ଯମୁନା ନଦୀ ଭିତରେ ବ୍ୟାରିକେଡ୍‌

ନୂଆଦିଲ୍ଲୀ: ବିଷ ପାଲଟିଛି ଯମୁନା ନଦୀ ପାଣି। ବଢ଼ି ଚାଲିଛି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି ଏବେ ଆକ୍ସ ମୁଡ୍‌କୁ ଆସିଛନ୍ତି ଦିଲ୍ଲୀ ସରକାର। ନଦୀ ବନ୍ଧା ଯାଇଛି ବ୍ୟାରିକେଡ୍‌। ନଦୀରେ ଭାସିଥିବା ବିଷାକ୍ତ ଫୋମ୍‌କୁ ଅଟକାଇବା ପାଇଁ ଏହି ବ୍ୟାରିକେଡ୍‌ ବନ୍ଧା ଯାଇଛି। ରାଜଧାନୀର କାଳିନ୍ଦୀ କୁଞ୍ଜ ଘାଟରେ ବ୍ୟାରିକେଡ୍‌ ଲଗାଯାଇଛି। ଅନ୍ୟପଟେ ଆଜି ଯମୁନା ନଦୀ କୂଳରେ ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ସିଞ୍ଚନ କରିଛନ୍ତି। କୂଳକୁ ଯେପରି ଫେଣ ନଆସିବ […]

barricade in yamuna

Madhupriya Mistry
  • Published: Wednesday, 10 November 2021
  • , Updated: 10 November 2021, 03:44 PM IST

ନୂଆଦିଲ୍ଲୀ: ବିଷ ପାଲଟିଛି ଯମୁନା ନଦୀ ପାଣି। ବଢ଼ି ଚାଲିଛି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି ଏବେ ଆକ୍ସ ମୁଡ୍‌କୁ ଆସିଛନ୍ତି ଦିଲ୍ଲୀ ସରକାର। ନଦୀ ବନ୍ଧା ଯାଇଛି ବ୍ୟାରିକେଡ୍‌। ନଦୀରେ ଭାସିଥିବା ବିଷାକ୍ତ ଫୋମ୍‌କୁ ଅଟକାଇବା ପାଇଁ ଏହି ବ୍ୟାରିକେଡ୍‌ ବନ୍ଧା ଯାଇଛି। ରାଜଧାନୀର କାଳିନ୍ଦୀ କୁଞ୍ଜ ଘାଟରେ ବ୍ୟାରିକେଡ୍‌ ଲଗାଯାଇଛି।

ଅନ୍ୟପଟେ ଆଜି ଯମୁନା ନଦୀ କୂଳରେ ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ସିଞ୍ଚନ କରିଛନ୍ତି। କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରିଛନ୍ତି। ନଦୀ କୂଳରେ ବହୁ ଲୋକ ଆସି ଛଟ ପୂଜା କରୁଛନ୍ତି। ବିଷାକ୍ତ ଫେଣ ଯୋଗୁଁ ସମସ୍ୟା ଉପୁଜୁଥିବାରୁ ଏପରି କରାଯାଉଛି। ଆଜି ଦିନସାରା ଏପରି ସ୍ପ୍ରେ କରାଯିବ। ଏହାପୂର୍ବରୁ ମଙ୍ଗଳବାର ଦିନ ଦଉଡି ସାହାଯ୍ୟରେ ନଦୀରୁ ବିଷାକ୍ତ ଫେଣ ବାହାର କରିବା ପାଇଁ ୧୫ଟି ଡଙ୍ଗା ନିୟୋଜିତ କରାଯାଇଥିଲା।

ସେପଟେ ଏହାକୁ ନେଇ ଲୋକେ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରତିବର୍ଷ ଏଭଳି ସମସ୍ୟା ଉପୁଜୁଛି। ସରକାର ସ୍ଥାୟୀ ସମାଧାନ ନକରି ଏଭଳି ପାଣି ସିଞ୍ଚନ କରିବାକୁ ଲୋକେ ନାପସନ୍ଦ କରିଛନ୍ତି। ସୋଶାଲ ମିଡିଆାରେ ଦିଲ୍ଲୀ ସରକାରଙ୍କୁ ଜୋରଦାର ଟ୍ରୋଲ କରାଯାଇଛି।

ଏବେ ଦିଲ୍ଲୀ ଯମୁନା ନଦୀ କୂଳରେ ବହୁ ସଂଖ୍ୟାରେ ମହିଳା ଛଟ ପୂଜା କରୁଛନ୍ତି। ତେବେ ନଦୀ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ଏହାମଧ୍ୟକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ।

ଅନ୍ୟପଟେ ଯମୁନା ନଦୀ ପ୍ରଦୂଷିତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ମଙ୍ଗଳବାର ଦିଲ୍ଲୀ ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ୭୫ ବର୍ଷା ହେଲା ଯମୁନାକୁ ରକ୍ଷା କରିବା ପାଇଁ କିଛି କରାଯାଇନଥିବା ନେଇ କଂଗ୍ରେସ ଏବଂ ବିଜେପି ଉପରେ ଅଭିଯୋଗ ଲଗାଇଛନ୍ତି। ୨୦୨୪ ଶେଷ ସୁଦ୍ଧା ଆମ ଆଦମୀ ପାର୍ଟି ଯମନା ନଦୀକୁ ସଫା କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି।

https://twitter.com/ANI/status/1458308817242836994?s=20

https://twitter.com/ANI/status/1458271586323255297?s=20

Related story