବୋଲି କହିଛନ୍ତି। ଏଥିସହ ସବୁ କରୋନା ମୃତ୍ୟୁ ପାଇଁ ଜଣଙ୍କୁ କେବେ ହେଲେ ଦାୟୀ କରାଯାଇ ପାରିବ […]

Health-Minister

Hemant Lenka
  • Published: Tuesday, 20 July 2021
  • , Updated: 20 July 2021, 09:59 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବେଳେ ଦେଶରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଓ ମୃତ୍ୟୁକୁ ନେଇ ଆଜି ରାଜ୍ୟସଭାରେ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ସରକାର ସବୁ ପ୍ରକାରର ଅଭିଯୋଗକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ସରକାର ନିଜ ଦେଶ ସହ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ସହଯୋଗ କରିଥିଲେ ବୋଲି କହିଛନ୍ତି। ଏଥିସହ ସବୁ କରୋନା ମୃତ୍ୟୁ ପାଇଁ ଜଣଙ୍କୁ କେବେ ହେଲେ ଦାୟୀ କରାଯାଇ ପାରିବ ନାହିଁ ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗୃହକୁ ଅବଗତ କରାଇଛନ୍ତି।

ରାଜ୍ୟସଭାରେ ସେ କହିଛନ୍ତି, “ଆମେ ସବୁ ଭାରତୀୟଙ୍କ ପାଇଁ ମହାମାରୀ ସହ ଲଢ଼େଇ ବେଳେ କାମ କରିଥିଲୁ। ଆମେ ଏହି ସମୟରେ କୌଣସି ପ୍ରକାରର ରାଜନୀତି କରିନାହୁଁ। ଆମେ ସବୁ ବେଳେ ରାଜ୍ୟ ସରକାରମାନଙ୍କ ସହ ଯେତେବେଳେ ଦରକାର ସେତେବେତେଳ ମିଳିତ ଭାବେ କାମ କରିଛୁ।

ଆମେ କେବେ ହେଲେ ଏ ରାଜ୍ୟ ମୁକାବିଲା କରିପାରିଲା ନାହିଁ, ସେ ରାଜ୍ୟ ଏହାକୁ କାର୍ଯ୍ୟକାରୀ କଲାନାହିଁ କହିନାହୁଁ। ମୁଁ କେବେ ହେଲେ ରାଜନୀତି କରିବାକୁ ଚାହୁଁନାହିଁ। କିନ୍ତୁ ଅନେକ ରାଜ୍ୟ ନିଜ ପାଖରେ ୧୦ରୁ ୧୫ ଲକ୍ଷ ଡୋଜ୍‌ ଟିକା ରଖିଛନ୍ତି। ଏହାର ତଥ୍ୟ ମଧ୍ୟ ରହିଛି।”

ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି, ମହାମାରୀ ଆରମ୍ଭ ହେବା ବେଳେ ଭାରତରେ ପରୀକ୍ଷା ପାଇଁ ଗୋଟିଏ ହେଲେ ବି ଲ୍ୟାବ ନଥିଲା। ଦେଶ ପାଖରେ ପିପିଇ କିଟ୍‌ ଉତ୍ପାଦନ କରିବାର କ୍ଷମତା ନଥିଲା। କିନ୍ତୁ ବହୁତ କମ ସମୟରେ ସବୁ କିଛି ବ୍ୟବସ୍ଥା କରାଗଲା ବୋଲି ସେ କହିବା ସହ ଦେଶରେ ଜାରି ଲକଡାଉନ ଠିକ୍‌ ଥିବା ବୋଲି ସୂଚାଇ ଦେଇଛନ୍ତି। କରୋନା ଭଳି ବିପର୍ଯ୍ୟୟ ବେଳେ ଭାରତ ଅନ୍ୟ ରାଷ୍ଟ୍ରକୁ କରିଥିବା ସହଯୋଗ ସମସ୍ତଙ୍କ ପାଇଁ ବର୍ଗର ବିଷୟ ବୋଲି ମଧ୍ୟ ସେ କହିଛନ୍ତି।

ସେ କହିଛନ୍ତି, ଆମେ ପ୍ରତିକୂଳ ପରିସ୍ଥିତିରେ ଭିତ୍ତିଭୂମି ତିଆରି କରିଛୁ। ତେଣୁ ସଂପୂର୍ଣ୍ଣ ଲକଡାଉନର ଆବଶ୍ୟକତା ଥିଲା। ଯଦି ଲକଡାଉନ ହୋଇ ନଥାଆନ୍ତା, ତା’ହେଲେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଥାଆନ୍ତା। ଏହାର ମୁକାବିଲା ପାଇଁ ଆମ ପାଖରେ ସେତେବେଳେ ଭିତ୍ତିଭୂମି ନଥିଲା।

ଆମେ କେବଳ ଭିତ୍ତିଭୂମି ନିର୍ମାଣ କରିନାହୁଁ। ବିଶ୍ୱ ଯେତେବେଳେ ଆବଶ୍ୟକ କରିଛି ଆମେ ସେତେବେଳେ ସବୁ ପ୍ରକାରର ଜରୁରୀ ମେଡିସିନ ପଠାଇଛୁ। ୧୨୩ ଦେଶକୁ ଆମେ ବିପର୍ଯ୍ୟୟ ସମୟରେ ସହଯୋଗ କରିଛୁ। ଆମ ସହଯୋଗକୁ ଆମେରିକାର ରାଷ୍ଟ୍ରପତି ମଧ୍ୟ ପ୍ରଶଂସା କରିଛନ୍ତି।

ଆମେ ସ୍ୱୀକାର କରୁଛୁ ଯେ କରୋନା ପାଇଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ ମୃତ୍ୟୁର ତଥ୍ୟ ରେକର୍ଡ କରାଯିବା ଦରକାର। ଏହାକୁ ଲୁଚାଇବାର କୌଣସି କାରଣ ନାହିଁ। କିନ୍ତୁ ସମସ୍ତ ମୃତ୍ୟୁ ପାଇଁ ଜଣଙ୍କୁ ଦାୟୀ କରିବା ଆଦୌ ଠିକ୍ ନୁହେଁ ବୋଲି ମାଣ୍ଡଭିୟ କହିଛନ୍ତି।

ଥାଳି ବାଡ଼େଇବା, ଦୀପ ଜାଳିବା ଓ ତାଳି ମାରିବା ଆଦି ଘଟଣାକୁ ବିରୋଧୀ ସମାଲୋଚନା କରୁଥିବା ବେଳେ ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, “ସେମାନେ ପଚରାଉଛନ୍ତି ଆମେ କାହିଁକି ଥାଳି ଓ ତାଳି ମାରିବାକୁ କହିଥିଲୁ? ଆମେ ଆମ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଏପରି କରିଥିଲୁ।

ଆମ ସୁରକ୍ଷା ପାଇଁ ରାସ୍ତାରେ ଛିଡ଼ା ହେଉଥିବା ପୁଲିସ୍‌ କର୍ମଚାରୀଙ୍କ ପାଇଁ ଏପରି କରିଥିଲୁ। ମହାମାରୀ କରୋନା ସମୟରେ ଦିନ ରାତି ପରିଶ୍ରମ କରୁଥିବା ସବୁ ସ୍ୱାସ୍ଥ୍ୟକର୍ମୀ ପାଇଁ ଆମେ ଏମିତି କରିଥିଲୁ।”

Related story